ନୂଆଦିଲ୍ଲୀ, ଭାରତ ସରକାରଙ୍କ ଦୂରସଂଚାର ବିଭାଗ (DoT), ଅକ୍ଟୋବର ୨୨ ତାରିଖରେ ଟେଲିକମ୍ୟୁନିକେସନ ସାଇବର୍ ସୁରକ୍ଷା (TCS) ସଂଶୋଧନ ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିଛନ୍ତି। ଏହି ନୂଆ ସଂଶୋଧନ ଅନୁଯାୟୀ ମେସେଜିଂ ପ୍ଲାଟଫର୍ମଗୁଡ଼ିକ (ଯେପରିକି WhatsApp ଏବଂ Telegram) ପାଇଁ SIM-ବାଇଣ୍ଡିଂ ଏବଂ ନୂଆ ପ୍ରମାଣୀକରଣ ମାନକକୁ ବାଧ୍ୟତାମୂଳକ କରିଥାଏ। ଏହି ପଦକ୍ଷେପ ସାଇବର ଠକେଇକୁ ରୋକିବା ଉଦ୍ଦେଶ୍ୟରେ ନିଆଯାଇଛି।
ନୂଆ ନିୟମର ଉଦ୍ଦେଶ୍ୟ:
ନୂଆ ପ୍ରମାଣୀକରଣ ସିଷ୍ଟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନଲାଇନ୍ କାରବାର ଏବଂ ଦେୟକୁ ଅଧିକ ସୁରକ୍ଷିତ ଏବଂ ସ୍ୱଚ୍ଛ କରିବା। ଏହା ଅଧୀନରେ, ହ୍ୱାଟ୍ସଆପ୍, ଟେଲିଗ୍ରାମ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ପରି ମେସେଜିଂ ପ୍ଲାଟଫର୍ମଗୁଡ଼ିକୁ ଏକ ନୂଆ ପ୍ରକାରର ପ୍ରମାଣୀକରଣ ପ୍ରୋଟୋକଲ୍ ଅନୁସରଣ କରିବାକୁ ପଡିବ। ସମସ୍ତ ଆର୍ଥିକ କାରବାର ଏବଂ ସୂଚନା ଆଦାନପ୍ରଦାନ ସଠିକ୍ ଏବଂ ଠକେଇମୁକ୍ତ କରିବା ଏହା ମୂଳ ଉଦ୍ଦେଶ୍ୟ।
ସରକାର କହିଛନ୍ତି ଯେ ଭାରତ ବାହାରୁ କାର୍ଯ୍ୟ କରୁଥିବା ଅପରାଧୀମାନେ ସାଇବର ଠକେଇ ଏବଂ ଅନ୍ୟ କାହା ନାଁରେ ଠକେଇ କରିବା ପାଇଁ ଏହି ଲୁପ୍ହୋଲ୍ ବ୍ୟବହାର କରୁଛନ୍ତି।
ସିମ୍ ବାଇଣ୍ଡିଂର ଅର୍ଥ କ’ଣ ଏବଂ ଏହା କିପରି କାମ କରିବ?
