ସହରାଞ୍ଚଳ ଜଳତଟର ହେବ ବିକାଶ, ସମଲେଶ୍ୱରୀ ମନ୍ଦିର ନିକଟରେ ‘ଆଳତି ଘାଟ’ ନିର୍ମାଣ ହେବ
ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଛି । ଏଥିରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଜଳ ସମ୍ପଦ, ପର୍ଯ୍ୟଟନ ଏବଂ ସହରାଞ୍ଚଳ ଉନ୍ନୟନକୁ ନେଇ ସରକାର ଅନେକ ବଡ଼ ଘୋଷଣା କରିଛନ୍ତି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ନେଇସୂଚନା ଦେଇଛନ୍ତି ।
କ୍ୟାବିନେଟରେ ସହରାଞ୍ଚଳ ଜଳତଟ ଯୋଜନାକୁ ମଞ୍ଜୁରୀ ମିଳିଛି । ଜଳତଟ ବିକାଶ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି ମନୋନୀତ ସହରଗୁଡିକରେ ନଦୀତଟ ଏବଂ ସହରାଞ୍ଚଳ ଜଳଭଣ୍ଡାରଗୁଡିକ ପୁନର୍ଜୀବିତ କରିବା । ସେମାନଙ୍କୁ ସୁଗମ ଏବଂ ପରିବେଗତ ଭାବେ ସ୍ଥାୟୀ ସାର୍ବଜନୀନ ସ୍ଥାନରେ ପରିଣତ କରିବା । ପର୍ଯ୍ୟଟନ, ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ସ୍ଥାନୀୟ ଆର୍ଥିତ ବିକାଶକୁ ପ୍ରୋତ୍ସାହିତ କରିବା । ଏହି ଅନୁମୋଦନ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୌରସଂସ୍ଥା ସହିତ ସହଯୋଗରେ ଯୋଜନାର ବ୍ୟାପକ ଯୋଜନା କାର୍ଯ୍ୟାନ୍ୱୟନ କରିବାକୁ ଅନୁମତି ମିଳିଛି ।
ସେହିପରି ସହରରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । ସହରାଞ୍ଚଳରେ ପିଏମ ଆବାସ ପାଇଁ ପଞ୍ଜିକରଣ ଫି ଓ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି । ଏହି ପ୍ରସ୍ତାବିତ ରିଆୟତି ଦ୍ୱାରା ରାଜ୍ୟର ସହରାଞ୍ଚଳ ଇଡବ୍ଲ୍ୟଏସ ବର୍ଗର ଉପଭୋକ୍ତାମାନେ ବ୍ୟାପକ ଆର୍ଥିକ ସୁବିଧା ପାଇବେ ।
ଖୋର୍ଦ୍ଧା କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲର ବିକାଶ ପ୍ରକଳ୍ପର ଟେଣ୍ଡର ପକ୍ରିୟାକୁ ଅନୁମୋଦନ କରାଯାଇଛି । ଯାହା ଇଡକୋ ମାଧ୍ୟମରେ କାର୍ଯ୍ୟକାରୀ ହେବ । ୨୧୦.୩୬ କୋଟି ଟଙ୍କାରେ ଏହି ପ୍ରକଳ୍ପ ହେବ । ୨୪ ମାସ ଅବଧି ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।
ସେହିପରି ବିଡିଏ ଅଧୀନସ୍ଥ ଟାଉନ ପ୍ଲାନିଂ ସ୍କିମ ନିମେନ୍ତ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟାନ୍ୱୟନ ସହିତ ଇଞ୍ଜିନିୟରିଂ, କ୍ରୟ, ନିର୍ମାଣ ଚୁକ୍ତିନାମା ଅନ୍ତର୍ଗତ ୫ ବର୍ଷ ନିମେନ୍ତ ପରିଚାଳନା ଏବଂ ରକ୍ଷାଣାବେକ୍ଷଣ ପ୍ରକଳ୍ପର ଟେଣ୍ଡର ଓ ବିଡିଂ ପ୍ରକ୍ରିୟା ଅନମୋଦନ କରାଯାଇଛି । ଏଥିରେ ମହାନଦୀ ସ୍ଥିତ ନରାଜ ଡଞଚରୁ ଘାଟିକିଆ ସ୍ଥିତ ଗଈଜରୁ ଜଳ ଆହରଣ । କ୍ଲିଅର ୱାଟର ଗ୍ରାଭିଟି ମୋନ ବିଛାଣ ଅନ୍ତର୍ଭୁକ୍ତ ରହିଛି ।
ସମ୍ବଲପୁରବାସୀଙ୍କ ପାଇଁ କ୍ୟାବିନେଟ୍ ଏକ ବଡ଼ ଉପହାର ଦେଇଛନ୍ତି । ମହାନଦୀ ଜଳାଶୟରେ \’ଅଯୋଧ୍ୟା ସାଗର\’ ପ୍ରକଳ୍ପ ପାଇଁ ୪୪୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିସହ ବାରାଣସୀ ଶୈଳୀରେ ସମଲେଶ୍ୱରୀ ମନ୍ଦିର ନିକଟରେ ଏକ ଭବ୍ୟ ‘ଆଳତି ଘାଟ’ ନିର୍ମାଣ ହେବ, ଯାହା ପର୍ଯ୍ୟଟନ ଓ ପାନୀୟ ଜଳ ଯୋଗାଣରେ ସହାୟକ ହେବ । ସେହିପରି ଦୂଷିତ ହେଉଥିବା ଗଙ୍ଗୁଆ ନାଳର ଜଳ ବିଶୋଧନ ପାଇଁ ୧୦୮.୯ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବହୁ ପ୍ରତୀକ୍ଷିତ ନୟାଗଡ଼ର ବୃତଙ୍ଗ ଜଳ ସେଚନ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ୧୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

