ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଛାଶକ୍ତି ବଳରେ ଆଜି ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି । ମୁଖ୍ୟମନ୍ତ୍ରୀ ମାଝୀ ଏବଂ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୋର୍ଦ୍ଧା ଜିଲ୍ଲାର ଇନ୍?ଫୋ ଭ୍ୟାଲି ଠାରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା ୩ଊ ଏକ୍ଷବଗ୍ଦଗ୍ଦ ଝକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭର ଅତ୍ୟାଧୁନିକ ଗ୍ଲାସ୍ ସବ୍?ଷ୍ଟ୍ରେଟ୍ ପ୍ୟାକେଜିଂ ୟୁନିଟର ଶିଳାନ୍ୟାସ କରିଛନ୍ତି । ଦେଶର ଏହା ପ୍ରଥମ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଶିଳ୍ପ ଓ ରୋଜଗାର ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ପାଇଁ ଏକ ନୂତନ ବିକାଶର ଯୁଗର ଆରମ୍ଭ ହୋଇଛି। ଏହା ଆଗାମୀ ସମୟରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଭବିଷ୍ୟତରେ ଏହାକୁ ଆଇଟି ହବ୍ ଭାବେ ବିକଶିତ କରିବା ପାଇଁ ଆମ ପ୍ରୟାସ ଜାରି ରହିବ। ଆଜିର ଶିଳାନ୍ୟାସ ପ୍ରକୃତରେ ଓଡ଼ିଶାରେ ଏକ ବ୍ୟାପକ ସମୃଦ୍ଧି ଆଣିବ। ୩ଊ ଏକ୍ଷବଗ୍ଦଗ୍ଦ ଝକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭର ଗ୍ଲାସ୍ ସବ୍ ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ୟୁନିଟ୍ ର ପ୍ରଡକ୍ଟ ହେଉଛି ଦେଶରେ ପ୍ରଥମ ଏବଂ ଏହା ଓଡ଼ିଶାରେ ପ୍ରସ୍ତୁତ ହେବ। ଏହି ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ ଭାବେ ପ୍ରମାଣିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧନ କହିଥିଲେ ଯେ ଆଜିର ଦିନ କେବଳ ଓଡ଼ିଶା ପାଇଁ ନୁହେଁ, ଭାରତର ଟେକ୍ନୋଲୋଜିକାଲ ଲିଡରଶିପ୍ ଯାତ୍ରା ପାଇଁ ମଧ୍ୟ ଏକ ସ୍ମରଣୀୟ ମୁହୂର୍ତ୍ତ। ଏହି ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ଏକ ଆଡଭାନ୍ସଡ୍ ୩ଊ ଗ୍ଲାସ୍ ସବ୍?ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ସୁବିଧା ସୃଷ୍ଟି କରିବ। ଏହି ୟୁନିଟ୍?ରେ ଉତ୍ପାଦିତ କମ୍ପୋନେଣ୍ଟ ଗୁଡ଼ିକ ହେଲା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ହାଇ ପର୍ଫର୍ମାନ୍ସ କମ୍ପ୍ୟୁଟିଂ ଓ ପ୍ରତିରକ୍ଷା ଇଲେକ୍ଟ୍ରୋ ନିକ୍ସ ଭଳି ବିକାଶଶୀଳ କ୍ଷେତ୍ରରେ ଗୁରୁତ୍ୱ ଅର୍ଜନ କରିବ । ଓଦ୍ଭଗ୍ଧରକ୍ଷ, ଖକ୍ଟମଳଷରରୟ ଗବକ୍ସଗ୍ଧସଦ୍ଭ ଓ ଇକ୍ଟ୍ରକ୍ଟ୍ରକ୍ଷସରୟ ଗବଗ୍ଧରକ୍ସସବକ୍ଷଗ୍ଦ ପରି ବିଶ୍ୱସ୍ତରୀୟ ସଂସ୍ଥାମାନେ ୩ଊ ଏକ୍ଷବଗ୍ଦଗ୍ଦ ଝକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ ସହ ଯୋଡିହେବା ସହିତ ଓଡ଼ିଶା ପ୍ରତି ବିଶ୍ୱର ବୃଦ୍ଧି ପାଉଥିବା ଭରସାର ପ୍ରମାଣ। ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଆଜି ନିବେଶକମାନଙ୍କର ପ୍ରଥମ ପସନ୍ଦର ରାଜ୍ୟ ହୋଇପାରିଛି ।
