ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଗ୍ୟାସ ପାଇଁ ଆଉ ହେବାକୁ ପଡିବନି ହଇରାଣ। ପେଟ୍ରୋଲ ପମ୍ପ ପରେ ଏବେ ଷ୍ଟେସନରେ ପାଖରେ ମିଳିବ ଗ୍ୟାସ । ସରକାର ନେଲେ ବଡ଼ ପଦକ୍ଷେପ। ପ୍ରବାସୀଙ୍କ ପାଇଁ ପାଞ୍ଚ କେଜିଆ ଗ୍ୟାସ ବ୍ୟବସ୍ଥା କରିଛନ୍ତି ସରକାର ।
ରାଜ୍ୟରେ ନାହିଁ ଆଉ ଗ୍ୟାସ ସଙ୍କଟ । ପୂର୍ବରୁ ପାଞ୍ଚ କେଜିଆ ଗ୍ୟାସକୁ ନେଇ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ପାଞ୍ଚ କେଜିଆ ଗ୍ୟାସ ବ୍ୟବସ୍ଥା କରାଯାଇଛି । ପେଟ୍ରୋଲ ପମ୍ପରେ ଗ୍ୟାସ ଉପଲବ୍ଧ ହେଲାଣି । ଏହାସହିତ ଷ୍ଟେସନରେ ଗ୍ୟାସ ମିଳିବା ଆରମ୍ଭ କରିଛି ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ଗ୍ୟାସ ଷ୍ଟେସନ ଖୋଲିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଇରାନ ସହ ଆମେରିକାର ଯୁଦ୍ଧ ଭିତରେ ଗ୍ୟାସ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଥିଲା । ଦେଶରେ ଗ୍ୟାସ୍ର ସାମୟିକ ଅଭାବ ଦେଖାଦେବା ଫଳରେ ସବୁଠୁ ଅଧିକ ହନ୍ତସନ୍ତ ହୋଇଥିଲେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକ । ସ୍ଥାୟୀ ଠିକଣା ପ୍ରମାଣପତ୍ର ନଥିବାରୁ ଏହି ଶ୍ରମିକମାନେ ୧୪ କେଜିଆ ବଡ଼ ସିଲିଣ୍ଡର ପାଇବାରେ ଅସମର୍ଥ ହୋଇଥାନ୍ତି ।
ସେମାନଙ୍କ ପାଇଁ ଏକମାତ୍ର ସାହା ହେଉଛି ୫ କେଜିଆ ଛୋଟ ସିଲିଣ୍ଡର। କିନ୍ତୁ ଯୋଗାଣ କମ୍ ଥିବାରୁ କିଛି ଅସାଧୁ ବ୍ୟବସାୟୀ ଏହାର କଳାବଜାରୀ କରି ଅଧିକ ଦାମରେ ବିକ୍ରି କରୁଥିଲେ । ଅନେକ ପ୍ରବାସୀ ଶ୍ରମିକ ଅତିଷ୍ଠ ହୋଇ ରୋଷେଇ ପାଇଁ ପୁଣି କାଠ ଚୁଲିକୁ ଆପଣେଇଥିଲେ ତ କିଛି ଶ୍ରମିକ ସହର ଛାଡ଼ି ନିଜ ଗାଁକୁ ଫେରିବା ଆରମ୍ଭ କରିଥିଲେ ତେବେ ଏମାନେ ଏଣିକି ଆଧାର କାର୍ଡ ଏବଂ ଶ୍ରମ କାର୍ଡ ଦେଖାଇ ଷ୍ଟେସନରୁ ପାଞ୍ଚ କେଜିଆ ଗ୍ୟାସ ନେଇପାରିବେ । ଏଥିପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରିଛନ୍ତି ସରକାର।

