ରାଜ୍ୟରେ କମୁଛି ଅପପୃଷ୍ଟି, ବର୍ଷକରେ ୯ ହଜାର ୮୭୭ ଶିଶୁ ଅପପୃଷ୍ଟି ଶିକାର

Reporterspen

 ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ରାଜ୍ୟରେ କମୁଛି ଅପପୃଷ୍ଟି। ବିଗତ ପାଞ୍ଚ ବର୍ଷରେ କେତେ ଶିଶୁ ଅପ ପୃଷ୍ଟିର ଶିକାର ହୋଇଛନ୍ତି ତାହାର ଲିଖିତ ଉତ୍ତର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରଖିଛନ୍ତି। ବିଶେଷ କରି ୬ ମାସରୁ ୫ ବର୍ଷର ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା ଅନୁଯାୟୀ ୨୦୨୨-୨୩ ରେ ୨୩ ହଜାର ୪ ଜଣ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି। କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୨୪୬୪ ଜଣ ଶିଶୁ ରହିଛନ୍ତି। ସେହିପରି ୨୦୨୩-୨୪ରେ ୧୩ ହଜାର ୭୩୬ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି। ମୟୁରଭଞ୍ଜରେ ସର୍ବାଧିକ ୧୬୬୨ ଜଣ ଶିଶୁ ରହିଛନ୍ତି ।

୨୦୨୪-୨୫ ରେ ୧୦ ହଜାର ୧୩୩ ଶିଶୁ ଅପପୃଷ୍ଟିର ଶିଶୁ ଶିକାର ହୋଇଥିବା ବେଳେ ସର୍ବଧିକ ମୟୁରଭଞ୍ଜ ଜିଲ୍ଲାରେ ୧୨୩୪ ଶିଶୁ ରହିଛନ୍ତି। ୨୦୨୫-୨୬ ରେ ୯ ହଜାର ୮୭୭ ଜଣ ଶିଶୁ ଅପପୃଷ୍ଟିରେ ଶିକାର ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୧ହଜାର ୭୫ ଜଣ ଶିଶୁ ରହିଛନ୍ତି।


Reporterspen