ଯୁଦ୍ଧ ପ୍ରଭାବ : ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ଆମେରିକା- ଇସ୍ରାଏଲ ଇରାନ ଯୁଦ୍ଧ ଯୋଗୁଁ ଅନେକ ରେଟ୍ ହୁ ହୁ ହୋଇ ବଢିବାରେ ଲାଗିଛି। କିନ୍ତୁ କିଛି ସାମଗ୍ରୀ ଯୁଦ୍ଧ ପାଇଁ ଶସ୍ତା ହୋଇଯାଇଛି। ଯଥା – ନିରନ୍ତର ଉତ୍ପାଦନ ହେଉଥିବା ଅଣ୍ଡା। ବଜାରରେ ଏବେ ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା। ଟ୍ରେ ୧୪୦ ଟଙ୍କା। ପେଟି ୯୩୪ ଟଙ୍କା ହୋଲସେଲ ଦର ରହିଛି। ବିଧାନ ସଭାରେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍ ଙ୍କ ଉତ୍ତର ଅନୁସାରେ ଆମ ରାଜ୍ୟ ଓଡ଼ିଶା ଅଣ୍ଡା ଉତ୍ପାଦନ ରେ ପଛୁଆ ରାଜ୍ୟ ରହିଛି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ପ୍ରତିଦିନ ଓଡ଼ିଶାରେ ୧୩୮.୩୬ ଲକ୍ଷ ଅଣ୍ଡାର ଆବଶ୍ୟକ ରହିଥିବା ବେଳେ ୧୧୭.୪ ଲକ୍ଷ ପରିମାଣର ଅଣ୍ଡା ଉତ୍ପାଦନ କରନ୍ତି ଓଡ଼ିଶା କୁକୁଡ଼ା ଚାଷୀ। ପ୍ରଶ୍ନ ଉଠୁଛି ତଥାପି ଅଣ୍ଡା ଦର ଏତେ ଶସ୍ତା ହେଲା କେମିତି। ଏହାର ଉତ୍ତର ଆସିଛି ଯୁଦ୍ଧ କ୍ଷେତ୍ରରୁ। ଆନ୍ଧ୍ର, ତେଲେଙ୍ଗାନାର ଅଣ୍ଡା ମଧ୍ୟ ପ୍ରାଚ୍ୟ ଦେଶକୁ ରପ୍ତାନୀ ହୋଇ ପାରୁନାହିଁ। ତେଣୁ ଆନ୍ଧ୍ର ଚାଷୀ ଓଡ଼ିଶା କୁ ପ୍ରଚୁର ପରିମାଣରେ ଅଣ୍ଡା ରପ୍ତାନୀ କରୁଛନ୍ତି। ସେଥିପାଇଁ ରାଜ୍ୟରେ କମିଛି ଅଣ୍ଡା ରେଟ୍। ଦେଖିବା ଏ ରିପୋର୍ଟ।

