Bhubaneswar Airport: ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

Reporterspen

Bhubaneswar Airport: ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉତ୍ତେଜନା ଦେଖାଦେଇଛି। କଲିକତା ଯାଉଥିବା କିଛି ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହା ଫଳରେ ଉତ୍ତେଜନା ବୃଦ୍ଧି ପାଇଛି। ତେବେ ଏହି ଯାତ୍ରୀମାନେ ସ୍ପାଇସଜେଟ ବିମାନ ଯୋଗେ ନୂଆଦିଲ୍ଲୀ ଓ ଗୌହାଟୀରୁ କଲିକତା ଯାତ୍ରା କରୁଥିଲେ। ମାତ୍ର କଲିକତାରେ କାଳବୈଶାଖୀ କାରଣରୁ ପ୍ରାୟ ୮ଟି ବିମାନକୁ ଭୁବନେଶ୍ୱରରେ ଅବତରଣ କରାଯାଇଥିଲା। ଖବର ଲେଖାଯିବା ବେଳକୁ ଯାତ୍ରୀଙ୍କୁ ଧରି ୬ଟି ବିମାନ କଲିକତା ଅଭିମୁଖେ ଯାତ୍ରା କରିଛି।

ମିଳିଥିବା ସୂଚନା ଅନୁସାରେ ଏହି ଯାତ୍ରୀମାନେ ସ୍ପାଇସ ଜେଟ ବିମାନ ଯୋଗେ ନୂଆଦିଲ୍ଲୀ ଓ ଗୌହାଟୀକୁ ଯାତ୍ରା କରୁଥିଲେ। ପ୍ରାୟ ୮ଟି ବିମାନ ଯୋଗେ ଏହି ଯାତ୍ରୀମାନେ ଯାତ୍ରା କରିଥିଲେ। ମାତ୍ର ପାଗ ଖରାପ ଯୋଗୁଁ ଏ ସମସ୍ତ ବିମାନକୁ ଭୁବନେଶ୍ୱର ବିମାନକୁ ଗତିପଥ ପରିବର୍ତ୍ତନ କରିଦିଆଯାଇଥିଲା। ଫଳରେ ରାତି ପ୍ରାୟ ୧ଟା ପରେ ଏହି ସବୁ ଯାତ୍ରୀଙ୍କୁ ଧରି ବିମାନଗୁଡିକ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲା।ତେବେ ରବିବାର ସକାଳ ୯ଟା ସୁଧା ୮ଟି ବିମାନରୁ ୬ଟି ବିମାନ ଯାତ୍ରୀମାନଙ୍କୁ ଧରି କୋଲକାତା ଅଭିମୁଖେ ଯାତ୍ରୀ କରିଛି। ଅନ୍ୟ ଦୁଇଟି ବିମାନର ଯାତ୍ରୀମାନେ ଏବେ ବି ଭୁବନେଶ୍ୱର ବିମାନ ବନ୍ଦରରେ ଅଟକି ରହିଛି।

ସେପଟେ ଏହି ଯାତ୍ରୀମାନଙ୍କ ସୁବିଧାକୁ ଅଣଦେଖା କରାଯାଇଥିବା ନେଇ ସ୍ପାଇସ ଜେଟ ବିରୋଧରେ ଅଭିଯୋଗ ଆଣିଛନ୍ତି ଅଟକ ଥିବା ଯାତ୍ରୀ। ଅଟକ ଥିବା ଯାତ୍ରୀ କହିଛନ୍ତି କି ରାତି ତମାମ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ। ଏପରିକି ପିଇବାକୁ ପାଣି ବୁନ୍ଦେ ମଧ୍ୟ ଦିଆଯାଇନାହିଁ। ରାତି ତମାମ ଅନିଦ୍ରା ରହିଛନ୍ତି। ବିମାନବନ୍ଦର କମ୍ପାନୀଙ୍କୁ ମୋଟା ଅଙ୍କର ଟଙ୍କା ଦିଆଯାଉଛି। କିନ୍ତୁ ବିମାନ କମ୍ପାନୀ ପକ୍ଷରୁ କୌଣସି ସୁବିଧା ଯୋାଗଇ ଦିଆଯାଉନାହିଁ ବୋଲି ଯାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ସେପଟେ ୬ଟି ବିମାନ କୋଲକାତା ଅଭିମୁଖେ ଯାଇଥିବା ବେଳେ ଆଉ ଦୁଇଟି ବିମାନ ଅଟକିଛି ବୋଲି ବିଜୁ ପଟ୍ଟନାୟକ ବିମାନବନ୍ଦରର କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।


Reporterspen
!-- afp header code starts here -->