ନୂଆ ଟେଲିକମ୍ନିକେଶନ୍ ସାଇବର ସୁରକ୍ଷା ସଂଶୋଧନ-୨୦୨୫ ଅନୁସାରେ, WhatsApp, ସିଗନାଲ୍, ଟେଲିଗ୍ରାମ, ଅରଟାଇ,ସ୍ନାପ୍-ଚାଟ୍, ସେୟାର ଚାଟ୍, ଜିଓ ଚାଟ୍, ଜୋସ୍, ଭଳି ମେସେଜିଂ ଆପ୍ଗୁଡିକୁ ଟେଲିକମ୍ନିକେଶନ୍ ଆଇଡେଣ୍ଟିଫାୟର୍ ୟୁଜର୍ ଏଣ୍ଟିଟିଜ୍ (TIUEs) ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଏହାଫଳରେ, ଏହି ପ୍ଲାଟଫର୍ମଗୁଡିକ ପାଇଁ ସିମ୍ ବାଇଣ୍ଡିଂ ଅନିବାର୍ଯ୍ୟ ହେବ।
ସିମ୍ ବାଇଣ୍ଡିଂର ଅର୍ଥ ହେଉଛି ଯେଉଁ ମୋବାଇଲ୍ ନମ୍ବରରେ ଆପ୍ଟି ସାଇନ୍-ଅପ୍ କରାଯାଇଛି, ସେହି ସିମ୍ କାର୍ଡଟି ଉକ୍ତ ଡିଭାଇସ୍ରେ ରହିଛି କି ନାହିଁ ଏହାକୁ ଆପ୍ ପକ୍ଷରୁ ଲଗାତାର ଯାଞ୍ଚ କରାଯିବ।
ବର୍ତ୍ତମାନ, ମେସେଜିଂ ଆପ୍ଗୁଡିକ ପ୍ରଥମ ଭେରିଫିକେଶନ୍ ସମୟରେ ମୋବାଇଲ୍ ନମ୍ବର ଯାଞ୍ଚ କରନ୍ତି। ତାପରେ ଯଦି ସିମ୍ ବାହାର କରାଯାଏ କିମ୍ବା ଅନ୍ୟ ସିମ୍ ଲଗାଯାଏ ତଥାପି ଆପ୍ ପୂର୍ବ ପରି ଚାଲୁ ରହିଥାଏ। କିନ୍ତୁ ସିମ୍ ବାଇଣ୍ଡିଂ ଲାଗୁ ହେଲେ, ଆପ୍ଟି ନିରନ୍ତର ଭାବେ ଯାଞ୍ଚ କରିବ ଯେ ଆରମ୍ଭରେ ଭେରିଫାଇ ହୋଇଥିବା ସିମ୍ଟି ଏବେ ଡିଭାଇସ୍ରେ ସକ୍ରିୟ ଅଛି କି ନାହିଁ। ସିମ୍ ବଦଳାଇଦେଲେ କିମ୍ବା ଏହା ଇନଆକ୍ଟିଭ୍ ହୋଇଗଲେ, ଆପ୍ ଚାଲୁ ରହିବାକୁ ଅନୁମତି ଦେବ ନାହିଁ।
ଭାରତୀୟ ବେସରକାରୀ ଟେଲିକମ୍ କମ୍ପାନି ସଂଘ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ସିମ୍ ବାଇଣ୍ଡିଂର ସପକ୍ଷରେ ମତ ରଖିଛି। ସେମାନଙ୍କ ମତାମତ ବର୍ତ୍ତମାନର ‘ୱାନ୍-ଟାଇମ ଭେରିଫିକେଶନ୍’ ପ୍ରକ୍ରିୟା ଯୋଗୁ ଅନେକ ଅପବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି।
ଟ୍ରାଭେଲର୍ସ ଓ multi-device ଡିଭାଇସ୍ ବ୍ୟବହାରକାରୀଙ୍କ ପାଇଁ ଚ୍ୟାଲେଞ୍ଜ:
-ଏହି ନିର୍ଦ୍ଦେଶ ଠକେଇ ରୋକିବାକୁ ଉଦ୍ଦୀଷ୍ଟ ହୋଇଥିଲେ ମଧ୍ୟ, ଅନେକ ବୈଧ ବ୍ୟବହାରକାରୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ।
-ବିଦେଶ ଯାତ୍ରା ସମୟରେ ଲୋକାଲ୍ ସିମ୍ ବ୍ୟବହାର କରୁଥିବା ଲୋକମାନେ WhatsApp ଭଳି ଆପ୍ଗୁଡିକୁ ପୂର୍ବ ଭଳି ବ୍ୟବହାର କରିପାରିବେ ନାହିଁ, ନୂଆ ଭେରିଫିକେଶନ୍ ଆବଶ୍ୟକ ହେବ।
-ଟାବ୍ଲେଟ୍ କିମ୍ବା ଅନେକ ଡିଭାଇସ୍ରେ ଆପ୍ ବ୍ୟବହାର କରୁଥିବା ୟୁଜରମାନେ ବାରମ୍ବାର ଲଗ୍-ଆଉଟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

