ଜଗବନ୍ଧୁକ ସ୍ୱାଇଁ ଓ ଆୟୁଷ ସ୍ୱାଇଁ ମେମୋରିଆଲ କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ଆଜିଠାରୁ ବାଙ୍କୁଆଳ ଖେଳ ପଡିଆରେ ୧୫ ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ କର୍କ ବଲ କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ ହୋଇଛି। ଆଜିର ଏହି ଉଦ୍‌ଘାଟନ ମ୍ୟାଚରେ ଅତିଥି ଭାବେ ବାଙ୍କୁଆଳ ଗ୍ରାମ୍ୟ କମିଟିର ମୁଖ୍ୟ ଉପଦେଷ୍ଠା କ୍ଷିରୋଦ କୁମାର ସ୍ୱାଇଁ, ପ୍ରଫୁଲ କୁମାର ସ୍ୱାଇଁ, ଭାଗବତ ମୁଖୀ ଓ ଅନ୍ତର୍ଯ୍ୟାମୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀହରୀ ମାଳି ଓ ପେଣ୍ଟାଗନ ପ୍ରାଲିଃର ନିର୍ଦ୍ଦେଶକ ଶକ୍ତି ମିଶ୍ର, ସତ୍ୟବ୍ରତ ନାୟକ, ଜିତେନ୍ଦ୍ର ସ୍ୱାଇଁ, ରସାନନ୍ଦ ସ୍ୱାଇଁ, ଗୋପନ ସ୍ୱାଇଁ ସହିତ ଭଗବତୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଆଜିର ମ୍ୟାଚରେ ପଳାଶପୁର ଓ ଭଗବାନପୁର ମଧ୍ୟରେ ହୋଇଥିଲା। ଏଥିରେ ଭଗବାନପୁର କ୍ରିକେଟ କ୍ଲବ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ମେଣ୍ଢାଶାଳ କ୍ରିକେଟ କ୍ଲବ କୁରଙ୍ଗ କ୍ରିକେଟ କ୍ଲବ ମଧ୍ୟରେ ହୋଇଥିଲା। ଏଥିରେ କୁରାଙ୍ଗ ଦଳ ବିଜୟୀ ହୋଇଥିଲା। ଏହି ମ୍ୟାଚ ଦେଖିବାକୁ ଆଖପାଖର ଶହଶହ କ୍ରିଡାପ୍ରେମୀ ଆସିଥିଲେ।


Reporterspen