ଆମେରିକା ଦୂତାବାସର ହେଲିପ୍ୟାଡ୍ ଉପରେ ଇରାନର ମିସାଇଲ ମାଡ଼

Reporterspen

ନୂଆଦିଲ୍ଲୀ,୧୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ତୃତୀୟ ସପ୍ତାହରେ ପ୍ରବେଶ କରିଛି। ଏହା ସହ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ, ଶନିବାର ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକୀୟ ଦୂତାବାସ ପରିସରରେ ଏକ ହେଲିପ୍ୟାଡ ଉପରେ ମିସାଇଲ୍ ଇରାନର ମିସାଇଲ ମାଡ଼। ଏହି ଘଟଣା ପରେ, ଦୂତାବାସ ପରିସରରୁ ମୋଟା ଆସ୍ତରଣର କଳା ଧୂଆଁର ଉଠୁଥିବାର ଦେଖାଯାଇଥିଲା।

ଆସୋସିଏଟେଡ୍ ପ୍ରେସର ରିପୋର୍ଟ ଅନୁଯାୟୀ, ବାଗଦାଦରେ ଥିବା ଆମେରିକୀୟ ଦୂତାବାସର ଧୂଆଁରେ ପରିପୂର୍ଣ୍ଣ ହୋଇଥିବା ବେଳେ ୟୁଏଇର ଫୁଜୈରାହ ବନ୍ଦର ନିକଟରେ ଥିବା ଏକ ତୈଳ ଭଣ୍ଡାର ଉପରେ ଆକ୍ରମଣ ପରେ ମଧ୍ୟ ନିଆଁ ଲାଗିଯାଇଥିଲା। ଅଧିକାରୀଙ୍କ କହିବା ଅନୁସାରେ, ଆମେରିକା ଦ୍ୱାରା ଇଣ୍ଟରସେପ୍ଟ କରିବା ବେଳେ ଏକ ଇରାନୀ ଡ୍ରୋନ୍ ରୁ ଭଗ୍ନାବଶେଷ ପଡ଼ିବା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଏହା ବିଶ୍ୱର ପ୍ରମୁଖ ତୈଳ ରପ୍ତାନି କେନ୍ଦ୍ର ମଧ୍ୟରୁ ଗୋଟିଏ ଏବଂ ଏହି ଅଞ୍ଚଳରେ ଯେକୌଣସି ସାମରିକ କାର୍ଯ୍ୟକଳାପ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରିପାରେ। ଏହି ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ସମଗ୍ର ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି।

ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେରିକାର ସେନା ଇରାନର ତୈଳ ନେଟୱାର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଖାର୍ଗ ଦ୍ୱୀପରେ ସାମରିକ ଘାଟିଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ଏହି ଦ୍ୱୀପକୁ ଇରାନର ତୈଳ ରପ୍ତାନି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। କାରଣ ଏଥିରେ ଦେଶର ମୁଖ୍ୟ ତୈଳ ଟର୍ମିନାଲ ଅବସ୍ଥିତ। ଟ୍ରମ୍ପ ଚେତାବନୀ ଦେଇଥିଲେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକରେ ହସ୍ତକ୍ଷେପ କରେ, ତେବେ ଆମେରିକା ଇରାନର ସମଗ୍ର ତୈଳ ନେଟୱାର୍କକୁ ଟାର୍ଗେଟ କରିପାରେ। ଆମେରିକାର ଏହି ଧମକ ପରେ ଏବେ ଇରାନ ପାଲଟା ଆକ୍ରମଣ କରିଛି। ଏହା ଭିତରେ ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଜଣେ ଆମେରିକୀୟ ଅଧିକାରୀଙ୍କ ସୂଚନା ଦେଇଛନ୍ତି ଯେ, ପ୍ରାୟ ୨୫୦୦ ଅତିରିକ୍ତ ମାରିନ୍ ସୈନିକ ଏବଂ ଏକ ଏମ୍ଫିବିୟସ୍ ଆସଲ୍ଡ ଜାହାଜକୁ ଏହି ଅଞ୍ଚଳକୁ ପଠାଯାଉଛି। ଅନ୍ୟପକ୍ଷେ ଇରାନ ପକ୍ଷରୁ ଇସ୍ରାଏଲ ଓ ଉପସାଗରୀୟ ଦେଶ ଆଡକୁ ମିସାଇଲ ଓ ଡ୍ରୋନ୍ଆକ୍ରମଣ ଜାରି ରହିଛି।


Reporterspen