ଦେଶରେ ପ୍ରତି ୮୧୧ ଜଣଙ୍କ ପାଇଁ ମାତ୍ର ଜଣେ ଡାକ୍ତର

Reporterspen

ନୂଆଦିଲ୍ଲୀ,: ଗତ ୧୦ ବର୍ଷ ମଧ୍ୟରେ ଭାରତରେ ଡାକ୍ତରୀ କଲେଜ ସଂଖ୍ୟା ଦ୍ୱିଗୁଣିତ ହୋଇଛି, କିନ୍ତୁ ଦେଶରେ ଜନସଂଖ୍ୟା ଏବଂ ଡାକ୍ତରଙ୍କ ଅନୁପାତ ଏବେ ବି ବହୁତ କମ୍ ରହିଛି । ଦେଶରେ ପ୍ରତି ୮୧୧ ଜଣଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ଦେଶରେ ଡାକ୍ତରୀ କଲେଜ, ସ୍ନାତକ ଏବଂ ସ୍ନାତକୋତ୍ତର ସିଟ୍ ସଂଖ୍ୟା ଦ୍ୱିଗୁଣିତରୁ ଅଧିକ ହୋଇଛି । ୨୦୧୪ରେ ଦେଶରେ ୩୮୭ ଟି ମେଡିକାଲ କଲେଜ ଥିବା ବେଳେ ଏହି ସଂଖ୍ୟା ୮୧୮ କୁ ବୃଦ୍ଧି ପାଇଛି । ଦେଶରେ ୧୩ ଲକ୍ଷ ୮୮ ହଜାର ୧୮୫ ପଞ୍ଜିକୃତ ଏଲୋପାଥିକ୍ ଡାକ୍ତର ଥିବା ବେଳେ ୭ ଲକ୍ଷ ୫୧ ହଜାର ଆୟୁଷ ଡାକ୍ତର ଅଛନ୍ତି । ସ୍ନାତକ ପଦବୀ ୫୧,୩୪୮ ରୁ ୧,୨୮,୮୭୫ ଏବଂ ସ୍ନାତକୋତ୍ତର ପଦବୀ ୩୧୮୫ ରୁ ୮୨,୦୫୯ କୁ ବୃଦ୍ଧି ପାଇଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ କଲେଜ୍ସ ଅନୁଯାୟୀ, ହୃଦଘାତର କାରଣ ନିର୍ଣ୍ଣୟ କରିବା ପାଇଁ ଆଇସିଏମ୍‌ଆର୍‌- ରାଷ୍ଟ୍ରୀୟ ମହାମାରୀ ବିଜ୍ଞାନ ସଂସ୍ଥାନ (ଓଉଗଜ-ଘଓଋ) ଦେଶର ୨୫ଟି ପ୍ରମୁଖ ହସ୍ପିଟାଲରେ ଏକ ସର୍ଭେ କରିଥିଲା । ଏହି ସର୍ଭେରେ ଅକ୍ଟୋବର ୨୦୨୧ ରୁ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଦୁଇ ବର୍ଷ ଅବଧିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୮ ରୁ ୪୫ ବର୍ଷ ବୟସର ରୋଗୀଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା । ଭାରତର ଜନସଂଖ୍ୟା ବର୍ତ୍ତମାନ ୧୪୦ କୋଟି ଅତିକ୍ରମ କରିଛି । ନଡ୍ଡା କହିଛନ୍ତି ଯେ ୨୦% ଡାକ୍ତର ବର୍ତ୍ତମାନ ଅଭ୍ୟାସ ବାହାରେ ଅଛନ୍ତି ବୋଲି ଧରିନେଲେ, ଅତିରକ୍ତ ୮୦% ଅନୁପାତ ହିସାବରେ ପ୍ରତି ୮୧୧ ଜଣ ରୋଗୀଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି ।

ପ୍ରମୁଖ ଦେଶଗୁଡ଼ିକରେ ଡାକ୍ତରଙ୍କ ଅନୁପାତ:
ଆମେରିକାରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ୨.୬ ଡାକ୍ତର ଅଛନ୍ତି ।
ଚୀନରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ୨.୫ ଡାକ୍ତର ଅଛନ୍ତି ।
ବ୍ରାଜିଲରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ୨.୮ ଡାକ୍ତର ଅଛନ୍ତି ।
ଭାରତରେ ପ୍ରତି ୮୧୧ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି ।

ନଡ୍ଡା କହିଛନ୍ତି ଯେ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଉପାନ୍ତ ଅଞ୍ଚଳରେ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ମୋଦୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଦେଶରେ ୧୫୭ଟି ନୂଆ ମେଡିକାଲ କଲେଜ ମଧ୍ୟରୁ ୧୩୭ଟି କାର୍ଯ୍ୟକ୍ଷମ ହୋଇଛି । ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି, ଜିଲ୍ଲା ଏବଂ ରେଫରାଲ ହସ୍ପିଟାଲ ସହିତ ସଂଲଗ୍ନ ହୋଇଛି । ଗ୍ରାମାଞ୍ଚଳରେ ଚିକିତ୍ସା ସେବାକୁ ଉନ୍ନତ କରିବା ପାଇଁ, ଏଫ୍‌ଏପିକୁ ଏମ୍ବିବିଏସ୍ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ, ମେଡିକାଲ କଲେଜର ଏମ୍ବିବିଏସ୍ ଛାତ୍ରମାନେ ଗ୍ରାମଗୁଡ଼ିକୁ ଗ୍ରହଣ କରନ୍ତି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କରନ୍ତି । ଏହି ଗ୍ରାମଗୁଡ଼ିକରେ, ଟୀକାକରଣ, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା, ମାସିକ ଧର୍ମ ପରିଷ୍କାର ପରିଚ୍‌ଛନ୍ନତା, ଆଇରନ ଏବଂ ଫୋଲିକ୍ ଏସିଡର ଉପଲବ୍ଧତା ଏବଂ ସଂକ୍ରାମକ ରୋଗର ପ୍ରତିରୋଧ ଉପରେ ଧ୍ୟାନ ଦିଆଯାଇଛି ।

ନଡ୍ଡାଙ୍କ ଅନୁଯାୟୀ, ମେଡିକାଲ କଲେଜରେ ଦ୍ୱିତୀୟ ଏବଂ ତୃତୀୟ ବର୍ଷର ସ୍ନାତକୋତ୍ତର ଛାତ୍ରମାନଙ୍କୁ ଜିଲ୍ଲା ହସ୍ପିଟାଲରେ ନିଯୁକ୍ତି ଦିଆଯାଏ । ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ଚିକିତ୍ସା ସୁବିଧା ଏବଂ ବାସସ୍ଥାନ ଯୋଗାଇବା ପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଦୁର୍ଗମ କ୍ଷେତ୍ର ଭତ୍ତା ଅର୍ଥାତ୍ ହାର୍ଡ ଏରିଆ ଆଲାଉନ୍ସ ଦିଆଯାଏ । ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏମ୍ସି) ବିଦେଶୀ ପଞ୍ଜିକୃତ ଡାକ୍ତର (ଅଣଭାରତୀୟ)ଙ୍କୁ ନିର୍‌ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଭାରତରେ ଅଭ୍ୟାସ କରିବାକୁ ଅନୁମତି ଦିଏ । ଏଥିରେ ତାଲିମ, ଫେଲୋସିପ୍‌, ଗବେଷଣା, ପର୍ଯ୍ୟବେକ୍ଷଣ ଏବଂ ସୁପର ସ୍ପେଶାଲିଟି ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ।


Reporterspen