Kanya Sumangala Yojana: ସୁଭଦ୍ରା ପରେ ରାଜ୍ୟରେ ଆଉ ଏକ ଯୋଜନା କନ୍ୟାମାନଙ୍କ ଲାଗି କାର୍ଯ୍ୟକାରୀ ହେବାକୁ ଯାଉଛି। ଯେଉଁ ଯୋଜନାର ନାଁ ହେଉଛି କନ୍ୟା ସୁମଙ୍ଗଳ ଯୋଜନା। ଏହି ଯୋଜନା ଅଧିନରେ ଝିଅମାନଙ୍କୁ ସରକାର ପଢିବା ଲାଗି ଆର୍ଥିକ ସହାୟତା କରିବେ । ଏନେଇ ଖୁବଶିଘ୍ର ଏସଓପି ଆସିବାକୁ ଯାଉଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।
ରାଜ୍ୟ ବଜେଟରେ ଘୋଷିତ ଏହି ଯୋଜନାର ଲକ୍ଷ୍ୟ ହେଉଛି ଶିକ୍ଷାଭିତ୍ତିକ ସହାୟତା ବ୍ୟବସ୍ଥା ମାଧ୍ୟମରେ କନ୍ୟା ସନ୍ତାନମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା। ପ୍ରସ୍ତାବ ଅନୁଯାୟୀ, ଜନ୍ମର ଗୋଟିଏ ବର୍ଷ ମଧ୍ୟରେ କନ୍ୟା ସନ୍ତାନଙ୍କ ନାମରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଜମା କରାଯିବ।
ଏହି ଯୋଜନା ଅଧୀନରେ, ଝିଅକୁ ୨୧ ବର୍ଷ ବୟସରେ ପହଞ୍ଚିବା ପରେ ତା ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଲେଖାଏଁ ଏକ ପର୍ଯ୍ୟାପ୍ତ ପରିମାଣର ଅର୍ଥ ପାଇବେ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିସ୍ତୃତ SOP ଅନ୍ତିମ ପର୍ଯ୍ୟାୟରେ ଅଛି ଏବଂ ଖୁବ୍ ଶୀଘ୍ର ପ୍ରକାଶିତ ହେବ। ଯାହା ପରେ ଯୋଜନାର ସମ୍ପୂର୍ଣ୍ଣ ଢାଞ୍ଚା ସ୍ପଷ୍ଟ ହେବ।

