ନୂଆଦିଲ୍ଲୀ,୧୯/୦୪; ଟିମ୍ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ୍ ଟ୍ରଫି ଜିତିଛି । ପରବର୍ତ୍ତୀ ବିଶ୍ୱକପ୍ ଆଉ ଦୁଇ ବର୍ଷ ଦୂରରେ, ଏବଂ ବିସିସିଆଇ ସେହି ଇଭେଣ୍ଟ ଉପରେ ଧ୍ୟାନ ଦେବ । ୨୦୨୪ ଟି୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା ଏବଂ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ପାଇଁ ସମାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ୨୦୨୬ ଟି୨୦ ବିଶ୍ୱକପ୍ ଜିତିଥିଲା, କିନ୍ତୁ ଏବେ ସେ ଦଳରୁ ବାଦ ପଡ଼ିପାରନ୍ତି। ଶ୍ରେୟାସ ଆୟର ପରବର୍ତ୍ତୀ ଅଧିନାୟକ ହେବା ନେଇ ଦାବିଦାର ଭାବେ ବିବେଚନା କରାଯାଉଛି। ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ଆସୁଛି ।
ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ସୂର୍ଯ୍ୟକୁମାର ଯାଦବଙ୍କର ଏକ ପ୍ରଭାବଶାଳୀ ରେକର୍ଡ ଅଛି । ତଥାପି, ସେ ଲଗାତାର ବ୍ୟାଟ୍ ସହିତ ସଂଘର୍ଷ କରିଛନ୍ତି ଏବଂ ବର୍ତ୍ତମାନ ଆଇପିଏଲରେ ସ୍କ?ର କରିବାକୁ ସଂଘର୍ଷ କରୁଛନ୍ତି । ଏହା ଗୌତମ ଗମ୍ଭୀର ଏବଂ ଚୟନ କମିଟି ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇଛି । ସୂର୍ଯ୍ୟକୁମାର ଯାଦବ ଭାରତୀୟ ଟି-୨୦ ଦଳରେ ୪ ନମ୍ବରରେ ଖେଳୁଛନ୍ତି, କିନ୍ତୁ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ବିସିସିଆଇର ଏକ ସୂତ୍ର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛି ଯେ, ୪ ନମ୍ବରରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟାସ ଆୟର ସବୁଠାରୁ ଆଗରେ ଅଛନ୍ତି । ଆୟର ୪ ନମ୍ବରରେ ଅସାଧାରଣ ଭାବରେ ଭଲ ବ୍ୟାଟିଂ କରୁଛନ୍ତି ।
ଶ୍ରେୟାସ ଆୟର କେକେଆରକୁ ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଦେଇଥିଲେ । ସେ ପଞ୍ଜାବ ଏବଂ ଡିସିର ଅଧିନାୟକ ଭାବରେ ମଧ୍ୟ ଭଲ ସ୍ଥିତିରେ ପହଞ୍ଚାଇଛନ୍ତି । ରିପୋର୍ଟ ଆସୁଛି କି ଯଦି ସୂର୍ଯ୍ୟକୁମାର ଯାଦବ ଖରାପ ପ୍ରଦର୍ଶନ ପାଇଁ ଦଳରୁ ବାଦ ଦିଆଯାଏ, ତେବେ ଶ୍ରେୟାସ ଆୟର ଟି-୨୦ ଅଧିନାୟକ ହୋଇପାରନ୍ତି । ଶ୍ରେୟାସ ଆୟରଙ୍କ ମାମଲା ବିଷୟରରେ ବିସିସିଆଇର ଏକ ସୂତ୍ର କହିଛନ୍ତି, “ଶ୍ରେୟାସ ଆୟର ଶେଷ ଥର ପାଇଁ ୨୦୨୩ରେ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେ ବର୍ତ୍ତମାନର ଟି-ଟ୍ୱେଣ୍ଟି ଦଳରେ ସାମିଲ ନାହାନ୍ତି । ତାଙ୍କୁ ପୁନର୍ବାର ଡାକି ସିଧାସଳଖ ଅଧିନାୟକ କରିବା ଏକ ପ୍ରମୁଖ ନିଷ୍ପତ୍ତି ହେବ । ବର୍ତ୍ତମାନ ଧ୍ୟାନ ୨୦୨୭ ଦିନିକିଆ ବିଶ୍ୱକପ୍ ଉପରେ । ତେଣୁ, ଚୟନକର୍ତ୍ତାଙ୍କ ପାଖରେ ଟି-ଟ୍ୱେଣ୍ଟି ଦଳରେ ପରିବର୍ତ୍ତନ କରିବାର ସୁଯୋଗ ଅଛି।
ଶ୍ରେୟସ ଆୟର ଏପର୍ଯ୍ୟନ୍ତ ୯୧ଟି ଆଇପିଏଲ ମ୍ୟାଚରେ ଦଳର ଅଧିନାୟକତ୍ୱ କରିଛନ୍ତି। ସେଥିମଧ୍ୟରୁ ୫୩ଟିରେ ବିଜୟୀ ହୋଇଛନ୍ତି । ତାଙ୍କର ବିଜୟ ପ୍ରତିଶତ ୫୯.୩୦%। ସେ କୋଲକାତା ନାଇଟ୍ ରାଇଡର୍ସକୁ ୨୦୨୪ରେଆଇପିଏଲ ଟ୍ରଫି ଜିତାଇଥିଲେ । ଗତ ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗସକୁ ଫାଇନାଲରେ ପହଞ୍ଚାଇଥିଲେ । ଏଥର ବି ପଞ୍ଜାବ ଫୁଲ୍ ଫର୍ମରେ ରହିଛି । ପଏଣ୍ଟ ଟେବୁଲ ଟପରେ ରହିଛି ।