ଆନ୍ଧ୍ର, ତେଲେଙ୍ଗାନା ଅଣ୍ଡା ପାଇଁ କମିଲା ଓଡ଼ିଶା ଅଣ୍ଡା ରେଟ୍। ୧୫ ଦିନ ତଳେ ଅଣ୍ଡା ଗୋଟା ସର୍ବାଧିକ ୯ ଟଙ୍କା ଯାଏ ବିକ୍ରି ହେଉଥଲା। ଆଉ ଆଜି ର ରେଟ୍ ରହିଛି ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା। ଟ୍ରେ ୧୪୦ ଟଙ୍କା। ପେଟି ୯୩୪ ଟଙ୍କା ହୋଲସେଲ ଦର ରହିଛି। ଇଏ ହେଉଛି ଭୁବନେଶ୍ୱରର ୪ ନମ୍ବର ହାଟ ସମେତ ଅନ୍ୟ ଅଣ୍ଡା ମାର୍କେଟ ର କରେଣ୍ଟ ପ୍ରାଇସ। ହଠାତ ଅଣ୍ଡା ଦର କମିବା ପାଇଁ ଆନ୍ଧ୍ର ପ୍ରଦେଶ ଅଣ୍ଡା କାରଣ ପାଲଟିଛି। ମଧ୍ୟ ପ୍ରାଚ୍ୟ ରେ ଯୁଦ୍ଧ ଯୋଗୁଁ ଆନ୍ଧ୍ର ଅଣ୍ଡା ବିଦେଶ କୁ ରପ୍ତାନି ହୋଇ ପାରୁନି। ତେଣୁ ଆନ୍ଧ୍ର ଅଣ୍ଡା ଚାଷୀ ବାଧ୍ୟ ହୋଇ ଓଡିଶା ମାର୍କେଟ କୁ ଅଣ୍ଡା କମ୍ ରେଟ୍ ରେ ଛାଡୁଛନ୍ତି। ଯାହାର ପରିଣାମ ଅଣ୍ଡା ପୁରା ଶସ୍ତା ହୋଇଯାଇଛି। ଯୁଦ୍ଧ ସଙ୍କଟ ନ ଟଳିଲେ ଅଣ୍ଡା ଆହୁରି ଶସ୍ତା ହେବ କିମ୍ବା ରେଟ୍ ବଢ଼ିବାର ସମ୍ଭାବନା ରହିଛି। ଅଣ୍ଡା ଉତ୍ପାଦନ ଓ ଖାଇବା କୁ ନେଇ ବିଧାନସଭା ଗୃହରେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍ ଉତ୍ତର ରଖିଥିଲେ ।

ଉତ୍ତର ଅନୁଯାୟୀ ଓଡ଼ିଶାରେ ୧୩୮.୩୬ ଲକ୍ଷ ଅଣ୍ଡାର ଆବଶ୍ୟକ ପ୍ରତିଦିନ ରହିଥିବା ବେଳେ ୧୧୭.୪ ଲକ୍ଷ ପରିମାଣର ଅଣ୍ଡା ଓଡ଼ିଶାରେ ଉତ୍ପାଦନ ହୋଇଥାଏ। ମାନେ ଓଡ଼ିଶା ଅଣ୍ଡା ଉତ୍ପାଦନରେ ପଛୁଆ ରାଜ୍ୟ ବୋଲି ମନ୍ତ୍ରୀ ସ୍ୱୀକାର କରିଥିଲେ। ତେବେ ବଡ଼ କଥା ହେଉଛି ଓଡ଼ିଶାକୁ ଅଭାବ ହେଉଥିବା ଅଣ୍ଡା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ହିଁ ପୂରଣ କରିଥାନ୍ତି। ଆଉ ଏବେ ଖାଲି ଅଭାବ ପୂରଣ କରୁ ନାହାଁନ୍ତି ବରଂ ଅଣ୍ଡା ଓଭର ଫ୍ଲୋ କରୁଛନ୍ତି। ଖରା ଦିନେ ତାଙ୍କ ଗୋଦାମ ରେ ଅଣ୍ଡା ପଚି ସଢ଼ି ନଷ୍ଟ ହେବା ଅପେକ୍ଷା ମୂଳ ପାଇବା ଲକ୍ଷ୍ୟରେ ପ୍ରଚୁର ପରିମାଣରେ ଅଣ୍ଡା ଓଡ଼ିଶା କୁ ରପ୍ତାନୀ କରୁଛନ୍ତି। ରାଜ୍ୟ ନନ୍ ଭେଜ୍ ସପ ଆସୋସିଏସନ୍ ତଥ୍ୟ ଅନୁସାରେ ଏବେ ଆନ୍ଧ୍ର ୫ ହଜାର ପେଟି ଅଣ୍ଡା ଓମାନ, ଇରାକ, ଇରାନ, ସାଉଦି ଭଳି ଅନେକ ଦେଶ କୁ ପଠାଇ ଥାଏ। ଯୁଦ୍ଧ ଯୋଗୁଁ ଆନ୍ଧ୍ର ଓ ତେଲେଙ୍ଗାନା ବେପାର ବନ୍ଦ ହୋଇଯାଇଛି। ଅନ୍ୟପଟେ ଭୁବନେଶ୍ୱର ୪ ନମ୍ବର ମାର୍କେଟ କୁ ମଙ୍ଗଳବାର, ଗୁରୁବାର ଓ ଶନିବାର ରେ ୬-୭ ଗାଡ଼ି ଆସୁଥିଲା ଆଉ ଏବେ ୧୦ ଗାଡ଼ି ଆସୁଛି। ତେବେ ଡିମାଣ୍ଡ ହିସାବରେ ଆମଦାନୀ ବେଶୀ ହେବାରୁ ରେଟ୍ ପେଟି ପିଛା ୯୩୪ ଟଙ୍କା କୁ ଖସି ଆସିଛି।

