ଆଇପିଏଲ୍‌ରୁ ଦୁର୍ଦ୍ଧର୍ଷ ଅଲ୍‌ରାଉଣ୍ଡର ଆନ୍ଦ୍‌ରେ ରସେଲଙ୍କ ଅବସର

Reporterspen

ନୂଆଦିଲ୍ଲୀ,; ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ଅଲ୍ରାଉଣ୍ଡର ଆନ୍ଦ୍‌ରେ ରସେଲ ଆଇପିଏଲ୍‌ରୁ ଅବସର ଘୋଷଣା କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ କୋଚିଂ ଟିମ ସାମିଲ କରିଛି । ସେ ଦଳର ନୂଆ ପାୱାର କୋଚ୍ ରୂପେ ନିଯୁକ୍ତି ପାଇଛନ୍ତି । ରସେଲ ୨୦୧୪ ସିଜନରରୁ ନାଇଟ୍ ରାଇଡର୍ସ ଦଳର ସଦସ୍ୟ ରହିଥିଲେ । ଏଥର ନାଇଟ୍ ରାଇଡର୍ସ ତାଙ୍କୁ ରିଟେନ ନ କରିବା ସମସ୍ତଙ୍କୁ ଚକିତ କରିଥିଲା । ମାତ୍ର ଏହା ପଛର ରହସ୍ୟ ଆଜି ଲୋକ ଲୋଚନକୁ ଆସିଛି । ୨୦୨୬ ଅକ୍ସନ ପୂର୍ବରୁ କୋଲକାତା ରସେଲଙ୍କୁ ରିଲିଜ କରିଥିଲା ।

ରସେଲ କହିଛନ୍ତି, ”ମୁଁ ଆଇପିଏଲ ଅବସର ନେଇଛି । ମାତ୍ର ବିଶ୍ୱର ଅନ୍ୟ ସବୁ ଲିଗରେ ଖେଳ ଜାରି ରଖିବି । ଆଇପିଏଲରେ ୧୨ ସିଜନ ଯାତ୍ରା ଏବଂ କେକେଆ ପରିବାରଠୁ ଭଲପାଇବା ମିଳିଛି । ବିଶ୍ୱର ଅନ୍ୟ ସବୁ କ୍ରିକେଟରେ ଛକା-ଚୌକା ମାରିବା ୱିକେଟ ନେବା ଜାରି ରଖିବି । ସବୁଠୁ ଭଲ କଥା ମୁଁ କେକେଆର ଛାଡୁନାହିଁ । ମୋତେ ଆପଣ ଏକ ନୂଆ ରୂପରେ ଦେଖିବେ । କେକେଆରର ସପୋର୍ଟ ଷ୍ଟାଫ ହିସାବରେ । ୨୦୨୬ରେ ପାୱାର କୋଚ୍ ହିସାବରେ ଦେଖିବେ । ନାଇଟ୍ ରାଇଡର୍ସର ଅନ୍ୟ ଲିଗ୍ ଫ୍ରାଞ୍ଚାଇଜରେ ମଧ୍ୟ ମୁଁ ସକ୍ରିୟ ଖେଳାଳି ଭାବେ ଉପସ୍ଥିତ ରହିବି । କେବଳ ଆଇପିଏଲ୍‌ରେ ନୂଆ ଭୂମିକାରେ ମୁଁ ଅବତ୍ତୀର୍ଣ୍ଣ ହେବାକୁ ଯାଉଛି । ଏଥିପାଇଁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି । ନୂଆ ଚାପ୍ଟର । ସେହି ଜର୍ସି । ସବୁବେଳେ ନାଇଟ୍ ।”

ସୂଚନାଯୋଗ୍ୟ, ରସେଲଙ୍କ ଆଇପିଏଲ ଯାତ୍ରା କୋଲାକତା ନାଇଟ ରାଇଡର୍ସ ନୁହେଁ ଦିଲ୍ଲୀ କ୍ୟାପିଟାଲ୍ସ ସହ ୨୦୧୨ରେ ହୋଇଥିଲା । ଦିଲ୍ଲୀ ସହ ଦୁଇଟି ସିଜିନ୍ ଖେଳିବା ପରେ ୨୦୧୪ରେ କେକେଆର ସହ ସାମିଲ ହୋଇଥିଲେ । ଆଇପିଏଲ୍‌ରେ ୧୪୦ଟି ମ୍ୟାଚ୍ ଖେଳି ୧୨ ଅର୍ଦ୍ଧଶତକ ବଳରେ ମୋଟ୍ ୨୬୫୧ ରନ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ୍ ୧୭୪.୧୮ ରହିଛି । ଏଥିସହ ସେ ବୋଲିଂ କରି ୧୨୪ଟି ୱିକେଟ୍ ଅକ୍ତିଆର କରିଛନ୍ତି ।


Reporterspen