PM Modi: ଏକାଠି ହେଲେ କିଛି କାମ ଅସମ୍ଭବ କିଛି ଅସମ୍ଭବ ନୁହେଁ: ପ୍ରଧାନମନ୍ତ୍ରୀ

Reporterspen

PM Modi: ନୂଆଦିଲ୍ଲୀ,; ନଭେମ୍ବର ମାସ ଆମ ପାଇଁ ସ୍ୱତନ୍ତ୍ର-ପ୍ରେରଣାଦାୟୀ । କୃଷି କ୍ଷେତ୍ରରେ ଭାରତ ବଡ଼ ଉପଲବ୍ଧି ହାସଲ କରିଛି । ନଭେମ୍ବର ୨୬ ସମ୍ୱିଧାନ ଦିବସରେ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା । ଖେଳ ଜଗତରେ ଭାରତର ପତାକା ଶୋଭାପାଇଛି । ରାମ ମନ୍ଦିର ଧ୍ୱଜାରୋହଣ ହୋଇଛି । ନୌସେନାରେ ସାମିଲ ହୋଇଛି ‘ମାହେ’ । ବିଶ୍ୱାସର ସଫଳତା ହେଉଛି ଚନ୍ଦ୍ରଯାନ-୩ । ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ \’ଭାଗବତ ଗୀତା\’ । ଏକାଠି ହେଲେ କିଛି କାମ ଅସମ୍ଭବ ହୋଇନଥାଏ । ୧୨୮ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
‘ପ୍ରେରଣାଦାୟୀ ନଭେମ୍ବର’- ଚଳିତବର୍ଷ ନଭେରମ୍ବ ଆମକୁ ଅନେକ ପ୍ରେରଣା ଦେଇଛି । କିଛି ଦିନ ତଳେ ନଭେମ୍ବର ୨୬ରେ ସମ୍ବିଧାନ ଦିବସରେ ସେଣ୍ଟ୍ରାଲ ହଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଉତ୍ସବ ପାଳନ ହୋଇଥିଲା । ନଭେମ୍ୱର ୨୫ରେ ଅଯୋଧ୍ୟା ରାମ ମନ୍ଦିରରେ ଧ୍ୱଜାରୋହଣ ହୋଇଥିଲା । ନୌସେନାରେ ‘ମାହେ’ ସାମିଲ ହୋଇଛି । ଭାରତର ସ୍ପେସ୍ ଇକୋସିଷ୍ଟମ ସ୍କାଏରୁଟ୍‌ର ଇନଫିନିଟି କ୍ୟାମ୍ପସ ନୂଆ ଉଡ଼ାଣ ଦେଇଛି । ଏହା ଭାରତର ନୂଆ ଚିନ୍ତା, ଉଦ୍ଭାବନ ଏବଂ ୟୁଥ୍ ପାୱାରକୁ ପ୍ରତିଫଳିତ କରିଛି । ନଭେମ୍ବର ମାସ ଖେଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱକପ ଜିତିଛନ୍ତି । ମହିଳା କବାଡି ଦଳ ବିଶ୍ୱକପ ଜିତି ଇତିହାସ ରଚିଛନ୍ତି । ଆମ ମହିଳା ଟିମ୍ ଅପରାଜିତ ଦୃଷ୍ଟିବାଧିତ ବିଶ୍ୱ କପ ଜିତିଛନ୍ତି । କିଛି ଦିନ ପୂର୍ବରୁ, ଟୋକିଓରେ ଡିଫ୍ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଭାରତ ଏପର୍ଯ୍ୟନ୍ତ ତାର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୨୦ଟି ପଦକ ଜିତିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

‘କୃଷି କ୍ଷେତ୍ରରେ ଭାରତର ବଡ଼ ଉପଲବ୍ଧି’- ଖାଦ୍ୟ ଉତ୍ପାଦନରେ ଐତିହାସିକ ରେକର୍ଡ କରିଛି ଭାରତ । ୩୫୭ ମିଲିୟନ ଟନ୍ କୃଷି ଉତ୍ପାଦନ ସହିତ ରେକର୍ଡ କରିଛି । ୧୦ ବର୍ଷ ପୂର୍ବ ତୁଳନାରେ ଭାରତର କୃଷି ଉତ୍ପାଦନ ୧୦୦ ମିଲିୟନ ଟନ୍ ଅଧିକ ବୃଦ୍ଧି ହୋଇଛି । ମହୁ ଉତ୍ପାଦନରେ ଚାଷୀଙ୍କ ଆୟ ବଢିଛି ବୋଲି ୧୨୮ତମ ମନ୍ କି ବାତ୍ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

