Astrology: ସେପ୍ଟେମ୍ବର ୧୩ ରେ ମଙ୍ଗଳ ତୁଳା ରାଶିରେ ଚଳନ କରିବେ। ସେପ୍ଟେମ୍ବର ୧୪ ରେ ଶୁକ୍ର ସିଂହ ରାଶିରେ ଚଳନ କରିବେ ଏବଂ ବୁଧଙ୍କ ସହିତ ସଂଯୋଗ କରିବେ । ଏହି କାରଣରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ ପ୍ରଭାବଶାଳୀ ହେବ। ସେପ୍ଟେମ୍ବର ୧୫ ରେ ବୁଧ କନ୍ୟା ରାଶିରେ ଚଳନ କରିବେ ଏବଂ ପରଦିନ ଅର୍ଥାତ୍ ସେପ୍ଟେମ୍ବର ୧୬ ରେ ବୁଧ କନ୍ୟା ରାଶିରେ ଚଳନ କରିବେ । ଫଳରେ ବୁଧାଦିତ୍ୟ ରାଜଯୋଗ ଗଠନ ହେବ।
ବୃଷ ରାଶି : ଆପଣଙ୍କ ରାଶିର ପଞ୍ଚମ ଘରେ ବୁଧାଦିତ୍ୟ ଏବଂ ଭଦ୍ରା ରାଜଯୋଗ ଗଠନ ହେଉଛି। ସେପ୍ଟେମ୍ବର ମାସରେ ବିଦେଶ ଯିବାର ସୁଯୋଗ ପାଇପାରନ୍ତି । ଶିକ୍ଷା କ୍ଷେତ୍ରରେ ସମୟ ବହୁତ ଭଲ । କିଛି ଭଲ ଖବର ମିଳିପାରେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିଲେ ସଫଳତା ମିଳିବାର ସମ୍ଭାବନା ଅଧିକ । ପରିବାର ସଦସ୍ୟଙ୍କ ସହିତ ବହୁତ ଭଲ ସମୟ ବିତାଇବେ।
ମିଥୁନ ରାଶି : ବୁଦ୍ଧାଦିତ୍ୟ ରାଜଯୋଗ ଏବଂ ଭଦ୍ରା ରାଜଯୋଗ ଆପଣଙ୍କ ରାଶିରୁ ଚତୁର୍ଥ ଘରେ ଗଠନ ହେବାକୁ ଯାଉଛି। ତେଣୁ କ୍ୟାରିଅର ସହିତ ଜଡିତ ସୁବର୍ଣ୍ଣ ସୁଯୋଗ ପାଇବେ। ବହୁତ ଦିନ ଧରି ଅପେକ୍ଷା କରିଥିବା ସୁଯୋଗ ପାଇ ଖୁସି ହେବେ। ଆପଣଙ୍କ ଅନେକ ସ୍ୱପ୍ନ ଶାକାର ହେବାକୁ ଲାଗିବ । କିଛି ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହେବ । ବ୍ୟବସାୟରେ ଅଧିକ ଟଙ୍କା ରୋଜଗାର କରିବାର ସୁଯୋଗ ପାଇବେ ।
ସିଂହ ରାଶି : ଆପଣଙ୍କ ରାଶିର ଦ୍ୱିତୀୟ ଘରେ ବୁଦ୍ଧାଦିତ୍ୟ ରାଜଯୋଗ ଗଠନ ହେବାକୁ ଯାଉଛି। ଆପଣଙ୍କ ରାଶିରୁ ଦ୍ୱାଦଶ ଘରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବ । ପ୍ରଭାବରେ ସମାଜରେ ମାନ ସମ୍ମାନ ପାଇବେ । ବଡ଼ ଭାଇଭଉଣୀଙ୍କଠାରୁ ସମର୍ଥନ ମିଳିବ। କୌଣସି କ୍ଷେତ୍ରରେ ବଡ଼ ନିବେଶ କରିପାରନ୍ତି ।
କନ୍ୟା ରାଶି : ଆପଣଙ୍କ ପାଇଁ ମାସଟି ବହୁତ ଶୁଭ ସାବ୍ୟସ୍ତ ହେବ । ଭଦ୍ରା ରାଜଯୋଗ ଆପଣଙ୍କ ରାଶିରେ ହିଁ ଗଠନ ହେବ। ବୁଧ ଗ୍ରହ ନିଜ ମୂଳ ତ୍ରିକୋଣ ରାଶି କନ୍ୟାରେ ଚଳନ କରିବେ। ବୁଧ ନିଜ ରାଶି ଏବଂ ମୂଳ ତ୍ରିକୋଣ ରାଶି କନ୍ୟାରେ ସଞ୍ଚାର କରିବା ଦ୍ୱାରା ଭଦ୍ରା ରାଜଯୋଗ ଗଠନ ହୁଏ। ଆପଣ କ୍ୟାରିୟରରେ ସର୍ବାଙ୍ଗୀନ ଲାଭ ପାଇପାରିବେ। ସମ୍ପତ୍ତି କିଣିବାକୁ ଚାହୁଁଥିଲେ ସମୟ ଶୁଭ। ନିଜ ବକ୍ତବ୍ୟରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ ।
ଧନୁ ରାଶି : ଆପଣଙ୍କ ରାଶିର ଦଶମ ଘରେ ଭଦ୍ରା ଏବଂ ବୁଧାଦିତ୍ୟ ରାଜଯୋଗ ଗଠନ ହେବାକୁ ଯାଉଛି। ଏଥିସହ ସପ୍ତମ ଘରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେଉଛି। ତେଣୁ ଆପଣଙ୍କୁ ଧନ ମିଳିବାର ଦୃଢ ସମ୍ଭାବନା ରହିଛି । ଲାଭ ଅର୍ଜନ କରିବାକୁ ଅନେକ ଭଲ ସୁଯୋଗ ପାଇବେ। ପୂର୍ବ ଅପେକ୍ଷା ରୋଜଗାର ବହୁତ ଭଲ ହେବ । କିଛି ବଡ଼ ସଫଳତା ହାସଲ କରିବାରେ ସଫଳ ହେବେ। ଦୀର୍ଘକାଳୀନ ରୋଗ ଥିଲେ ଧିରେ ଧିରେ ମୁକ୍ତି ମିଳିବ । ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଆପଣଙ୍କ କ୍ୟାରିୟରରେ ନିଷ୍ପତ୍ତି ନେବେ। ଆପଣଙ୍କ କାମକୁ ପ୍ରଶଂସା ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)