Diwali Rashifal 2025: ଦୀପାବଳିରେ ପଡୁଛି ଦୁର୍ଲଭ ଯୋଗ; ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ

Reporterspen

Diwali Rashifal 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଅକ୍ଟୋବର ମାସ ୨୦ ତାରିଖରେ ଦୀପାବଳୀ ପଡୁଛି। ହେଲେ, ଏଥର ଦୀପାବଳିରେ ପଡୁଥିବା ଅକ୍ଚୋବର ୧୭ ତାରିଖ ଦିନ ୧ଟା ୩୬ ମିନିଟ୍ ସମୟରେ ତୁଳା ରାଶିକୁ ଚଳନ କରିବାକୁ ଥିବା ବେଳେ ଅକ୍ଟୋବର ୧୯ ତାରିଖ ଦିନ ବୃହସ୍ପତି ମିଥୁନ ରାଶି ଛାଡି଼ କର୍କଟ ରାଶିରେ ଦିନ ୧୨ଟା ୫୭ ମିନିଟ୍ ସମୟରେ ଚଳନ କରିବେ। ଏହି ଦିନ ଛୋଟ ଦୀପାବଳି ପଡୁଛି। ଛୋଟ ଦୀପାବଳିରେ ବୃହସ୍ପତିଙ୍କ ଚଳନ କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ଯଦି,ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଦୀପାବଳି ଠାରୁ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।

ମିଥୁନ-: ଦୀପାବଳି ପୂର୍ବରୁ ବୃହସ୍ପତିଙ୍କ ଚଳନ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଧନ ଲାଭ କରିବେ। କର୍ମକ୍ଷେତ୍ରରୁ ଶୁଭଫଳ ପାଇବେ। ଯେଉଁମାନେ, ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ମିଳିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ ଭଲ ରେଜଲ୍ଟ କରିବେ। ହେଲେ, ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ଅଯଥା ଯୁକ୍ତିକୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ।

ତୁଳା-: ଦୀପାବଳି ପୂର୍ବରୁ ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। କର୍ମକ୍ଷେତ୍ରରେ କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ନୂତନ ନିଯୁକ୍ତି ନେଇ ଅଫର ମିଳିବ। ପଦୋନ୍ନତି ସହ ଦରମା ବଢିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ମୋଟାଅଙ୍କ ଲାଭ ମିଳିବ। ବିଶେଷକରି, ଯେଉଁମାନେ, ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ଆଶା ପୂରା ହେବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

ମକର-: ଦୀପାବଳି ପୂର୍ବରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଏହି ରାଶିଙ୍କୁ ଉପରେ ଧନବର୍ଷା କରିବ। ବ୍ୟବସାୟରେ ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ବ୍ୟବସାୟରେ ଅଗ୍ରଗତି କରିବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ପ୍ରେମୀମାନେ ନିଜ ଭଲ ପାଉଥିବା ସାଥୀଙ୍କୁ ବିବାହ କରିବେ। ସ୍ବାସ୍ଥ୍ୟ ଭଲ ରହିବ।

କୁମ୍ଭ-: ବୃହସ୍ପତିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ବ୍ୟବସାୟଙ୍କ ପାଇଁ ସମୟ ଖାସ୍ ରହିବ। ଯେଉଁମାନେ ରିୟଲି-ଇ-ଷ୍ଟେଟ୍ ରେ କାର୍ଯ୍ୟରତ ସେମାନେ ଭଲ ପ୍ରୋଜେକ୍ଟ ପାଇବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନେ ଏହି ସମୟ କରନ୍ତୁ,ଭଲ ରିଟର୍ଣ୍ଣ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମୀନ: ଦୀପାବଳି ପୂର୍ବରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ଲାଭ ପାଇବେ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen