odisha assembly: ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ!

Reporterspen

odisha assembly: ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ତୃତୀୟ ଦିନରେ ମୁଲତବି ଆଲୋଚନା ସମୟରେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କରିଛନ୍ତି ପ୍ରତାପ ଚନ୍ଦ୍ର ନାୟକ ।

ପ୍ରତାପ କହିଥିଲେ ଯେ, ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକମାନେ କାଗଜ ବାଘ ଥିଲେ । ରାଜା ଭାଇଙ୍କୁ ଆହ୍ୱାନ ଦେଇ ସେ କହିଥିଲେ ଯେ, ନବୀନଙ୍କୁ ନେଇ ଗୋଟିଏ ବହି ଲେଖାଯାଉ । ଆଗରୁ ପାଣ୍ଡିଆନ ସର୍ବେସର୍ବା ଥିଲେ ଏବେ ଆପଣ ବାଘ ହୋଇ କଥା କହୁଛନ୍ତି । ୨୦୨୪ ନିର୍ବାଚନରେ ଲୋକେ ଆପଣଙ୍କୁ ତଡ଼ିପାର କଲେ ନିକଟରେ ନୂଆପଡ଼ା ଉପନିର୍ବାଚନରେ ପ୍ରମାଣିତ ହେଲା ବିଜେଡି ଆଉ କିଛି ନାହିଁ ।

ପାଣ୍ଡିଆନଙ୍କ ସୁରକ୍ଷାକୁ ନେଇ ଉଭୟ ଶାସକ ଏବଂ ଦୁଇ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି । ପାଣ୍ଡିଆନ୍ କିଏ ଓ କାହିଁକି ତାଙ୍କୁ ସୁରକ୍ଷା ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ଏନେଇ ନିଶ୍ଚିତ ତଦନ୍ତ ହେବ । କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସରୋଜ ପାଢ଼ୀ । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ତଦନ୍ତ ପାଇଁ ଆମେ ପ୍ରସ୍ତୁତ । ବିଜେପି ଏବେ ସରକାରରେ ଅଛି ED ଓ ସିବିଆଇ ତାଙ୍କ ପାଖରେ । ନୂଆ ସରକାର ଆସିବାର ୧୮ ମାସ ବିତିଲାଣି ଯଦି କାର୍ଯ୍ୟାନୁଷ୍ଠାନ ନେବା କଥା ନେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଅଶୋଦ ଦାସ । ବିଜେଡି-ବିଜେପି ଚତୁରେ ଚତୁରେ କୋଳାକୋଳି ଏବଂ ମିଶିକି ଅଛନ୍ତି ବୋଲି ଅଶୋକ କହିଛନ୍ତି ।


Reporterspen