ଗ୍ୟାରୀ କ୍ରିଷ୍ଟନ ହେଲେ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ନୂଆ ମୁଖ୍ୟ କୋଚ୍‌

Reporterspen

କଲମ୍ବୋ, ୧୦/୦୩: ଟି-୨୦ ବିଶ୍ୱକପ୍‌ରେ ଦୁର୍ବଳ ପ୍ରଦର୍ଶନକୁ ଭୁଲି ଶ୍ରୀଲଙ୍କା କ୍ରିକେଟ୍‌ ଦଳ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହା ପୂର୍ବରୁ ନୂଆ ମୁଖ୍ୟ କୋଚ ନିଯୁକ୍ତ କରିଛି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ। ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ୍‌ ଖେଳାଳି ଗ୍ୟାରୀ କ୍ରିଷ୍ଟନ କୋଚ୍‌ ଦାୟିତ୍ୱ ପାଇଛନ୍ତି। ଆଗାମୀ ୨ ବର୍ଷ ପାଇଁ ସେ କୋଚ୍‌ ନିଯୁକ୍ତ ହୋଇଛନ୍ତି । ଆସନ୍ତା ମାସ ୧୫ ତାରିଖରୁ କ୍ରିଷ୍ଟନଙ୍କ କାର୍ଯ୍ୟକାଳ ଆରମ୍ଭ ହେବ।

କ୍ରିଷ୍ଟନ ବିଶ୍ୱର ଅନ୍ୟତମ ସଫଳ କୋଚ ଭାବେ ଗଣା ହେଉଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ଭାରତ ୨୦୧୧ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା। ଏହାପରେ ସେ ୨୦୧୧ରୁ ୨୦୧୩ ମଧ୍ୟରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର କୋଚ ନିଯୁକ୍ତ ହୋଇଥିଲେ। ଏହି ୨ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ସବୁ ଫର୍ମାଟ୍ରେ ଶୀର୍ଷ ମାନ୍ୟତା ହାସଲ କରିଥିଲା। କିର୍‌ଷ୍ଟନ ୧୯୯୩ରୁ ୨୦୦୪ ମଧ୍ୟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳିଥିଲେ। ୧୧ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ସେ ୧୪,୦୦୦ରୁ ଊର୍ଦ୍ଧ୍ବ ରନ୍‌ ସଂଗ୍ରହ କରିଥିଲେ। ଟେଷ୍ଟ କ୍ରିକେଟ୍‌ରେ ସେ ୨୧ଟି ଓ ଦିନିକିଆରେ ୧୩ଟି ଶତକ ଅର୍ଜନ କରିଥିଲେ ।


Reporterspen