ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ଆକ୍ରମଣ ହୋଇଛି। ଆହତ ମିଠା ଦୋକାନୀ ହେଲେ ଦିଲୁ ବେହେରା। ଘଟଣା ଘଟିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ସିସିଟିଭି ଯାଞ୍ଚ କରିଛି। ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମଧ୍ୟ ମିଳିଛି। ପୂର୍ବରୁ ଦିଲୁଙ୍କୁ ଅଭିଯୁକ୍ତ ଟାର୍ଗେଟ କରିଥିଲେ। ଖୁବଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି। ମିଠା କିଣାକୁ ନେଇ ବଚସା ପରେ ଦୁର୍ବୁତ୍ତ ହାଣିଥିଲେ। ପୂର୍ବ ଶତ୍ରୁତାରୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଅସୁରକ୍ଷିତ ହୋଇପଡିଲାଣି ରାଜଧାନୀ ଭୁବନେଶ୍ୱର ଘରୁ ବାହାରିବାକୁ ଡର ଲାଗୁଛି। ବିଚ୍ ରାସ୍ତାରେ ଖଣ୍ଡା ବୁଲୁଛି। ଦୁର୍ବୃତ୍ତ ଯାହାକୁ ପାରୁଛନ୍ତି ତାକୁ ହାଣୁଛନ୍ତି। ରାଜଧାନୀର ଛାତି ଉପରେ ଅପରାଧୀ ବେଧଡକ ଭାବେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିବାବେଳେ ପୋଲିସ ଯେପରି ଲାଚାର ହୋଇ ବସିଛି। ଉଦାହରଣ ସ୍ୱରୂପ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମିଠା ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ ହୋଇଛି। ୩ ଦୁର୍ବୃତ୍ତ ବାଇକରେ ଆସି ମିଠା ବ୍ୟବସାୟୀ ଦିଲ୍ଲୀପ ବେହେରାଙ୍କୁ ହାଣିଛନ୍ତି।
ଖାଲି ସେତିକି ନୁହେଁ ସେମାନେ ଦୋକାନରେ ପଶି ଭଙ୍ଗାରୁଜା କରିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଠା ଦୋକାନୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସାମାନ୍ୟ ବଚସାକୁ ନେଇ ଏ ଆକ୍ରମଣ ହୋଇଥିବା ଜଣାପଡିଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଆକ୍ରମଣ ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି। ପୋଲିସ ଘଟଣାର ଛାନଭିନ୍ ଚଳାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ଟେର୍ ପାଇପାରିନାହିଁ। କେବଳ ଏହି ଘଟଣା ନୁହେଁ, ଭୁବନେଶ୍ୱରରେ କିଛିଦିନ ହେଲା ଅପରାଧ ବଢିଚାଲିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁବୃତ୍ତମାନେ ଜଘନ୍ୟ କାଣ୍ଡ ଘଟାଉଛନ୍ତି। ଫେବ୍ରୁଆରି ୨୮ରେ ରାଜଧାନୀରେ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ ଦାଦା ଓ ଦୁଇ ପୁତୁରା ହୋଲି ଦିନ ଭରତପୁର ଫୁଲେଶ୍ୱର ବସ୍ତିରେ ସ୍ତ୍ରୀକୁ ଛୁରୀ ଭୁଶି ସ୍ୱାମୀ ହତ୍ୟା କରିଥିଲା। କିଛିଦିନ ତଳେ ପାତ୍ରପଡ଼ା ଅଞ୍ଚଳରେ ୮ଜଣ ଦୁର୍ବୃତ୍ତ ବାଇକରେ ଆସି ଏକ ଦୋକାନରେ ପଶିଥିଲେ। ଆଗରେ ଯାହାକୁ ପାଇଲେ ଖଣ୍ଡା ଓ କାତିରେ ହାଣି ଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।
ସେହିଦିନ ସକାଳୁ ଜଣେ ପୋଲିସ ଅଧିକାରୀଙ୍କ ମାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ କେବଳ ହତ୍ୟାକାଣ୍ଡ ନୁହେଁ, ଖଣ୍ଡା ଭୁଜାଲିରେ ଲୋକଙ୍କୁ ହାଣି ଲହୁଲୁହାଣ କରିବା, ଛିନତାଇ, ଚୋରି, ଡକାୟତି, ବୋମା ତିଆରି ଭଳି ଅପରାଧ ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି। ଆଉ ଏଥିରେ ରୋକ୍ ଲଗାଇବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସାଜିଛି। ସେପଟେ ରାଜଧାନୀରେ ପୋଲିସଂକୁ ନେଇ ମଧ୍ୟ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

