stabbing : ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

Reporterspen

stabbing : ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ପୂଜା ପୂର୍ବରୁ ପୋଲିସର ଅପରାଧ ଦମନ ଯୋଜନା ଫେଲ ମାରିଛି । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଅପରାଧୀମାନେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି । ଘଟଣାଟି ଭିଏସଏସ୍ ନିଗର ଫାଣ୍ଡି ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ।

ସୂଚନା ଅନୁସାରେ, ଭିଏସଏସ ନଗର ତ୍ରିନାଥ ବସ୍ତିରେ ରହୁଥିବା ଆଜାଦ ଶବର କୌଣସି କାମରେ ଶହୀଦନଗର ଯାଇଥିଲେ । ସେଠାରୁ ଚାଲି ଚାଲି ଘରକୁ ଫେରୁଥିଲେ । ଭିଏସଏସ୍ ନଗର ଫାଣ୍ଡି ନିକଟରେ ପଥରବନ୍ଧ ବସ୍ତିରେ ରହୁଥିବା ଦୀପୁ, ପପୁ ଓ ତାଙ୍କର ସହଯୋଗୀମାନେ ସେଠାରେ ପହଞ୍ଚି ତାଙ୍କୁ ଅତିର୍କିତ ଆକ୍ରମଣ କରିଥିଲେ । ଖଣ୍ଡା-ଭୂଜାଲିରେ ଗୋଡାଇ ଗୋଡାଇ ହାଣିଥିଲେ । ବିଚ ରାସ୍ତାରେ ଫିଲ୍ଡ ଷ୍ଟାଇଲରେ ଗୋଡାଇ ହାଣୁଥିଲେ ମଧ୍ୟ କେହି ତାଙ୍କୁ ଅଟକାଇବାକୁ ସାହାସ ଜୁଟାଇ ପାରିନଥିଲେ ।

ରକ୍ତାକ୍ତ ଅବସ୍ଥାରେ ଆଜାଦ ଘର ନିକଟକୁ ଦୌଡି ପଳାଇବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଖବରପାଇ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା । ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଅଭିଯୁକ୍ତଙ୍କ ଟେର ପାଇପାରିନାହିଁ । ତେବେ ପୂର୍ବ ବିବାଦରୁ ଏଭଳି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି ।

ଉଲ୍ଲେଖଥାଉ କି, ୫/୬ମାସ ତଳେ ଅଭିଯୁକ୍ତ ପପୁ ଓ ଦୀପୁ ତ୍ରିନାଥ ବସ୍ତିରେ ଏକ ଜାଗା ମାଡି ବସି ଘର କରିବାକୁ ଚେଷ୍ଠା କରିଥିଲେ । ହେଲେ ଆଜାଦ ତାଙ୍କୁ ବାରଣ କରିଥିଲା । ଯାହାକୁ ନେଇ ସେମାନଙ୍କ ବିରୋଧରେ ବିବାଦ ସୃଷ୍ଟି ହୋଇଥିଲା । ଏଥିସହିତ ଆଜଦ ଚୋରା ମଦ କାରବାର କରୁଥିବାରୁ ଏଥିପାଇଁ ମଧ୍ୟ ଅଭିଯୁକ୍ତଙ୍କ ସହ ଗଣ୍ଡଗୋଳ ହୋଇଥିଲା । ସେହି ସମୟରେ ଘର ପାଖରୁ ଆଜାଦକୁ ଉଠାଇ ନେଇ ଅଭିଯୁକ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ତେବେ ସେହି ବିବାଦକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।


Reporterspen