‘ଭାରତ ସଂସ୍କୃତିରେ ଶାନ୍ତି ଅଛି’- ଭାରତର ମହାନ ସଂସ୍କୃତିରେ ଶାନ୍ତି ଏବଂ କରୁଣାର ଭାବ ସର୍ବୋପରି ରହିଛି । ଜାମ ସାହେବ କୌଣସି ସାମରିକ ସଂଗଠନ କିମ୍ବା ଯୁଦ୍ଧ ରଣନୀତି ନେଇ ଚିନ୍ତା କରୁନଥିଲେ ବରଂ ତାଙ୍କ ଚିନ୍ତା ଏହା ଥିବା କି କିପରି ବିଶ୍ୱଯୁଦ୍ଧ ମଧ୍ୟରେ ପୁଲିସ୍ ୟହୁଦୀ ପିଲାଙ୍କୁ ରକ୍ଷା କରିବ । ସେ ଗୁଜରାଟରେ ହଜାର ହଜାର ଶିଶୁଙ୍କୁ ଶରଣ ଦେଇ ଜୀବନ ଦେଇଥିଲେ ଯାହା ଆଜି ମିସାଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

“ଭୋକାଲ ଫର୍ ଲୋକାଲ”- ଜି ୨୦ ସମ୍ମିଳନୀରେ ମୁଁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ନଟରାଜଙ୍କ କଂସ୍ୟ ପ୍ରତିମା ଭେଟି ଦେଇଥିଲି । ଏହା ତାମିଲନାଡୁର ତଜାବୁର ସାଂସ୍କୃତି ସହ ଜଡ଼ିତ । ଭୋକଲ ଫର୍ ଲୋକାଲ ଭାବନାକୁ ଦେଶର କୋଟି କୋଟି ଲୋତ ଜୀବନର ଅଂଶ କରିଛନ୍ତି । ଏପରିକି ଛୋଟ ଛୋଟ ଦୋକାନୀମାନେ ମଧ୍ୟ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି । ଏଥର, ଯୁବପିଢ଼ି ମଧ୍ୟ “ଭୋକାଲ୍ ଫର ଲୋକାଲ” ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଇଁ ଆଗାମୀ ଦିନରେ ଏକ ନୂଆ କିଣା ଆରମ୍ଭ ହେବାକୁ ଯାଉଛି । ମୁଁ ପୁଣି ଥରେ ମନେ ପକାଇ ଦେଉଛି “ଭୋକାଲ୍ ଫର ଲୋକାଲ” ମନ୍ତ୍ରକୁ ମନେ ରଖନ୍ତୁ, କେବଳ ଦେଶରେ ତିଆରି ହୋଇଥିବା ଜିନିଷ କିଣନ୍ତୁ ।

ଇସ୍ରୋର ଅନ୍ୟନ୍ୟ ପ୍ରତିଯୋଗିତା କଥା କହିଲେ- ଇସ୍ରୋ ଦ୍ୱାରା ଆୟୋଜିତ ଏକ ଅନନ୍ୟ ଡ୍‌ରୋନ୍ ପ୍ରତିଯୋଗିତା ବିଷୟରେ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “କିଛି ଦିନ ପୂର୍ବେ, ସୋସିଆଲ ମିଡିଆରେ ଏକ ଭିଡିଓ ମୋର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଭିଡିଓଟି ଓଝଜଙ ଦ୍ୱାରା ଆୟୋଜିତ ଏକ ଅନନ୍ୟ ଡ୍ରୋନ୍ ପ୍ରତିଯୋଗିତାର ଥିଲା । ଏହି ଭିଡିଓରେ, ଆମ ଦେଶର ଯୁବପିଢ଼ି, ବିଶେଷକରି ଆମର ଜେନ-ଜେଡ୍‌, ମଙ୍ଗଳ ଗ୍ରହ ଭଳି ପରିସ୍ଥିତିରେ ଡ୍‌ରୋନ୍ ଉଡ଼ାଇବାକୁ ଚେଷ୍ଟା କରୁଥିଲେ ।” ମଙ୍ଗଳ ଗ୍ରହରେ ଜିପିଏସ୍ ଉପଲବ୍ଧ ନଥିବାରୁ, ଏହି ଡ୍‌ରୋନ୍ ଗୁଡ଼ିକୁ ଦିଗ, ଉଚ୍‌ଚତା ଏବଂ ବାଧା ଆକଳନ କରିବା ପାଇଁ ସେମାନଙ୍କର କ୍ୟାମେରା ଏବଂ ବିଲ୍ଟ-ଇନ୍ ସଫ୍ଟୱେର୍ ବ୍ୟବହାର କରିବାକୁ ପଡିବ, ଯାହା ଫଳରେ ଅନେକ ଡ୍ରୋନ ଖସିପଡ଼ିବ ।


Reporterspen