ସଞ୍ଜୁ ଡ୍ୟାନ୍ସ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ୧୪ ତାରିଖ ଦିନ ସ୍ଥାନୀୟ ବିଜୁ କଲ୍ୟାଣମଣ୍ଡପ, ମଙ୍ଗଳପୁର ଠାରେ ଅନୁଷ୍ଠିତ ହୋଇଛି। ରଜ ପର୍ବ ଥିବାରୁ ଏକ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏଥିରେ କୁନି କୁନି ପିଲାଙ୍କ ଠାରୁ ବଡ ପିଲାମାନେ ଭଗନେଇଥିଲେ। ଜଜ – ଅଞ୍ଜଳି ପାତ୍ର, ଶଶିକାନ୍ତ ନାୟକ, ସଞ୍ଜୟ ଦାଶଙ୍କ ଦ୍ୱାରା ନିର୍ଧାରଣ କରାଯାଇ କୁନି ପିଲାମାନଙ୍କ ବର୍ଗ ଏବଂ ବଡ ପିଲାମାନଙ୍କ ବର୍ଗରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନରେ ଅଧିକାର ଚୟନ କରାଯାଇ  ସେମାଙ୍କୁ ପୁରସ୍କୃତ କରାଯାଇଥିଲା।

କୁନିକୁନି ପିଲାମାନେ ଓଡ଼ିଶୀ, ଭଜନ, ଆଧୁନିକ ଗୀତରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଜଣାଶୁଣା କଳାକାର  ଗୌରାଙ୍ଗ ବାରିକ (ଯାହାଙ୍କୁ ଆମେ ଦୁପ୍ଲିକେଟ ରାଇମୋହନ) ଭାବେ ଜାଣିଛୁ ଏବଂ ୟୁଟୁବର ଦୀପାଞ୍ଜଳି ପଣ୍ଡା ତାଙ୍କ ପରିବାର ସହିତ ଯୋଗ ଦେଇଥିଲେ।

କ୍ଳାସୀକାଲଡ୍ୟାନ୍ସ ବଡ ପିଲାଙ୍କ ମଧ୍ୟରୁ ପ୍ରଥମ ସ୍ଥାନ- ସ୍ୱାଧୀନ ମହାଳିକ, ଦ୍ଵିତୀୟ ସ୍ଥାନ – ଲିପ୍ସିତା ବିଶ୍ୱାଳ ତୃତୀୟ ସ୍ଥାନ – ସାଗର ମହାଳିକ ଏବଂ ମଡ଼ର୍ନ ଡ୍ୟାନ୍ସ ରୁ ପ୍ରଥମ ସ୍ଥାନ – ଶ୍ରେୟା ବେହେରା, ଦ୍ଵିତୀୟ ସ୍ଥାନ – ନିବେଦିତା ପଣ୍ଡା, ତୃତୀୟ ସ୍ଥାନ – ନନ୍ଦିନୀ ମଲିକ ଅଧିକାର କରିଛନ୍ତି।ଜୁନିୟର ପିଲାଙ୍କ ମଧ୍ୟରୁ କ୍ଲାସିକାଲ ଡ୍ୟାନ୍ସ ରୁ ଦୀପିସା ସୁତାର ପ୍ରଥମ ଏବଂ ମଡ଼ର୍ନ ଡ୍ୟାନ୍ସ ରୁ ପ୍ରକୃତି ପାଢ଼ୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।


Reporterspen
!-- afp header code starts here -->