Rishabh Pant: ରିଷଭ ପନ୍ତ ଏମଏସ ଧୋନିଙ୍କୁ ପଛରେ ପକାଇବେ!

Reporterspen

Rishabh Pant: ନୂଆଦିଲ୍ଲୀ: ପୂବର୍ତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ କ୍ରିକେଟ୍ ଭାଷ୍ୟକାର ଆକାଶ ଚୋପ୍ରା ରିଷଭ ପନ୍ତଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ଆକାଶ କହିଛନ୍ତି ଯେ ଯଦି ରିଷଭ ପନ୍ତ ଟେଷ୍ଟ ମ୍ୟାଚ୍ ଖେଳିବା ଜାରି ରଖନ୍ତି, ତେବେ ସେ ଏହି ଫର୍ମାଟରେ ଏମଏସ ଧୋନିଙ୍କ ମୋଟ ରନକୁ ଅତିକ୍ରମ କରିବେ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଇଂଲଣ୍ଡ ବିପକ୍ଷରେ ସଂପ୍ରତି ଖେଳାଯାଇଥିବା ଟେଷ୍ଟ ସିରିଜରେ ଆଘାତ ପରେ ରିଷଭ ପନ୍ତ ସୁସ୍ଥ ହେବା ପଥରେ ଅଛନ୍ତି ।

ଆକାଶ ଚୋପ୍ରା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, “ଏମ୍ ଏସ୍ ଧୋନି ଟେଷ୍ଟ ମ୍ୟାଚ୍ ଏବଂ ରନ୍ ସଂଖ୍ୟା ଦୃଷ୍ଟିରୁ ଶୀର୍ଷରେ ଅଛନ୍ତି । ସେ ୯୦ ମ୍ୟାଚ୍ ରେ ୧୪୪ ଇନିଂସ ଖେଳି ୩୮.୦୯ ହାରରେ ୪,୮୭୬ ରନ୍ କରିଛନ୍ତି । ତାଙ୍କ ନାମରେ ଛଅଟି ଶତକ ଅଛି । ରିଷଭ ପନ୍ତ ଗତ ପାଂଚ ବର୍ଷରେ ଛଅଟି ଶତକ ମାରିଛନ୍ତି ଏବଂ ମୋଟ ୮ଟି ଟେଷ୍ଟ ଶତକ କରିଛନ୍ତି । ଯଦି ଆମେ ମୋଟ ଉପରେ ନଜର ପକାଇବା, ତେବେ ରିଷଭ ପନ୍ତ ଆଠଟି ଶତକ ମାରିଛନ୍ତି ଏବଂ ଏମ୍ ଏସ୍ ଧୋନି ଛଅଟି ଶତକ ମାରିଛନ୍ତି । ରନ୍ ସଂଖ୍ୟା ଦୃଷ୍ଟିରୁ ରିଷଭ ପନ୍ତ ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ଏମ୍ ଏସ୍ ଧୋନିଙ୍କଠାରୁ ୧,୪୦୦ ରନ୍ ପଛରେ ଅଛନ୍ତି ଏବଂ ପ୍ରାୟ ଅଧା ମ୍ୟାଚ୍ ଖେଳିଛନ୍ତି । ଯଦି ସେ ଅଧିକ ଖେଳନ୍ତି, ତେବେ ସ୍ପଷ୍ଟ ଭାବରେ ସେ ଏମ୍ ଏସ୍ ଧୋନିଙ୍କୁ ପଛରେ ପକାଇଦେବେ ।

“ଚୋପ୍ରା ଆହୁରି କହିଛନ୍ତି, “ପନ୍ତ ଏପର୍ଯ୍ୟନ୍ତ ୪୭ ଟେଷ୍ଟ ମ୍ୟାଚ୍ ରେ ୪୪.୫୦ ହାରରେ ୩,୪୨୭ ରନ୍ କରିଛନ୍ତି । ତାଙ୍କର ଶତକ ସଂଖ୍ୟା ଆଠ, ଯାହା ଧୋନିଙ୍କ ଛଅ ଶତକ ଅପେକ୍ଷା ଦୁଇଟି ଅଧିକ । ଏହା କହିବା ଠିକ୍ ହେବ କି ପନ୍ତ ଭାରତ ପାଇଁ ଟେଷ୍ଟ ଖେଳିଥିବା ସର୍ବଶ୍ରେଷ୍ଠ ୱିିକେଟକିପର ବ୍ୟାଟ୍ସମ୍ୟାନ”।

ସେ କହିଛନ୍ତି ଯେ ଯଦି ଆମେ ଏପର୍ଯ୍ୟନ୍ତ ବିଶ୍ୱର ଶ୍ରେଷ୍ଠ ୱିକେଟକିପରଙ୍କ ତାଲିକା ଉପରେ ନଜର ପକାଇବା, ତେବେ ଆଡାମ ଗିଲକ୍ରିଷ୍ଟ ୯୬ଟି ମ୍ୟାଚ୍‌ରେ ୪୭.୬୦ ହାରରେ ୫,୫୭୦ ରନ୍ କରିଛନ୍ତି । ସେ ବର୍ତମାନ ପନ୍ତଙ୍କ ଠାରୁ ଆଗରେ ଅଛନ୍ତି, କିନ୍ତୁ ତାଙ୍କୁ ପଛରେ ପକାଇ ଦିଆଯାଇପାରେ । ଯଦି ଆମେ ଟେଷ୍ଟ କ୍ରିକେଟ୍‌?ରେ ସବୁଠାରୁ ସଫଳ ୱିକେଟକିପର ବ୍ୟାଟ୍ସମ୍ୟାନ୍ ବିଷୟରେ କଥା ହେବା, ତେବେ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗାକାରାଙ୍କ ନାମ ପ୍ରଥମ ସ୍ଥାନରେ ଅଛି । ସେ ୧୩୪ଟି ଟେଷ୍ଟ ମ୍ୟାଚ୍‌ରେ ୧୨,୪୦୦ ରନ୍ କରିଥିଲେ । ଏଥିରେ ମୋଟ ୩୮ଟି ଶତକ ରହିଛି ।


Reporterspen