ଟି-୨୦ ବିଶ୍ବକପରୁ ବିଦା ହେଲା ବାଂଲାଦେଶ, ସ୍କଟଲ୍ୟାଣ୍ଡର ଏଣ୍ଟ୍ରି

Reporterspen

ମୁମ୍ବାଇ, : ସବୁ କଳ୍ପନା ଜଳ୍ପନାର ଅନ୍ତ । ଟି-୨୦ ବିଶ୍ବକପରୁ ବାହାରିଲା ବାଂଲାଦେଶ । ଏହାପରେ ଏଥିରେ ସ୍କଟଲ୍ୟାଣ୍ଡ ଏଣ୍ଟ୍ରି ମାରିଛି । ଗତ କିଛିଦିନ ହେବ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ବକପରେ ଖେଳିବାକୁ ନେଇ ମନା କରିଥିବା ବାଂଲାଦେଶକୁ ନେଇ ଏବେ ଆଇସିସି(ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନସିଲ) ଅଫିସିଆଲ ଘୋଷଣା କରିଦେଇଛି । ଆଇସିସିର ଘୋଷଣା ଅନୁସାରେ ଏହି ମେଗା ଇଭେଣ୍ଟରେ ଏବେ ବାଂଲାଦେଶର ସ୍ଥାନ ନେବ ସ୍କଟଲ୍ୟାଣ୍ଡ । ଏହି ଘୋଷଣା ପରେ ଏବେ ଟି-୨୦ ବିଶ୍ବକପରୁ ବାଦ୍ ପଡ଼ିଛି ବାଂଲାଦେଶ ।

ସୂଚନା ମୁତାବକ , ୭ଫେବୃଆରୀରୁ ହେବାକୁ ଥିବା ଟି-୨୦ ବିଶ୍ବକପରେ ସ୍କଟଲ୍ୟାଣ୍ଡ ଭାଗ ନେବ । ଏହା ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହେବ । ଏହି ନିଷ୍ପତ୍ତି ପ୍ରାୟ ସୁନିଶ୍ଚିତ ଅଟେ । ବିଶେଷ କରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) କିଛି ଦିନ ପୂର୍ବରୁ ବାଂଲାଦେଶ କ୍ରିକେଟ ବୋର୍ଡ଼(ବିସିବି)କୁ ୨୪ଘଣ୍ଟାର ସମୟ ଦେଇଥିଲା । ଶନିବାରୁ ଶେଷରେ ଏଭଳି ଶକ୍ତ ପଦକ୍ଷେପ ଉଠାଇ ଏହି ନିଷ୍ପତ୍ତି ନେଇଛି ।

ବାଂଲାଦେଶ ଦ୍ବାରା ଶୁକ୍ରବାର କରାଯାଇଥିବା ପ୍ରେସ କନଫରେନ୍ସ ଏବଂ ଆଇସିସିକୁ ନେଇ ବ୍ୟବହାର କରାଯାଇଥିବା କଡ଼ା ଭାଷା ପରେ ହିଁ ସ୍ପଷ୍ଟ ହୋଇଛି କି ବ୍ରିଟିସ ଦ୍ବିପସମୁହର ଉତ୍ତର- ପଶ୍ଚିମ ୟୁରୋପୀୟ ଦେଶ ସ୍କଟଲ୍ୟାଣ୍ଡକୁ ବାଂଲାଦେଶର ସ୍ଥାନ ମିଳିବା ସ୍ପଷ୍ଟ ହୋଇପଡ଼ିଛି । ଏହାପରେ ଏହି କଥା ସାମ୍ନାକୁ ଆସିଛି କି ଆଇସିସିର ସିଇଓ ସଂଯୋଗ ଗୁପ୍ତା ଔପଚାରିକ ରୂପରେ ଆଇସିସି ବୋର୍ଡ଼କୁ ଚିଠି ଲେଖି କହିଛନ୍ତି କି ବାଂଲାଦେଶର ଦାବି ଆଇସିସିର ନୀତି ବିରୁଦ୍ଧ ଅଟେ । ଆଇସିସି ବାଂଲାଦେଶକୁ ଭାରତରେ ଖେଳିବାକୁ ନେଇ ନିଜ ବିଚାର ଉପରେ ପୁନର୍ବିଚାର କରିବା ଲାଗି ପର୍ଯ୍ୟାପ୍ତ ସମୟ ଦେଇଥିଲା ।


Reporterspen