ଭିଏତନାମରେ ବୋଟ୍‌ ବୁଡ଼ିଲା: ୧୫ ଭାରତୀୟ ମୃତ !

Reporterspen

ନୂଆଦିଲ୍ଲୀ: ଭିଏତନାମରେ ବୋଟ୍‌ ଓଲଟିବା କାରଣରୁ ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩୨ ପର୍ଯ୍ୟଟକ ଓ ୪ କ୍ରିଉ ସଦସ୍ୟଙ୍କୁ ନେଇ ଯାଉଥିଲା ବେଳେ ବୋଟ୍ ବୁଡ଼ିଯାଇଥିଲା । ନିଖୋଜ ଅନ୍ୟ ଭାରତୀୟ ପର୍ଯ୍ୟଟକଙ୍କୁ ଖୋଜାଖୋଜି କରାଯାଉଛି । କୂଳ ଛୁଇଁବାର ୪ ଶହ ମିଟର ପୂର୍ବରୁ ସ୍ପିଡ୍‌ ବୋଟ୍‌ଟି ବୁଡ଼ିଯାଇଥିଲା । ବୋଟ୍‌ ଟ୍ରାଜେଡି ନେଇ ସ୍ପଷ୍ଟ କରିଛି ଭିଏତନାମ ସ୍ଥିତ ଭାରତୀୟ ଦୂତାବାସ ।

ସୂଚନା ମୁତାବକ, ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ଉପକୂଳରେ ଦୁର୍ଘଟଣା ପରେ ଅନେକ ଲୋକ ନିଖୋଜ ଅଛନ୍ତି। ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏହି ଘଟଣା ସମ୍ପର୍କରେ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ଡଙ୍ଗାରେ ମୋଟ ୩୨ ଜଣ ଭାରତୀୟ ଥିଲେ। ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନିକ ଅଧିକାରୀମାନେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ସ୍ପିଡ୍ ବୋଟ୍‌ରେ କ୍ରୁ ସଦସ୍ୟଙ୍କ ସମେତ ମୋଟ ୩୬ ଜଣ ଥିଲେ। ଡଙ୍ଗାଟି ଫୁ କ୍ୱିକ୍ ନିକଟବର୍ତ୍ତୀ ‘ହନ୍ ମି ରୁଟ୍ ଙ୍ଗୋଆଇ’ ଦ୍ୱୀପ ନିକଟରେ ଓଲଟି ପଡ଼ିଥିଲା । ଉଲ୍ଲେଖନୀୟ ଯେ, ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା, ଯାହାଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ, ଭାରତୀୟ ଦୂତାବାସ କହିଛି ଯେ, କିଛି ଘଣ୍ଟା ପୂର୍ବରୁ ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଥିଲା। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଏବଂ ଘଟଣାର ସଠିକ୍ ବିବରଣୀ ସଂଗ୍ରହ କରାଯାଉଛି।

ଏହା ସହିତ, ଦୂତାବାସ ଘୋଷଣା କରିଛି ଯେ ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା କରିବା ପାଇଁ ହୋ ଚି ମିନ୍ ସିଟିରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପ୍ରଭାବିତ ପରିବାରଗୁଡ଼ିକୁ ସୂଚନା ଏବଂ ସହାୟତା ପ୍ରଦାନ କରିବା ପାଇଁ ହୋ ଚି ମିନ୍ ସିଟିରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।

ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ବର ମଧ୍ୟରେ +୮୪ ୩୬ ୨୮୧ ୭୯୩୦, +୮୪ ୯୧ ୫୫୨ ୩୭ ୧୪, ଏବଂ +୮୪ ୩୩ ୪୫୨ ୦୪୧୪ ରହିଛି । ଏହି ନମ୍ୱର ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ। ହାନୋଇରେ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ପ୍ରତିଷ୍ଠା କରାଯାଇଛି, ଯାହାକୁ +୮୪ ୯୧ ୩୦୮ ୯୧୬୫ ରେ ଯୋଗାଯୋଗ କରାଯାଇପାରିବ। ଆମେ ସହାୟତା ପ୍ରଦାନ କରିବା ଏବଂ ଯେକୌଣସି ପ୍ରଶ୍ନର ଉତ୍ତର ଦେବା ପାଇଁ ଉପଲବ୍ଧ।

ଦୂତାବାସ କହିଛି ଯେ ଘଟଣା ପରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡଙ୍ଗାରେ ଥିବା ଏବଂ ପାଣି ତଳେ ଥିବା ଲୋକଙ୍କ ପାଇଁ ସନ୍ଧାନ ଚାଲିଛି। ତଥାପି, ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସଠିକ୍ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଘଟଣାର ତଦନ୍ତ କରାଯାଉଛି।


Reporterspen