Political News: ନୂତନ କାର୍ଯ୍ୟକର୍ତାଙ୍କ ଆଗ୍ରହ, ଉତ୍ସାହ, ଉଦ୍ଦୀପନା ବିଜେପିକୁ ଯଶସ୍ୱୀ କରିବ: ମନମୋହନ ସାମଲ

Reporterspen

Political News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌):  ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ବିଜେପି ସରକାରଙ୍କ ଉପଲବ୍ଧି ସଭିଏଁ ଅନୁଭବ କରିପାରୁଛନ୍ତି । ନୁଆପଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ଲାଭପରେ ବିଜେପି ପ୍ରତି ଲୋକଙ୍କ ଆକର୍ଷଣ ଆହୁରି ବଢ଼ିବାରେ ଲାଗିଛି । ରାଜ୍ୟରେ ଡବଲ ଇଂଜିନ ସରକାରଙ୍କ ବିକାଶ ମଡେଲ ସମସ୍ତଙ୍କ ମନରେ ନୂଆ ଆଗ୍ରହ ସୃଷ୍ଟି କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ବର୍ତମାନ ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏର ସରକାର ଅଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହାକୁ ପୂରଣ କରିବାକୁ ଆମ ସମସ୍ତଙ୍କୁ ଏକତ୍ରିତ ହେବାକୁ ପଡ଼ିବ । ଓଡ଼ିଶାବାସୀଙ୍କ ସହଯୋଗରେ ରାଜ୍ୟରେ ବିଜେପି ସରକାର ୧୭ ମାସ ପୂରଣ କରିଛି । ଇତିମଧ୍ୟରେ ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ପାଇଁ ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ସ୍ୱଳ୍ପ ସମୟ ମଧ୍ୟରେ ବହୁ ଲୋକପ୍ରିୟ ଯୋଜନା କରି ଓଡ଼ିଶାବାସୀଙ୍କ ହୃଦୟ ଜିଣିପାରିଛି । ଆଗାମୀ ଦିନରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଜାରି ରଖିବାକୁ ପଡ଼ିବ । ଶିକ୍ଷା, ସ୍ୱାସ୍ଥ୍ର‌୍ୟ, ଗମନାଗମନଠାରୁ ଆରମ୍ଭ କରି ରାଜ୍ୟର ସାମଗ୍ରିକ ବିକାଶ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଏହି ମିଶ୍ରଣ ପର୍ବରେ ଭଦ୍ରକ ଜିଲ୍ଲାର ୪ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରପଂଚ, ସମିତି ସଭ୍ୟ ଏବଂ ଜନପ୍ରତିନିଧିମାନେ ବିଜେଡି ଓ କଂଗ୍ରେସ ପରିତ୍ୟାଗ କରି ବିଜେପିରେ ଯୋଗଦେଇଛନ୍ତି । ସେହିପରି ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରୁ ୪ ଜଣ ପୂର୍ବତନ କର୍ପୋରେଟଙ୍କ ସମେତ ବହୁ ନେତା ଓ କର୍ମୀ ବିଜେଡି ଓ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ଉଭୟ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଅଧିକ ଶକ୍ତିଶାଳୀ ହୋଇଛି । ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଛି ବିଜେପି । ନୂତନ କାର୍ଯ୍ୟକର୍ତାଙ୍କ ଆଗ୍ରହ, ଉତ୍ସାହ, ଉଦ୍ଦୀପନା ବିଜେପିକୁ ଯଶସ୍ୱୀ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ମିଶ୍ରଣ ପର୍ବରେ ଭଦ୍ରକ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରୟାସକାନ୍ତି ସାମଲ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ନଗେନ୍ଦ୍ର ବିଶ୍ୱାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁମତି ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ବଦ୍ରି ରାଉତ, ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷା ପ୍ରଣିତିକାନ୍ତି ସାମଲ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେଡି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଭଦ୍ରକ ଜିଲ୍ଲା ବନ୍ଥ ବ୍ଲକର ସମିତିସଭ୍ୟ ନିର୍ମଳ ଚନ୍ଦ୍ର ନାୟକ, ଜ୍ୟୋର୍ତିମୟୀ ପଣ୍ଡା, ଧରଣୀଧର କର, ସନ୍ତୋଷ କୁମାର ପହି, ମନୋରଞ୍ଜନ ସେଠୀ, ଉଦ୍ଧବ ସେଠୀ, ଛାତ୍ର ନେତା ପ୍ରଣବ କେଶର ଲେଙ୍କା, ପୂର୍ବତନ ଯୁବ ଜିଲ୍ଲା ସମ୍ପାଦକ କାଶୀନାଥ ସେଠୀ, ଯୁବନେତା ଧର୍ମେନ୍ଦ୍ର ଜେନା, ପ୍ରଦୀପ୍ତ ସାମଲ, ବୈକୁଣ୍ଠ ଜେନା, ବସନ୍ତ କୁମାର ପତି, ହିମାଦ୍ରି ମହାନ୍ତି, ଶୀମତୀ ଭାନୁମତି ପରିଡା, ଗଜେନ୍ଦ୍ର ମଲ୍ଲିକ, ଗଦାଧର ବାରିକ, ବସନ୍ତ କୁମାର ଘଡେଇ, ୱାର୍ଡ ମେମ୍ବର ବିଜୟ କୁମାର ଜେନା, ସରପଂଚ ସୁଭଦ୍ରା ସିଂ, ପଂଚାୟତ ସମିତି ସଦସ୍ୟ ଧରଣୀଧର କୁଅଁର; ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ସରପଂଚ ନିରଞ୍ଜନ ମଲ୍ଲିକ, ବିନୋଦିନୀ ନାୟକ, ସଞ୍ଜୁଲତା ସାମଲ, ଜୋନାକି ଚାନ୍ଦ, ପଂଚାୟତ ସମିତି ସଦସ୍ୟ ଅହଲ୍ୟା ମଲ୍ଲିକ, ଅଞ୍ଜଳି ମୁଦୁଲି, ସାବିତ୍ରୀ ଜେନା, ସରୋଜ କୁମାର ପଣ୍ଡା; ଭଣ୍ଡାରିପୋଖରୀ ବ୍ଲକର ସମିତି ସଭ୍ୟ ବିଷ୍ଣୁଚରଣ ଦାସ, ରଂଜିତ ଜେନା, ପର୍ଶୁରାମ ପଣ୍ଡା, ସରପଂଚ ରମେଶ ଜେନା, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ରାଉତ, ରଶ୍ମିତା ପାଢୀ, ଆକାଶ ରଂଜନ ନାୟକ, ଦିଲୀପ ସାମଲ, ବଦ୍ରି ରାଉତ; ବାସୁଦେବପୁରର ବ୍ଲକର ସମିତି ସଦସ୍ୟ ସୁରେନ୍ଦ୍ର ପ୍ରସାଦ ବେଜ୍‌, ରମାକାନ୍ତ ଦାଶ, ଲଗନିକା ମଲ୍ଲିକ, ବରିଷ୍ଠ ନେତା ରଞ୍ଜନ କୁମାର ମଲ୍ଲିକ, ସୂର୍ଯ୍ୟକାନ୍ତ ସେଠୀ, ନାଏବ ସରପଂଚ ରଶ୍ମୀରେଖା ଧଳଙ୍କ ସମେତ ବରଣ୍ଡୁଆ ପଂଚାୟତର ୮ଜଣ ୱାର୍ଡ ମେମ୍ବର ଆଜି ଆନୁଷ୍ଠାନିକ ଭାବେ ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହେଲେ ।

