ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି। ଜନସାଧାରଣଙ୍କୁ ଏଥି ନେଇ ବିଶେଷ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାର ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଗ୍ୟାସ ଓ ଇନ୍ଧନ ତୈଳ ମାର୍କେଟିଂ କରୁଥିବା ଆଓସିଏଲ, ଏଚବିସିଏଲ ଓ ବିପିସିଏଲ କମ୍ପାନୀର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।
ଖାଉଟିମାନଙ୍କୁ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଯୋଗାଣ ନେଇ ସମସ୍ୟା ନ ଥିବା ସମ୍ପର୍କରେ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡିକ ପାଇଁ ମଧ୍ୟ ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ନାହିଁ। ମୁଖ୍ୟ ଶାସନ ସଚିବ ସୁବିଧାରେ ରନ୍ଧନ ଗ୍ୟାସ ଓ ଇନ୍ଧନ ତୈଳ ଉପଲବ୍ଧ ହେବା ନେଇ ଯୋଗାଣ ଶୃଙ୍ଖଳ ସନ୍ତୁଳନ ବଜାୟ ରଖିବାକୁ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନଙ୍କୁ ର୍ନିେଶ ଦେଇଛନ୍ତି।
ରାଜ୍ୟରେ ରନ୍ଧନ ଗ୍ୟାସ ଓ ଇନ୍ଧନ ତୈଳ ଉପଲବଧତା ନେଇ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନେ କେନ୍ଦ୍ର ସରକାରଙ୍କୁ ଯେଉଁ ବିବରଣୀ ପ୍ରଦାନ କରୁଛନ୍ତି ତାହାର ଏକ ରିପୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଖାଦ୍ୟ ଯେଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ପ୍ରତିଦିନ ପ୍ରଦାନ କରିବାକୁ ର୍ନିେଶ ଦିଆଯାଇଛି।

