ଟି-୨୦ ବିଶ୍ୱକପ୍‌ ଇତିହାସରେ ରେକର୍ଡ; ୯ ହଜାର କୋଟିର ରୋଜଗାର କଲା ଆଇସିସି!

Reporterspen

ନୂଆଦିଲ୍ଲୀ,୧୦/୦୩: ଟି -୨୦ ବିଶ୍ୱକପ୍‌ ଶେଷ ହୋଇଛି। କ୍ରମାନ୍ୱୟରେ ଦ୍ୱିତୀୟ ଥର ଏବଂ ମୋଟ୍‌ରେ ୩ ଥର ଚାମ୍ପିଅନ ହୋଇ ଭାରତ ଇତିହାସ ରଚିଛି। ଆଲୋଚନା ଚାଲିଛି। ପ୍ରଶଂସାରେ ସୋସିଆଲ ମିଡିଆର ଛାତି ଉଛୁଳି ଉଠୁଛି। ସମସ୍ତେ ଆତ୍ମବିଭୋର ଓ ଭାବପ୍ରବଣ ହୋଇ ଉଠିଛନ୍ତି ।

ଏସବୁରୁ ଟିକିଏ ଦୂରେଇ ଯଦି ଖେଳ ଭିତରେ ଥିବା ସବୁଠୁ ବଡ କଥା ଉପରେ ନଜର ପକାଇବା, ତାହାହେଲେ ଆପଣମାନେ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ । ଚଳିତ ଟି-୨୦ ବିଶ୍ୱକପ୍‌ରେ ଆଇସିସି ମୋଟ୍‌ ୧ ବିଲିୟନ ଡଲାର ବା ୯୦୦୦ କୋଟି (ଆନୁମାନିକ) ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲା। ଯେଉଁଥିରେ ପ୍ରାୟତଃ ସଫଳ ହୋଇଛି। ଯାହା ଟି-୨୦ ବିଶ୍ୱକପ୍‌ ଇତିହାସରେ ଏକ ରେକର୍ଡ । ତେଣୁ ଖେଳ କେବଳ ଖେଳରେ ସୀମିତ ନରହି, ଏହା ଏକ ବଡ ବଜାରରେ ପରିଣତ ହୋଇଛି ।

କେବଳ ମ୍ୟାଚ ପ୍ରସାରଣରୁ ୯୦ ପ୍ରତିଶତ ଅର୍ଥ- ଦର୍ଶକ ଓ ପ୍ରଶଂସକ ହେଉଛନ୍ତି ଏହି ବଜାରରେ ଗ୍ରାହକ । ଖେଳର ପ୍ରକୃତ ଉଦ୍ଦେଶ୍ୟ କ’ଣ ? ପରସ୍ପର ମଧ୍ୟରେ ଭ୍ରାତୃଭାବ ପ୍ରତିଷ୍ଠା। ନିଜ ନିଜ ମଧ୍ୟରେ ସୌହାର୍‌ଧ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରିବା, କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି। କେବଳ ଖେଳକୁ ନେଇ ଅର୍ଥ ଉପାର୍ଜନ ଉପରେ ଫୋକସ କରାଯାଉଛି । ଆଇସିସି ଟି-ଟ୍‌ୱେଣ୍ଟି ବିଶ୍ୱକପ୍‌ ୨୦୨୬ ସଂସ୍କରଣରୁ ୧ ବିଲିୟନ ଡଲାର ରୋଜଗାର କରିବା ପାଇଁ ଯୋଜନା କରିଥିଲା । କାରଣ ଭାରତ ଏହାର ମୁଖ୍ୟ ଆୟୋଜକ । ବିଶ୍ୱ କ୍ରିକେଟର ସବୁଠୁ ବଡ ବଜାର। ତେଣୁ ଭେନ୍ୟୁ ଓ ସୂଚୀ ମଧ୍ୟ ସେମିତି ପ୍ରସ୍ତୁତ କରାଯାଇଥିଲା । କେବଳ ମ୍ୟାଚ ପ୍ରସାରଣରୁ ୯୦ ପ୍ରତିଶତ ଅର୍ଥ କେବଳ ଭାରତରୁ ଆଇସିସି ମ୍ୟାଚର ପ୍ରସାରଣ ଅଧିକାର ବାବଦରେ ପୂରା ଟୁର୍ଣ୍ଣାମେଣ୍ଟର ୯୦ ପ୍ରତିଶତ ଅର୍ଥ ପାଇଛି ।