ସେହିପରି ମଧ୍ୟ ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ରାଜଲକ୍ଷ୍ମୀ ନାୟକ, ରାମଚନ୍ଦ୍ର ପ୍ରଧାନ, ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ ରକି ଚାନ୍ଦ ସେନାପତି, ସଂଗ୍ରାମ ବେହେରା, ଶ୍ରୀବତ୍ସ ରାଉତ, ଗୋପବନ୍ଧୁ ଜେନା, ପ୍ରକାଶ ପରିଜା, ବିଜୁ ମହିଳା ଜନତା ଦଳ ଜିଲ୍ଲା ଉପସଭାପତି ସ୍ମରଣୀକା ରଥ, କଂଗ୍ରେସ ଜିଲ୍ଲା ଉପସଭାପତି ରାଜେଶ ସାମନ୍ତସିଂହାର, ଯୁବନେତା ପାନ୍ନାଲାଲ ମଙ୍ଗରାଜ, ଜଗତ ଜୀବନ ଜେନା, ରାଜେନ୍ଦ୍ର ପ୍ରସାଦ ରାଉତ, ରମେଶ ନାୟକ, ତପନ କୁମାର ଦଳେଇ, ସୁଶାନ୍ତ କୁମାର ଦଳୁଆ, ରାଜ କୁମାର ବେହେରା, ଭବାନୀ ଶଙ୍କର ଦାଶ, ଆଶୁତୋଷ ପଣ୍ଡା, ପ୍ରିତୀରଞ୍ଜନ ସାହୁ, ବିଜୟ କୁମାର ବେହେରା, ବିଭୂତି ଭୂଷଣ, ସୁରେଶ ନାୟକ, ରବିନ୍ଦ୍ର ପ୍ରଧାନ, ପ୍ରମୋଦ ନାୟକ ଆଜି ଆନୁଷ୍ଠାନିକ ଭାବେ ବିଜେଡି ଓ କଂଗ୍ରେସ ଦଳ ତ୍ୟାଗ କରି ବିଜେପିରେ ସାମିଲ ହେଲେ ।

ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ନୂତନ କାର୍ଯ୍ୟକର୍ତାମାନଙ୍କୁ ସ୍ୱାଗତ କରିବା ସହ ବିଜେପି ସରକାରର ଲୋକପ୍ରିୟତା ଦିନକୁ ଦିନ ବଢ଼ି ଚାଲିଛି । ଆଗାମୀ ଦିନରେ ବିଜେପି ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରି ରାଜ୍ୟକୁ ବିକଶିତ କରିବ । ଆମେ ସମସ୍ତେ ଏକାଠି ହୋଇ କାମ କରିବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି ।

ଏହି ଅବସରରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର ଓ ବିଧାୟକ ବାବୁ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ସ୍ମୃତି ପଟ୍ଟାନାୟକ, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବଦ୍ରିନାରାୟଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।


Reporterspen