ହାଇଦ୍ରାବାଦ, ୧୮।୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସଂସ୍କରଣର ୨୭ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ସନ୍ରାଇଜର୍ସ ହାଇଦ୍ରାବାଦ୍ ୧୦ ରନ୍ରେ ପରାସ୍ତ କରିଛି। ଚେନ୍ନାଇ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଛି। ହାଇଦ୍ରାବାଦ ପକ୍ଷରୁ ଈଶାନ ମାଲିଙ୍ଗା ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି। ନୀତୀଶ କୁମାର ରେଡ୍ଡୀ ୨ଟି ୱିକେଟ୍ ଅକ୍ତିଆର କରିଥିଲା ବେଳେ ପ୍ରଫୁଲ୍ଲ ହିଙ୍ଗେ, ସାକିବ୍ ହୁସେନ୍ ଏବଂ ଶିବାଙ୍ଗ କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
୧୯୫ରନ୍ର ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ବ୍ୟାଟିଂ କରିଥିଲା। ଦଳକୁ ସ୍କୋର ୧୫ରନ୍ରେ ପ୍ରଥମ ଝଟକା ଲାଗିଥିଲା। ବିସ୍ଫୋରକ ବ୍ୟାଟର ସଞ୍ଜୁ ସାମସନ୍ ୩ଟି ବଲ୍ ଖେଳି ଗୋଟିଏ ଛକା ବଳରେ ୭ରନ୍ କରି ଆଉଟ୍ ହୋଇଥିଲେ। ଆୟୁଷ ମାହତ୍ରେ ବ୍ୟକ୍ତିଗତ ଭାବେ ୩୦ ରନ୍ କରିଥିଲେ। ସେ ୧୩ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ୧୯ ରନ୍ କରିଥିଲେ। ସେ ୧୩ଟି ବଲ୍ ଖେଳି ୩ଟି ଚୌକା ମାରିଥିଲେ। ସର୍ଫରାଜ ଖାନ ୨୫ ରନ୍ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ୧୯ଟି ବଲ୍ର ସମ୍ମୁଖୀନ ହୋଇ ୩ଟି ଚୌକା ମାରିଥିଲେ।
ଚେନ୍ନାଇ ଏଠାରେ ଟସ୍ ଜିଣି ପ୍ରଥମେ ବୋଲଂ ନିଷ୍ପତ୍ତି ନେଲା ପରେ ଈଶାନ କିଶନଙ୍କ ଦଳ ବ୍ୟାଟିଂ କରିଥିଲା। ଅଭିଷେକ ଶର୍ମା ଏବଂ ହେନ୍ରିକ୍ କ୍ଲାସେଁଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଆରମ୍ଭରୁ ହାଇଦ୍ରାବାଦ୍ର ଭଲ ବ୍ୟାଟିଂ କରିଥିଲଶ। ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ପ୍ରଥମ ୱିକେଟ ପାଇଁ ୭୫ ରନ୍ର ଭାଗିଦାରୀ କରିଥିଲେ। ହେଡ୍ ୨୦ଟି ବଲ୍ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୩ ରନ୍ ସଂଗ୍ରହ କରିଥିଲେ। ସେ ଆଉଟ୍ ହେଲା ପରେ ତାଙ୍କ ସ୍ଥାନ ପୂରଣ କିବାକୁ ଆସିଥିଲେ ଅଧିନାୟକ ଈଶାନ କିଶନ। କିନ୍ତୁ ସେ ମାତ୍ର ଗୋଟିଏ ବଲ୍ ସାମ୍ନା କରି ଖାତା ଖୋଲିପାରି ନପାରି ମୁକେଶ ଚୌଧୁରୀଙ୍କ ବଲ୍ ଋତୁରାଜ ଗାଏକ୍ୱାର୍ଡଙ୍କୁ ଦେଇ ଆଉଟ ହୋଇଥିଲେ।
ଚେନ୍ନାଇର ତୃତୀୟ ଶିକାର ହୋଇଥିଲେ ଅଭିଷେକ ଶର୍ମା। ଆଉଟ ହେବା ପୂର୍ବରୁ ଅଭିଷେକ ୨୨ଟି ବଲ୍ର ସାମ୍ନା କରିଥିଲେ। ଏଥିରେ ସେ ୬ଟି ଚୌକା ଏବଂ ୪ଟି ଛକା ମାରି ବ୍ୟକ୍ତିଗତ ଭାବେ ୫୯ ରନ୍ ଯୋଡିଥିଲେ। ଅଭିଷେକ ଆଉଟ ହେଲା ବେଳକୁ ହାଇଦ୍ରାବାଦ୍ର ସ୍କ?ାର ୯୩ ରନ୍ ଥିଲା। ଅନିକେତ ବର୍ମା ୨ ରନ୍, ନୀତୀଶ କୁମାର ରେଡ୍ଡୀ ୧୨ ରନ୍ ଏବଂ ସଲିଲ ଅରୋରା ୧୩ ରନ୍ ସଂଗ୍ରହ କରିଥିଲେ। ହେନ୍ରିକ୍ କ୍ଲାସେଁ ୩୯ଟି ବଲ୍ର ସାମ୍ନା କରି ୫୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ଶେଷ ଭାଗରେ ବାଜି ପଲଟିଲା
ଚେନ୍ନାଇର ପ୍ରମୁଖ ଖେଳାଳି – ଶିବମ୍ ଦୁବେ ଏବଂ ମାଥ୍ୟୁ ସର୍ଟ – ପୂର୍ବରୁ ଆଉଟ୍ ହୋଇସାରିଥିବା ବେଳେ, ଜେମି ଓଭରଟନ୍ ଦାୟିତ୍ୱ ନେବାକୁ ଆଗେଇ ଆସିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଉଝକକୁ ଶେଷ ୧୨ ବଲ୍ ରୁ ୩୦ ରନ୍ କରିବାକୁ ପଡ଼ିଥିଲା। ୧୯ତମ ଓଭରରେ, ନୀତିଶ କୁମାର ରେଡ୍ଡୀ ୧୨ ରନ୍ ଦେଇଥିଲେ। ଏବେ, ଚେନ୍ନାଇକୁ ୬ ବଲ୍ ରୁ ୧୮ ରନ୍ ଆବଶ୍ୟକ ଥିଲା। ପ୍ରଥମ ଦୁଇଟି ବଲରୁ ୩ ରନ୍ ମିଳିଥିଲା, କିନ୍ତୁ ପରବର୍ତ୍ତୀ ବଲ୍ ରେ, ପ୍ରଫୁଲ୍ଲ ହିଞ୍ଜ ଏକ ନୋ-ବଲ୍ ମାରିଥିଲେ। ସୌଭାଗ୍ୟବଶତଃ, ଫ୍ରି-ହିଟ୍ ଛକା ପରିଣାମ ହୋଇନଥିଲା। ପ୍ରଫୁଲ୍ଲ ସାରା ମ୍ୟାଚ୍ ରେ ବହୁତ ମହଙ୍ଗା ପ୍ରମାଣିତ ହୋଇଥିଲେ, କିନ୍ତୁ ଶେଷ ଓଭରରେ, ସେ ୟର୍କର ପରେ ୟର୍କର ଦେଇଥିଲେ ଏବଂ ଚତୁର୍ଥ ବଲ୍ ରେ, ଜେମି ଓଭରଟନ୍ କୁ ଆଉଟ୍ କରି ହାଇଦ୍ରାବାଦ ପାଇଁ ବିଜୟ ହାସଲ କରିଥିଲେ।

