Fire in Unit-1 Hata: ୟୁନିଟ୍ ୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ, ୪୦ ଦୋକାନ ଜଳିଗଲା

Reporterspen

Fire in Unit-1 Hata: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌) : ଭୁବନେଶ୍ବର ଏକ ନମ୍ବର ହାଟରେ ବୁଧବାର ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ହାଟରେ ଥିବା ୪୦ରୁ ଊର୍ଦ୍ଧ୍ବ ଦୋକାନ, ପରିବା ଗୋଦାମରେ ନିଆଁ ଲାଗିଛି। ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ନିଆଁ ବ୍ୟାପିଥ୍ଖବାବେଳେ ୪୦ରୁ ୫୦ଟି ଦୋକାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ କରିଥ୍ଖଲା। ଘଟଣାସ୍ଥଳରେ ୧୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା । ଏନେଇ ଆସିଷ୍ଟାଷ୍ଟ ଫାୟାର ଅଫିସର ମନୋରଞ୍ଜନ ରାଉତ ସୂଚନା ଦେଇଛନ୍ତି।

ଆସିଷ୍ଟାଷ୍ଟ ଫାୟାର ଅଫିସରଙ୍କ ସୂଚନାରେ ୧ ନମ୍ବର ହାଟରେ ନିଆଁ ଲାଗିବା ଘଟଣାରେ ଅଗ୍ନିଶମ ବାହିନୀର ଉଦ୍ୟମ ପରେ ନିଆଁ ଆୟତ୍ତ ହୋଇଥ୍ଖଲା ୩୦ ମିନିଟ ପରେ ଅଗ୍ନିକାଣ୍ଡ ଆୟତ୍ତ ହୋଇଥିଲା । ଘଟଣା ଘଟିବାର ୩୦ ମିନିଟ୍ ଭିତରେ ଅଗ୍ନିଯୋଦ୍ଧାମାନେ ନିଆଁକୁ ଆୟତ୍ତକୁ ଆଣିଥଲେ। ନିଆଁ ଯଦିଓ ଲିଭିଛି, ତଥାପି କାଁ ଭାଁ ସ୍ଥାନରେ ନିଆଁ କୁହୁଳୁଛି ଓ ଧୂଆଁ ଉଠୁଛି ବୋଲି ଜଣେ ଅଗ୍ନିଯୋଦ୍ଧା କହିଛନ୍ତି।

ସେପଟେ ନିଆଁ ଲିଭା ନେଇ ଅଗ୍ନିଶମ ବିଭାଗର ଅଧିକାରୀ ରମେଶ ମାଝୀ କହିଛନ୍ତି, ୟୁନିଟ୍-୧ ମାର୍କେଟରେ ନିଆଁ ଲାଗିବା ନେଇ ଅଗ୍ନିଶମ ବାହିନୀକୁ ୨ଟା ୪୦ରେ ସୂଚନା ମିଳିଥିଲା। ସୂଚନା ମିଳିବାର ମାତ୍ର ୩ ମିନିଟ୍ ମଧ୍ୟରେ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର କାମ ଆରମ୍ଭ କରିଥିଲେ। ନିଆଁ ଲିଭାଇବା ପାଇଁ ୧୫ଟି ଗାଡ଼ି ବ୍ୟବହାର କରାଯାଇଥିଲା। ଏଥିରେ ୧୪୦ ଜଣ ଅଗ୍ନି ଯୋଦ୍ଧା ମୁତୟନ ଥିଲେ। ଦୋକାନରେ ଜଳୁଥିବା ଜିନିଷ ଥିଲା।

ଏଥିପାଇଁ କମ ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଅଗ୍ନିକାଣ୍ଡର ପ୍ରକୃତ୍ତ କାରଣ ଜଣାପଡ଼ି ନାହିଁ। କେଉଁଠାରୁ ଏହା ଆରମ୍ଭ ହେଲା ଏନେଇ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ। ନିଆଁ ଲିଭାଇବା ଆମର ପ୍ରାଥମିକତା, ସଂପୂର୍ଣ୍ଣ ଭାବେ ନିଆଁ ଆୟତ୍ତ ହେଲା ପରେ ଏହାର କାରଣ ଖୋଜାଯିବ ବୋଲି ସେ କହିଛନ୍ତି। ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ କୌଣସି ଏକ ତେଜରାତି ଦୋକାନରୁ ନିଆଁ ଜଳିବା ଆରମ୍ଭ ହୋଇଥିବା କିଛି କହୁଛନ୍ତି। ତେବେ ଅଗ୍ନିକାଣ୍ଡରେ ପ୍ରାୟ ୪୦ଟି ଦୋକାନ ଜଳିଯାଇଛି। ଫଳରେ ବ୍ୟବସାୟୀଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ହୋଇଯାଇଥ୍ଖବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭୁବନେଶ୍ବର ୟୁନିଟ୍-୧ ମାର୍କେଟରେ ଅଗ୍ନିକାଣ୍ଡ ଘଟଣା ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଏହି ବିଶାଳ ବଜାରରେ ଅଗ୍ନିକାଣ୍ଡ ଘଟି ଅନେକ ଦୋକାନ ଜଳି ଯାଇଛି। ବୃହତ୍ ମାର୍କେଟ ଭିତରେ ହଜାର ହଜାର ଦୋକାନ ଲାଗି ଲାଗି ଥିବାରୁ ଏଠାରେ ଅଗ୍ନିକାଣ୍ଡ ଘଟିଲେ କମ୍ ସମୟ ମଧ୍ୟରେ ଏହା ବହୁ ଜିନିଷପତ୍ର କ୍ଷତି ପହଞ୍ଚାଇଥାଏ ବୋଲି ଅଗ୍ନି ଯୋଦ୍ଧା କହିଛନ୍ତି।


Reporterspen