Political News: ଟିୟର ଗ୍ୟାସ ମାଡ଼ରେ ବବି ଦାସ ଆହତ

Reporterspen

Political News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟା ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ବିଜେଡି ପକ୍ଷରୁ ଲୋକସେବା ଭବନ ଘେଉରା ବେଳେ ବବି ଦାସ ଆହତ ହୋଇଛନ୍ତି । ପୋଲିସର ଲୁହ ବୁହା ଗ୍ୟାସ ମାଡରେ ବବି ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତି ହୋଇଥିବା ଜଣାପଡିଛି ।

ଏଫଏମ କଲେଜ ଛାତ୍ରୀ ସୌମ୍ୟା ମୃତ୍ୟୁ ଆତ୍ମହୁତି ଘଟଣାକ୍‌ୁ ନେଇ ଆଜି ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ କରାଯାଇଥିଲା । ଶତାଧିକ ବିଜେଡି ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଘେରାଉ କରାଯାଇଥିଲା । ଏହି ସମୟରେ ବିଜେଡି କର୍ମୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ଲୋକସେବା ଭବନ ଆଡକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପରିସ୍ଥିତି ଅଣଆୟତ ହେବାରୁ ପୋଲିସ ପକ୍ଷରୁ ଟିୟର ଗ୍ୟାସ ଓ ରବର ଗୁଳି ମାଡ କରାଯାଇଥିଲା ।

ଏଥିରେ ବରିଷ୍ଠ ବିଜେଡି ନେତା ବବି ଓରଫ ପ୍ରଣବପ୍ରକାଶ ଦାସ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ପୋଲିସ ବିଜେଡି ନେତାମାନଙ୍କୁ ଗିରଫ କରିଥିଲା ।


Reporterspen