ନୂଆଦିଲ୍ଲୀ, : ଭାରତୀୟ ରେଳବାଇ ଇତିହାସରେ ପ୍ରଥମ ଥର ପାଇଁ ସବୁଠୁ ବଡ ଏବଂ ବ୍ୟାପକ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ଜାରି ରଖିଛି । ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ରେଳ ନେଟୱାର୍କ ମଧ୍ୟରୁ ଅନ୍ୟତମ ହୋଇଥିବା କାରଣରୁ ବଡ ପରିଚାଳନାଗତ ଆହ୍ୱାନ ସତ୍ତ୍ୱେ ଭାରତ ଏହି କାର୍ଯ୍ୟକୁ ସୁଚାରୁ ରୂପେ ଆଗକୁ ବଢାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଅନେକ ଦେଶ ପ୍ରମୁଖ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ସମୟରେ ୩-୪ ବର୍ଷ ପାଇଁ ରେଳ ଚଳାଚଳ ବନ୍ଦ ରଖନ୍ତି । କିନ୍ତୁ ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟାତ କରୁଥିବାରୁ, ଷ୍ଟେସନଗୁଡ଼ିକୁ ବନ୍ଦ କରିବା ସମ୍ଭବ ନୁହେଁ । ଏହି ପ୍ରତିବନ୍ଧକ ସତ୍ତ୍ୱେ ସୁରକ୍ଷା ପ୍ରତି ନିରନ୍ତର ଧ୍ୟାନ ଦିଆଯିବା ସହିତ ପୁନଃବିକାଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।
ରେଳ ମନ୍ତ୍ରୀ କହିଛନ୍ତି ଯେ , ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଭାରତ ଏହାର ଷ୍ଟେସନ ଭିତ୍ତିଭୂମିର ଏତେ ବ୍ୟାପକ ଏବଂ ରୂପାନ୍ତରଣକାରୀ ପରିବର୍ତ୍ତନ କରୁଛି । ଏହା ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ଅଭିଜ୍ଞତା । ଏହି କାର୍ୟ୍ୟଗୁଡ଼ିକ ପାଇଁ ଅସାଧାରଣ ଯୋଜନା ପ୍ରସ୍ତୁତି, ସମନ୍ୱୟ ଏବଂ ସଠିକ ଇଞ୍ଜିନିୟରିଂର ଆବଶ୍ୟକତା ରହିଛି । ଏହାକୁ ସୁନିଶ୍ଚିତ କରାଯିବା ସହିତ ୈନନ୍ଦିନ ଟ୍ରେନ ଚଳାଚଳକୁ ବାଧା ନ ପହଞ୍ଚାଇ ବିକାଶ କାର୍ଯ୍ୟ କାର୍ଯ୍ୟକାରୀ କରାଯାଉଛି ।
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇ ୧,୩୦୦ ରୁ ଅଧିକ ଷ୍ଟେସନକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନଦଣ୍ଡରେ ଉନ୍ନତିକରଣ କରାଯାଉଛି । ଏବେ ସୁଦ୍ଧା ୧୬୦ ଷ୍ଟେସନକୁ ପୁନଃବିକଶିତ କରାଯାଇସାରିଛି । ଆଧୁନିକ ଇଞ୍ଜିନିୟରିଂ ସମାଧାନଠାରୁ ଉନ୍ନତ ଯାତ୍ରୀ ସୁବିଧା ପର୍ଯ୍ୟନ୍ତ, ପ୍ରତ୍ୟେକ ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ ଏବଂ ସତର୍କତାର ସହିତ ଯୋଜନାବଦ୍ଧ ଭାବରେ କାର୍ଯ୍ୟକାରୀ କରାଯାଉଛି ।
ଚଳିତ ବର୍ଷ ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବିକାନେରରୁ ୧୦୩ଟି ଅମୃତ ଭାରତ ଷ୍ଟେସନର ଲୋକାର୍ପଣ କରିଥିଲେ । ଏହା ଦେଶବ୍ୟାପୀ ଆଧୁନିକୀକରଣ ଅଭିଯାନରେ ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା । ଅମୃତ ଭାରତ ଷ୍ଟେସନ ଯୋଜନା ଭାରତର ଜଟିଳ ଭିତ୍ତିଭୂମି ଉନ୍ନତିକରଣକୁ ରେକର୍ଡ ଗତିରେ ଆଗକୁ ବ?ାଇବା କ୍ଷମତାର ଏକ ଶକ୍ତିଶାଳୀ ପ୍ରମାଣ ଭାବରେ ଦଣ୍ଡାୟମାନ ହୋଇଛି । ଏହା ସହିତ ପ୍ରତିଦିନ ଟ୍ରେନ ଚଳାଚଳ, ଯାତ୍ରୀଙ୍କ ଗମନାଗମନ ଏବଂ ସୁରକ୍ଷାକୁ ସର୍ବୋଚ୍ଚ଼ ପ୍ରାଥମିକତା ରୂପେ ଧ୍ୟାନ ଦିଆଯାଉଛି ।

