ନୂଆଦିଲ୍ଲୀ,୦୮/୦୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମୁକାବିଲାରେ ଭାରତ ହାସଲ କରିଛି ଐତିହାସିକ ବିଜୟ । ୩୦୦ ରନରେ ପରାସ୍ତ କରି ଭାରତ ରଚିଛି ଇତିହାସ । କେବଳ ବିଜୟ ନୁହେଁ ଏହି ମୁକାବିଲା ଜିତିବା ପରେ ଭାରତ ହାସଲ କରିଛି ଅନେକ ରେକର୍ଡ । ଏହି ମ୍ୟାଚ ଜିତିବା ପରେ ଭାରତ ନିଜର ବଡ଼ ବିଜୟ ହାସଲ କରିଛି । ଟେଷ୍ଟ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୭୨ ରନର ବଡ଼ ବିଜୟ ହାସଲ କରିଥିଲା । ମାତ୍ର ୩୦୦ ରନରେ ସର୍ବବୃହତ ବିଜୟ ହାସଲ କରି ରେକର୍ଡ କରିଛି ।
ଡେବ୍ୟୁ ମ୍ୟାଚରେ ମାନବ ସୂତାରଙ୍କ ରେକର୍ଡ
ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଛନ୍ତି ମାନବ ସୂତାର । ଆଫଗାନିସ୍ତାନ ବିପକ୍ଷରେ ସେ ଡେବ୍ୟୁ କରି ରେକର୍ଡ ସ୍ଥାନପ କରିଛନ୍ତି । ଡେବ୍ୟୁ ମ୍ୟାଚରେ ସର୍ବାଧିକ ୱିକେଟ ନେବାର ରେକର୍ଡ କରିଛନ୍ତି । ୩୫ ବର୍ଷ ମଧ୍ୟରେ କେବଳ ୨ଜଣ ବୋଲିର ୬ ୱିକେଟ ନେଇଛନ୍ତି । ପୂର୍ବରୁ ଅଶ୍ୱନୀ ଡେବ୍ୟୁ ମ୍ୟାଚରେ ୬ ୱିକେଟ ନେଇଥିଲେ । ଆଉ ଏବେ ମାନବ ସୂତାର ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି । ସେପଟେ ଡେବ୍ୟୁ ମ୍ୟାଚରେ ୫ ୱିକେଟରୁ ଅଧିକ ୱିକେଟ ନେବାରେ ଦଶମ ବୋଲର ହୋଇଛନ୍ତି ।
ଗିଲଙ୍କ ରେକର୍ଡ
ସେପଟେ ବ୍ୟାଟିଂରେ ରେକର୍ଡ କରିଛନ୍ତି ଶୁଭମନ ଗିଲ୍ । ସେ ଅଧିନାୟକ ଭାବେ ହଜାରେ ରନ କରିଛନ୍ତି । ଯେଉଁଥିରେ ୬ଟି ଶତକ ରହିଛି । ୯ଟି ମ୍ୟାଚର ୧୫ଟି ପାଳିରେ ସେ ଏହି ସ୍କୋରର ମାଇଲଖୁଣ୍ଟ ପାଣ୍ କରିଛନ୍ତି । କମ ପାଳିରେ ସେ ଏହାକୁ ପୂରଣ କରିବା ଭାରତୀୟ ଅଧିନାୟକଙ୍କ ମଧ୍ୟରେ ଆଗରେ ରହିଛନ୍ତି । ସେପଟେ ଏହି କ୍ଷେତ୍ରରେ ଆଗରେ ରହିଛନ୍ତି ବ୍ରାଡମ୍ୟାନ ।
ରାହୁଲଙ୍କ ନାମରେ ନିଆରା ରେକର୍ଡ
କେଏଲ ରାହୁଲ ତାଙ୍କର ଦ୍ୱାଦଶ ଟେଷ୍ଟ ଶତକ ହାସଲ କରିଛନ୍ତି । ତାଙ୍କର ପ୍ରଥମ ଟେଷ୍ଟ ଶତକ ଆଫଗାନିସ୍ତାନ ବିପକ୍ଷରେ ଆସିଥିଲା । ଏହା ବ୍ୟତୀତ, ତାଙ୍କର ଶେଷ ତିନୋଟି ଶତକ ମଧ୍ୟରେ, ରାହୁଲ ୧୦୦ ରନରେ ଆଉଟ ହୋଇଛନ୍ତି, ଯାହା ତାଙ୍କୁ ଏହି ଅନନ୍ୟ ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ କରିଛି ।

