ବିଜେପି ପ୍ରଲୋଭନରେ ବିଜେଡି ଛାଡ଼ିଛନ୍ତି ମମତା: ବିଜେଡି

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ି ତଥା ରାଜ୍ୟସଭାର ସଦସ୍ୟ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି ବୋଲି ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ କହିଛନ୍ତି । ଦଳକୁ ସେ ଯେଭଳି ଧୋକା ଦେଲେ ତାହା ରାଜନୀତିରେ କଳଙ୍କିତ ଅଧ୍ୟାୟସୃଷ୍ଟିକରିଛି ।

ସେ ଆହୁରି କହିଛନ୍ତି, ମହିଳାଙ୍କୁ ଶସକ୍ତ କରିବା ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକ ସରକାର ବହୁବିଧ ଯୋଜନା କରିଥିଲେ । ସେହିକ୍ରମରେ ମମତା ମହାନ୍ତ ପରି ଜଣେ କୁଡୁମି ସମାଜର ପଛୁଆବର୍ଗର ମହିଳାଙ୍କୁ ପ୍ରଥମେ ଜିଲ୍ଲାପରିଷଦ ସଦସ୍ୟା, ଜିଲ୍ଲା ସଭାନେତ୍ରୀ ଓ ରାଜ୍ୟସଭା ସାଂସଦ ଭାବେ ବିଜୁ ଜନତା ଦଳ ତରଫରୁ ମନୋନୀତ କରାଯାଇଥିଲା । ଆମର ସୌଭାଗ୍ୟ ଯେ ନବୀନ ପଟ୍ଟନାୟକ ମୋତେ ଓ ମମତା ମହାନ୍ତଙ୍କ ପରି ଅନେକ ମହିଳାଙ୍କୁ ଲୋକ ପ୍ରତିନିଧି ହେବା ପାଇଁ ସାମର୍ଥ୍ୟ ଓ ସୁଯୋଗ ଦେଇଛନ୍ତି ।

ନବୀନ ସରକାରଙ୍କ ଦ୍ୱାରା କୁଡୁମି ସମାଜକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଛବିଶଟି ବ୍ଲକ ପାଇଁ କୁଡୁମି ଭବନ ନିର୍ମାଣ ସକାଶେ ପଚିଶ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସେହିପରି ରାଇରଙ୍ଗପୁର ଠାରେ କୁଡୁମି ଭବନ ନିର୍ମାଣ ପାଇଁ ନବୀନ ସରକାରଙ୍କ ଦ୍ୱାରା ତିରିଶ ଡେସିମିଲ ଜମି ପ୍ରଦାନ କରି ଏକ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ, ପ୍ରଥମ ଫେଜ୍‌ରେ ତିରିଶ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଥିଲା, ଯାହାର ନିର୍ମାଣ କାର୍ଯ୍ୟ ଏବେ ଚାଲୁ ରହିଛି ।

ମମତା ତାଙ୍କ ଇସ୍ତଫା ପତ୍ରରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ ଭିତ୍ତିହୀନ ଓ ନିନ୍ଦନୀୟ । ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଯାଇ ମମତା ମହାନ୍ତ କେବଳ ବିଜୁ ଜନତା ଦଳ ନୁହେଁ ବରଂ ସମଗ୍ର କୁଡୁମି ସମାଜ ଓ ମୟୁରଭଞ୍ଜ ଜିଲ୍ଲାକୁ ଧୋକା ଦେଇଛନ୍ତି ବୋଲି ଶ୍ରୀମତୀ ହେମ୍ବ୍ରମକହିଛନ୍ତି ।

ସେହିଭଳି ବିଜୁ ଜନତା ଦଳର ଅନ୍ୟତମ ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ମମତା ମହାନ୍ତଙ୍କୁ ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ରାଜ୍ୟସଭା ପରି ପଦ ଦେଇଥିଲା ବିଜେଡି । କିନ୍ତୁ ଦୁଃଖର ବିଷୟ ବିଜେପିର ପ୍ରଲୋଭନରେ ପ୍ରଭାବିତ ହୋଇ ସେ ପଦ୍ମ ଧରିଲେ । ସେ ଯଦି ଚାହୁଁଥିଲେ କୁଡୁମୀ ସମାଜର ଉନ୍ନତି କରିବା ପାଇଁ ତାହା ହେଲେ ସେ ବିଜେଡିରୁ ଇସ୍ତଫା ଦେଇଥାଆନ୍ତେ । କିନ୍ତୁ ରାଜ୍ୟସଭା ପଦ କାହିଁକି ଛାଡିଲେ ।

ସେ ଏକ ଜାତୀୟ ଦଳକୁ ନିଜ ସଭ୍ୟ ପଦ ଦାନ କରିଦେଲେ । ନିର୍ବାଚନ ପୂର୍ବରୁ ବିଜେପି ପାଇଁ କାମ କରୁଥିଲେ । ମମତା ମହାନ୍ତ ବିଜେଡି ଛାଡିବା ଦ୍ୱାରା ଦଳର କୌଣସି କ୍ଷତି ହେବନି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଶକ୍ତ ରହିଥିବା ବିଜେଡି ଦଳ ଆଗକୁ ମଧ୍ୟ ଆହୁରି ଅଧିକ ସଶକ୍ତ ହୋଇ ଉଭାହେବ । ନିଜ ସ୍ଥିତି ବଞ୍ଚାଇବା ପାଇଁ ଅନ୍ୟ ରାଜ୍ୟରେ କଲାଭଳି ମମତା ମହାନ୍ତଙ୍କୁ ପ୍ରଲୋଭିତ କରି ନିଜ ଦଳକୁ ନେଇ ଛିବିଜେପି । ଯଦି ବିଜେପି ଏହିଭଳି ଉପାୟକୁ ଆପଣାଏ ତାହା ହେଲେ ସେମାନେ ବିନାଶମୁଖୀ ଆଡକୁ ଅଗ୍ରସର ହେଉଛନ୍ତିା


Reporterspen

Leave a Reply

!-- afp header code starts here -->