ଅଣ୍ଡା ରେଟ୍ ସାଢ଼େ ୪ ଟଙ୍କା କୁ ଖସି ଆସିବା ଗ୍ରାହକଙ୍କ ପାଇଁ କଚେ ପୁଅ ବାର ଭଳି ସ୍ଥିତି ସୃଷ୍ଟି କରିଛି। କେଶରୀ ହଲ୍ ନିକଟରେ ସିଝା ଅଣ୍ଡା ବିକୁଥିବା ବେକାରୀ ମାସେ ତଳେ ୨ ଟି ସିଝା ଅଣ୍ଡା କୁ ୨୫ ଟଙ୍କା ରେ ବିକ୍ରି କରୁଥିଲେ। ଏବେ ସିଝା ଅଣ୍ଡା ଗୋଟା ୧୦ ଟଙ୍କା ବିକିବେ ବୋଲି କହିଛନ୍ତି। ତେବେ ଅଣ୍ଡା ରେଟ୍ କମିଲେ ବି ଗ୍ୟାସ ରେଟ୍ କମୁନଥିବାରୁ ଅଣ୍ଡା ରେଟ୍ ଆଉ ବେଶୀ କମେଇ ହେବ ନାହିଁ ବୋଲି କହିଛନ୍ତି। ସେହିପରି ଜଣେ ସାଧାରଣ ଖାଉଟି ଅଣ୍ଡା ରେଟ୍ କମିବା କୁ ନେଇ ଖୁସି ଜାହିର କରିଛନ୍ତି। କିନ୍ତୁ ଅନ୍ୟପଟେ ଗ୍ୟାସ, ପେଟ୍ରୋଲ ଡିଜେଲ ଦର ନ କମିଲେ ଖାଉଟି କୁ ନିସ୍ତାର ନାହିଁ ବୋଲି କହିଛନ୍ତି।

ରାଜ୍ୟରେ ବାର୍ଷିକ କୁକୁଡ଼ା ଅଣ୍ଡାର ଆବଶ୍ୟକତା ୫୦୫.୦୧୪ କୋଟି ରହିଛି । ବିଗତ ତିନି ବର୍ଷରେ 252 କୋଟି ଅଣ୍ଡା ବାହାରୁ ଆମଦାନୀ ହୋଇଛି । ଓଡ଼ିଶା ଆମଦାନୀ କରୁଥିବା ଅଣ୍ଡା ରେ ଆନ୍ଧ୍ର ଓ ତେଲେଙ୍ଗାନା ର ଭୂମିକା ସର୍ବାଧିକ ରହିଛି। ତେବେ ପୂର୍ବ ବର୍ଷ ତୁଳନାରେ ଅଣ୍ଡା ଉତ୍ପାଦନ ବଢୁଛି ବୋଲି ସରକାରୀ ରିପୋର୍ଟ କହୁଛି।


Reporterspen