WPL 2026: ମହିଳା ପ୍ରିମିୟର ଲିଗ୍ ଅକ୍ସନ : ଦୀପ୍ତି ଶର୍ମା ସବୁଠାରୁ ମହଙ୍ଗା ଖେଳାଳି

Reporterspen

WPL 2026: ନୂଆଦିଲ୍ଲୀ, : ମହିଳା ପ୍ରିମିୟର ଲିଗ୍ ଅକ୍ସନରେ ବାଜି ମାରିଲେ ଦୀପ୍ତି ଶର୍ମା । ମହିଳା ପ୍ରିମିୟର ଲିଗ୍ ୨୦୨୬ ନିଲାମ ମାର୍କି ଖେଳାଳୀଙ୍କ ସହ ହୋଇଛି । ଏହି କ୍ୟାଟେଗୋରୀରେ ପ୍ରାୟ ୮ଖେଳାଳୀ ଥିଲେ । ୭ମାର୍କି ଖେଳାଳୀଙ୍କୁ ତାଙ୍କ ଟିମ୍ ମିଳିଯାଇଛି । କିନ୍ତୁ ଏହି ରାଉଣ୍ଡରେ ଆଶ୍ଚର୍ଯ୍ୟ କଲା ଭଳି କଥା ଏହା କି ଏଲିସା ହାଲି ଅନସୋଲ୍ଡ ରହିଛନ୍ତି । ଏହି ରାଉଣ୍ଡର ସବୁଠାରୁ ମହଙ୍ଗା ଖେଳାଳୀ ଅଲରାଉଣ୍ଡର ଦିପ୍ତୀ ଶର୍ମା ହୋଇଛନ୍ତି । ଯାହାଙ୍କ ଲାଗି ୟୁପି ୱାରିୟର୍ସ ଆରଟିଏମର ବ୍ୟବହାର କରିଛନ୍ତି । ଦେଖନ୍ତୁ ବିକ୍ରି ହୋଇଥିବା ୯ମାର୍କି ଖେଳାଳୀଙ୍କୁ କେଉଁ ଟିମ୍ କେତେ ପ୍ରାଇସରେ କିଣିଛି ।

ୟୁପି ୱାରିୟର୍ସକୁ ଫେରିବା ନେଇ ଦୀପ୍ତି ଶର୍ମା କହିଛନ୍ତି, “ବହୁତ ଭଲ ଲାଗୁଛି । ମୁଁ ୟୁପିରୁ ଆସିଛି, ତେଣୁ ଏହି ଦଳ ସହିତ ମୋର ଏକ ଦୃଢ଼ ସମ୍ପର୍କ ଅଛି । ଏଠାକାର ପରିଚାଳନା ବହୁତ ଭଲ ଏବଂ ସହାୟକ ମଧ୍ୟ । ମହିଳା ପ୍ରିମିୟର ଲିଗ୍ ମୋର ପ୍ରଦର୍ଶନକୁ ଉନ୍ନତ କରିବାରେ ମୋତେ ବହୁତ ସାହାଯ୍ୟ କରିଛି ।”

ଦୀପ୍ତି ଶର୍ମା ମହିଳା ପ୍ରିମିୟର ଲିଗ୍ ୨୦୨୬ନିଲାମ ତାଲିକାରେ ଆଲିସା ହିଲିଙ୍କ ପଛରେ ତୃତୀୟ ସ୍ଥାନରେ ରହିଥିଲେ । ହିଲିଙ୍କ ବିକ୍ରି ନ ହେବା ନିଲାମରେ ଏକ ଆଶର୍ଯ୍ୟଜନକ ଘଟଣା ଥିଲା । ଶେଷରେ ଦିଲ୍ଲୀ ତାଙ୍କ ମୂଳ ମୂଲ୍ୟରେ ନିଲାମ ଦେଇଥିଲେ । ଅନ୍ୟ କୌଣସି ଦଳ ଆଗ୍ରହ ଦେଖାଇବା ପରେ, ଦିଲ୍ଲୀରେ ବିକ୍ରି ହୋଇଥିଲେ । କିନ୍ତୁ ୟୁପି ତାଙ୍କ ଉପରେ ଆରଟିଏମ୍ ବ୍ୟବହାର କରିଥିଲା । ଯାହା ପରେ ଦିଲ୍ଲୀ ଏହାର ଚୁଡ଼ାନ୍ତ ମୂଲ୍ୟ ୩କୋଟି ୨୦ ଲକ୍ଷ ଟଙ୍କା କହିଥିଲା ମାତ୍ର ୟୁପି ଆରଟିଏମର ବ୍ୟବହାର କରି ଦିପ୍ତୀଙ୍କୁ କିଣିଛି ।

ଦୀପ୍ତି ଶର୍ମାଙ୍କ ମୂଲ୍ୟ
୩ କୋଟି ୨୦ଲକ୍ଷ ଟଙ୍କା (ୟୁପି ୱାରିୟର୍ସ) ।
ମାର୍କି ରାଉଣ୍ଡରେ ବିକ୍ରି ହୋଇଥିବା ଖେଳାଳି ଏବଂ ସେମାନଙ୍କ ମୂଲ୍ୟ
ସୋଫି ଡିଭାଇନ୍ – ୨ କୋଟି (ଗୁଜୁରାଟ ଜାଏଣ୍ଟ୍ସ)
ଦୀପ୍ତି ଶର୍ମା – ୩.୨ କୋଟି (ୟୁପି ୱାରିୟର୍ସ)
ଏମେଲିଆ କେର – ୩କୋଟି (ମୁମ୍ବାଇ ଇଣ୍ଡିଆନ୍ସ)
ରେଣୁକା ସିଂ- ୬୦ଲକ୍ଷ (ଗୁଜୁରାଟ ଜିଆଣ୍ଟସ୍‌)
ସୋଫି ଏକ୍‌ଲେଷ୍ଟନ୍ – ୮୫ଲକ୍ଷ (ୟୁପି ୱାରିୟର୍ସ)
ମେଗ୍ ଲାନିଙ୍ଗ୍ – ୧.୯କୋଟି (ୟୁପି ୱାରିୟର୍ସ)
ଲୋରା ୱେଲ୍ୱାୱାଟ – ୧.୧ କୋଟି (ଦିଲ୍ଲୀ କ୍ୟାପିଟାଲ୍ସ)

ୟୁପି ୱାରିୟର୍ସ ମାର୍କି ରାଉଣ୍ଡରେ ତିନି ଜଣ ଖେଳାଳିଙ୍କୁ କିଣିଥିଲା, ଯେଉଁଥିରେ ଦୀପ୍ତି ଶର୍ମା (୩.୨ କୋଟି), ସୋଫି ଏକ୍‌ଲେଷ୍ଟନ୍ (୮୫ଲକ୍ଷ) ଏବଂ ମେଗ୍ ଲ୍ୟାନିଂ(୧.୯କୋଟି) ସାମିଲ ଥିଲେ । ଏହି ରାଉଣ୍ଡରେ ଗୁଜରାଟ ଜାୟଣ୍ଟ୍ସ ଦୁଇ ଜଣ ଖେଳାଳି (ସୋଫି ଡେଭାଇନ୍ ଏବଂ ରେଣୁକା ସିଂହ)ଙ୍କୁ ନିଜ ଦଳରେ ସାମିଲ କରିଛି ।


Reporterspen