‘ନବୀନ ବାବୁ କଂଗ୍ରେସ ହେବା ଆରମ୍ଭ କଲେଣି’

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌) : ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଚିଠିରେ ୧୩୧ତମ ସମ୍ବିଧାନ ସଂଶୋଧନ, ରାଜନୈତିକ ପ୍ରତିନିଧିତ୍ଵ ଓ ଅର୍ଥନୈତିକ ସ୍ଵାର୍ଥ କଥା ଦୋହରାଇଲେ ନବୀନ। ଟାର୍ଗେଟ୍ କଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଯାହା କହିଲେ ତାକୁ ଦେଖି ନବୀନ ବିରୋଧ କରୁଛନ୍ତି। ପ୍ରସ୍ତାବ ଆସିବା ଜାଣିବା ପୂର୍ବରୁ କଂଗ୍ରେସ କଥାରେ ସାମିଲ ହୋଇଗଲେ। ନବୀନ ବାବୁ କଂଗ୍ରେସ ହେବା ଆରମ୍ଭ କଲେଣି। ବିଜେଡି ରାଜ୍ୟସଭା ନିର୍ବାଚନରେ ପ୍ରମାଣିତ କଲା ଅଣକଂଗ୍ରେସ ନୁହେଁ। ଚୋରା ପୀରତି ବନ୍ଦ ହେଉ, ଯାହା କରିବା କଥା ଖୋଲାଖୋଲି କରନ୍ତୁ। ୟୁପିଏ ମେଣ୍ଟକୁ ଯିବାକୁ ଚାହୁଁଥିଲେ ଜଲ୍ଦି ପଳାନ୍ତୁ। ପୂର୍ବରୁ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ, ଏବେ ବିରୋଧ କାହିଁକି ? ଭିନ୍ନ ଭିନ୍ନ ସମୟରେ ଭିନ୍ନ ମତ ରଖୁଛନ୍ତି ନବୀନ।

ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଓଡ଼ିଶାର ଦୀର୍ଘମିଆଦି ସ୍ଵାର୍ଥ, ସମାନୁପାତିକ ପ୍ରତିନିଧିତ୍ଵ, ଗୌରବ ଅକ୍ଷୁର୍ଣ୍ଣ ରହିବା ଜରୁରୀ। ଡିଲିମିଟେସନରେ ପ୍ରତିନିଧିତ୍ଵ ହାର କମିବା ଜାତୀୟସ୍ତରରେ କ୍ଷତି ପହଞ୍ଚାଇବ। ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ଵ ୩.୯ରୁ ୩.୪%କୁ କମିବ। ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ୫ ପଏଣ୍ଟ କ୍ଷତି ସହିବାକୁ ପଡ଼ିବ। ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି, ଏହା କରିବାକୁ ଦିଅନ୍ତୁନି। ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ଵାର୍ଥକୁ ସୁରକ୍ଷା ଦିଅନ୍ତୁ। ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ଵଳର ବିକାଶ ସତ୍ତ୍ଵେ ଓଡ଼ିଶାକୁ ଦଣ୍ଡିତ କରାନଯାଉ। କେନ୍ଦ୍ରୀୟ ରାଜସ୍ଵକୁ ବଡ଼ ଅବଦାନ ସତ୍ତ୍ଵେ ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନି। ଓଡ଼ିଶାର ପ୍ରତିନିଧିତ୍ଵ ନକମିଲେ ସଂଶୋଧନକୁ ସମର୍ଥନ ଉଚିତ୍। କେନ୍ଦ୍ରରେ ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ଵର ଉଠାନ୍ତୁ।


Reporterspen