‘ମହିଳାମାନେ ରିଲ୍ସ, ସୋସିଆଲ ମିଡିଆ ଠାରୁ ଦୂରେଇ ରୁହ’

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଆଜିକାଲି ରିଲ୍ସ, ସୋସିଆଲ ମିଡିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି । ତେଣୁ ମହିଳାମାନେ ସୋସିଆଲ ମିଡ଼ିଆରୁ ଦୂରେଇ ରହିବାକୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହ୍ୱାନ ଦେଇଛନ୍ତି ।
ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ – ୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ- ୧୯୬୧ ବିଷୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଉଦବେଗ ପ୍ରକାଶ କରିଥିଲେ ।

ପୂଜା ସମୟରେ ଉପବାସରେ ରହିବା ଭଳି ରିଲ୍ସ ଓ ସୋସିଆଲ ମିଡିଆ, ମୋବାଇଲ ଠାରୁ କିଛି ସମୟ ବିରତି ନିଅନ୍ତୁ ମହିଳା । ଆଜି ଲୋକସେବା ଭବନ କନଭେନସନ ହଲ୍ ରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ କହିଥିଲେ, “ଆଜିକାଲି ରିଲ୍ସ, ସୋସିଆଲ ମିଡିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି । ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର\”, ବୋଲି କହିଲେ, ସମାଜସେବୀ ସୋଫିଆ । ଯାହାକୁ ନେଇ ମୋବାଇଲ ଓ ସୋସିଆଲ ମିଡିଆ ଅଧିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଅପିଲ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, “ଆଜି ବି ଯୌତୁକ ଜୁଇରେ ଜଳୁଛନ୍ତି ମହିଳା । ଯାହା ଚିନ୍ତାଜନକ । ” ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ – ୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ- ୧୯୬୧ ବିଷୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଯୋଗ ଦେଇ ଏହା କହିଛନ୍ତି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ଘରୋଇ ହିଂସା କମାଇବା ପାଇଁ ଥାନାରେ ମହିଳା ଓ ଶିଶୁ ଡେସ୍କକୁ ମଜବୁତ କରାଯିବ । ଖାଲି ଥିବା ପଦବୀ ପୂରଣ କରାଯିବ ।

ଲୋକସେବା ଭବନ କନଭେନସନ ହଲ୍ ରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ମହିଳାଙ୍କ ସୁରକ୍ଷା ପାଇଁ ଥିବା ଆଇନର ଦୁରୁପଯୋଗ ଅକ୍ଷମଣୀୟ । ଅତ୍ୟାଚାର ପାଇଁ ସଚେତନତା ଯେତିକି ଜରୁରୀ, ତାର ଦୁରୁପଯୋଗକୁ ଜଗିବା ତା ଠାରୁ ଅଧିକ ଜରୁରୀ । ବର୍ତମାନ ସମୟରେ ଇଭ ଟିଜିଂ ମଧ୍ୟ ସ୍କୁଲ ଡ୍ରପ ଆଉଟ୍ ପାଇଁ ଦାୟୀ ହେଉଛି । ତେଣୁ ସେହିଭଳି ଟ୍ରମାରେ ଆଘାତ ପାଇଥିବା ଝିଅମାନଙ୍କ ସହ ଛିଡା ହେବା ଦରକାର । ଝିଅ ନିଜେ ରୋଜଗାର କରୁଥିଲେ ବି ନିଜ ପଇସା ଖର୍ଚ୍ଚ କରିବାର ପାଇଁ ସେମାନଙ୍କୁ ଅଧିକାର ମିଳୁନି । ଝିଅମାନଙ୍କୁ ନିଜ ପରିବାର ସଦସ୍ୟ ଏବଂ ଆତ୍ମୀୟ ସ୍ୱଜନ ହିଁ ସବୁଠୁ ଅଧିକ ଅତ୍ୟାଚାର କରନ୍ତି । ନିଜ ଘର ଭିତରେ ହିଁ ଭୁଲ ହୋଇଯାଏ । ତେଣୁ ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ଦିଗରେ ଅଧିକ ସଚେତନତା ଜରୁରୀ ” ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେହିପରି ବାଦ ପଡ଼ିଥିବା ସୁଭଦ୍ରା ହିତାଧିକାରୀଙ୍କ ସାମିଲ ନେଇ ଆଲୋଚନା କରାଯିବ । ତିନି ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଥିଲା ତଥ୍ୟ । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଂଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା ।


Reporterspen