ଜିଓହଟ୍‌ଷ୍ଟାର ପ୍ରସାରଣ ଅଧିକାର ପାଇଥିଲା। ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଯେତିକି ଆଲୋଚନା ହୁଏ, ଏହାର ବ୍ରାଣ୍ଡ୍‌ ଭାଲ୍ୟୁ ସେତିକି ଆକାଶ ଛୁଆଁ ହୋଇଯାଏ । ଏଥର ଭାରତ ଓ ପାକିସ୍ତାନ ଥରୁଟିଏ ମୁହାଁମୁହିଁ ହୋଇଥିଲେ । ଏହି ଗୋଟିଏ ମ୍ୟାଚରୁ ୨୨୦୦ରୁ ଊଦ୍ଧ୍ୱର୍‌ କୋଟି ଟଙ୍କା ଆଇସିସି ରୋଜଗାର କରିଥିବା ବିଭିନ୍ନ ଗଣମାଧ୍ୟମର ରିପୋର୍ଟରୁ ଜଣା ପଡିଛି। ଆଇସିସି ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍‌ (ପ୍ରସାରଣ ଅଧିକାର) ବିକ୍ରି କରି ୩ ବିଲିୟନ ଡଲାର (୨୭ ହଜାର କୋଟିରୁ ଊର୍ଦ୍ଧ୍ବ୍‌) ପାଇଛି । ପ୍ରସାରଣ ଅଧିକାର ବ୍ୟତୀତ ବିଭିନ୍ନ ପ୍ରାୟୋଜକ ଓ ଟିକେଟ୍‌ ବାବଦରେ ମଧ୍ୟ ବହୁ ଅର୍ଥ ରୋଜଗାର କରିଛି ଆଇସିସି । ୨୦ ପ୍ରତିଶତ ବଢିଛି ପୁରସ୍କାର ରାଶି ପୂର୍ବ ସଂସ୍କରଣରୁ ୨୦୨୬ ସଂସ୍କରଣ ପାଇଁ ପୁରସ୍କାର ରାଶି ୨୦ ପ୍ରତିଶତ ବୃଦ୍ଧି କରାଯାଇଥିଲା ।

ଏଥର ମୋଟ୍‌ ୧୩.୫ ମିଲିୟନ ଡଲାର (୧୨୦ କୋଟି) ପୁରସ୍କାର ରାଶି ରହିଥିଲା । ଚାମ୍ପିଅନ ଦଳକୁ ୩ ମିଲିୟନ (୨୭.୪୮ କୋଟି) ଏବଂ ରନର୍ସଅପ୍‌ ଦଳକୁ ୧.୬ ମିଲିୟନ ଡଲାର (୧୪.୬୫ କୋଟି) ପ୍ରଦାନ କରାଯାଇଥିଲା । ଭାରତରୁ ଆଇସିସି ସର୍ବାଧିକ ଅର୍ଥ ରୋଜଗାର କରିଥାଏ। ତେଣୁ ବିସିସିଆଇ ଭାଗରେ ଅଧିକ ଅର୍ଥ ମିଳିଥାଏ । ଆଇସିସି ବାର୍ଷିକ ୬୦୦ ମିଲିୟନ ଡଲାର ବିଭିନ୍ନ ଇଭେଣ୍ଟ ଆୟୋଜନ କରି ରୋଜଗାର କରେୟ। ୨୦୨୪ରୁ ୨୦୨୭ ଚକ୍ରରେ ବିସିସିଆଇକୁ ଆଇସିସିର ମୋଟ୍‌ ରୋଜଗାରର ୩୮.୫ ପ୍ରତିଶତ (ବାର୍ଷିକ ୨୩୧ ମିଲିୟନ ଡଲାର) ଅର୍ଥ ମିଳିବା ନେଇ ଚୁକ୍ତି ହୋଇଛି। ୨୦୨୨ରେ ବିଶ୍ୱକପ୍‌ରେ ମୋଟ୍‌ ପୁରସ୍କାର ରାଶି ୧ ବିଲିୟନ ଡଲାର ରହିଥିଲା ।

ଯାହା ଏଥର ଆଇସିସିର ପୂରା ଟୁର୍ଣ୍ଣାମେଣ୍ଟର ରୋଜଗାର ଠାରୁ ଅଧିକ । ୨୦୨୬ ସଂସ୍କରଣରେ ପୁରସ୍କାର ରାଶି ଦୁଇଗୁଣା ହେବ ବୋଲି ଆଶା କରାଯାଉଛି । କଥା ହେଉଛି, ଧୀରେ ଧୀରେ କ୍ରିକେଟ୍‌? ଯେମିତି ଟି-ଟ୍‌ୱେଣ୍ଟି ମାଧ୍ୟମରେ ସାରା ବିଶ୍ୱରେ ଲୋକପ୍ରିୟତାର ସିଡି ଚଢୁଛି, ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଆଇସିସି ଫିଫାର ବହୁ ନିକଟତର ହୋଇଯିବ ବୋଲି ଆଶା ।


Reporterspen