ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍, ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କାର୍

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ରାଜଧାନୀ ଭୟଙ୍କର ସଡକ ଦୁର୍ଘଟଣା । କଳ୍ପନା ଛକ ନିକଟ ଭୁବନେଶ୍ୱର କୋର୍ଟ ଆଗରେ ହିଟ୍ ଆଣ୍ଡ ରନ୍ । ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଇନୋଭା କାର୍ । ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଇନୋଭା କାର୍ ଫେରାର ହୋଇଯାଇଛି।

ସୂଚନା ଅନୁଯାୟୀ, ସୋମବାର ସକାଳ ସମୟରେ ଏକ ବାଇକ୍ କୌଣସି କାମରେ ସ୍ବାମୀ-ସ୍ତ୍ରୀ ଓ ପିଲା ଯାଉଥିଲେ । ଏହି ସମୟରେ ଦ୍ରୁତ୍ଗତିରେ ଆସି ବାଇକକୁ ଧକ୍କା ଦେବା ପରେ ମହିଳାଙ୍କ ମୁଣ୍ଡରେ ମାଡ଼ିଯାଇଥିଲା କିଲର୍ ଇନୋଭା କାର। ରକ୍ତରେ ଭାସିଥିଲା କୋର୍ଟ ସମ୍ମୁଖ ରାସ୍ତା। ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଦୁର୍ଘଟଣା ଘଟାଇବା ପରେ ଇନୋଭା କର୍ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମରିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲେ ।ଏପିରିକି କିଛି ସମୟ ପାଇଁ ରାସ୍ତାରେ ଜାମ୍ ଲାଗି ରହିଥିଲା । ଯାହାଫଳରେ ଗାଡ଼ି ଯିବାଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରାଫିକ୍ ସମସ୍ୟା ଦୂର ହୋଇଥିଲା। ଅନ୍ୟପଟେ କିଲର୍ ଇନୋଭା ଗାଡ଼ିକୁ ଧରିବାକୁ ପୁଲିସ ବିଭିନ୍ନ ଛକରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଥିବା ସୂଚନା ମିଳିଛି।


Reporterspen