ସୂଚନା ଯୋଗ୍ୟ ଯେ ପ୍ରାୟ ୨ ହଜାର କୋଟି ଟଙ୍କା ନିବେଶରେ ସ୍ଥାପିତ ହେଉଥିବା ଏହି ପ୍ରକଳ୍ପ ବର୍ଷକୁ ୭୦ ହଜାର ଗ୍ଲାସ୍ ପ୍ୟାନେଲ, ୫୦ ମିଲିୟନ ଆସେମ୍ବଲ୍ଡ ୟୁନିଟ୍ ଏବଂ ୧୩,୨୦୦ ଅତ୍ୟାଧୁନିକ ୩ ଡି ମଡ୍ୟୁଲ୍ ଉତ୍ପାଦନ କରିବ। ଏହା ଦ୍ୱାରା ରାଜ୍ୟରେ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆସିସାରିଛି। ଜଓଜ ଚକ୍ଟଙ୍ଗରକ୍ସ ଋକ୍ଷରମଗ୍ଧକ୍ସକ୍ଟଦ୍ଭସମଗ୍ଦ ଓ ଝସଉଝଋଗ ପରି ସଂସ୍ଥାମାନେ ପୂର୍ବରୁ ରାଜ୍ୟରେ ୟୁନିଟ୍ ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଭିଜନରେ ଓଡ଼ିଶା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର ଲଞ୍ଚପ୍ୟାଡ୍ ହେବ ବୋଲି ସେ କହିଥିଲେ।
ଓଡ଼ିଶା କାହିଁକି ନିବେଶକମାନଙ୍କର ପ୍ରଥମ ପସନ୍ଦ, ତାହାର ପାଞ୍ଚଟି କାରଣ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପୁଳ ପ୍ରାକୃତିକ ସମ୍ବଳ, ବିଶ୍ୱସ୍ତରୀୟ ଭିତ୍ତିଭୂମି, ଦକ୍ଷ ଯୁବଶକ୍ତି, ଶକ୍ତିଶାଳୀ କନେକ୍ଟିଭିଟି ଏବଂ ରେସ୍ପନସିଭ୍ ଗଭର୍ଣ୍ଣାନ୍ସ। ମୁଖ୍ୟମନ୍ତ୍ରୀ ଯୁବପିଢ଼ୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଏହା ଓଡ଼ିଶାର ଛାତ୍ରଛାତ୍ରୀ ଓ ଇଞ୍ଜିନିୟରମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗର ସମୟ। ସେମାନେ ନିଜକୁ ଦକ୍ଷ କରି ଏହି ଉଦୟମାନ କ୍ଷେତ୍ରରେ ଅଗ୍ରସର ହେବାକୁ ସେ ଆହ୍ୱାନ କରିଥିଲେ। ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଓଡ଼ିଶା ଏକ ଆଦର୍ଶ ଗନ୍ତବ୍ୟସ୍ଥଳୀ ଭାବେ ଉଭୁକ୍ତ ହୋଇଛି। ଆମ ପାଖରେ ସମ୍ବଳ ଅଛି, ପ୍ରତିଭା ଅଛି, ଭିତ୍ତିଭୂମି ଅଛି, ସଂକଳ୍ପ ଅଛି। ଆଗାମୀ ଟେକ୍ନୋଲୋଜି ଗଢ଼ିବାକୁ ଚାହୁଁଥିଲେ—”ଙୟସଗ୍ଦଷବ ସଗ୍ଦ ଚ୍ଚକ୍ଟଙ୍କକ୍ସ ୟରଗ୍ଦଗ୍ଧସଦ୍ଭବଗ୍ଧସକ୍ଟଦ୍ଭ,” ବୋଲି ସେ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟ ଇଲେକ୍ଟ୍ରୋ ନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ଅମିତେଶ ସିହ୍ନା ୩ଊ ଏକ୍ଷବଗ୍ଦଗ୍ଦ ଝକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭର ପ୍ରେସିଡେଣ୍ଟ ଓ ସିଇଓ ବାବୁ ମନ୍ଦାବାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

