Barabati Match: ଫ୍ଲଡ ଲାଇଟ ବନ୍ଦ ଘଟଣା: ୧୦ ଦିନ ଭିତରେ ଓସିଏକୁ ଜବାବ ତଲବ

Reporterspen

Barabati Match: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ବେଳେ ହୋଇଥିବା ଲାଇଟ ସମସ୍ୟାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ବିରୋଧୀ ଦଳ ଏହାକୁ କଡ଼ା ଭାଷାରେ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ସରକାର ଏହି ଘଟଣାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏନେଇ ଓସିଏକୁ କ୍ରୀଡା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୧୦ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ନିଜର ପ୍ରତିକ୍ରିୟା ରଖି ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି କି ଏଭଳି ଦାୟିତ୍ୱହୀନତା ପାଇଁ କାର୍ଯ୍ୟାନୁଷ୍ଠାନ ହେବ। ବାରବାଟୀରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣା କ୍ରୀଡାପ୍ରେମୀଙ୍କୁ ଆଘାତ ଦେଇଛି। ଏନେଇ କ୍ରୀଡ଼ା ବିଭାଦ ଓସିଏକୁ ନୋଟିସ ଜାରି କରିଛି। ଲାଇଟ୍ ଲିଭିବା ଯେତିକି ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ, ଜଳିବାରେ ବିଳମ୍ବ ହେବା ତାହାଠାରୁ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାକୁ ନେଇ ତଦନ୍ତ ହେବ ବୋଲି ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।

ଏଠାରେ କହି ରଖୁ କଟକ ବାରବାଟୀରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯାଉଥିଲା। ଏହି ସମୟରେ ଫ୍ଲଡ଼ ଲାଇଟ ବନ୍ଦ ହୋଇଯାଇଥିଲା। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଭାରତୀୟ ଦଳ ବ୍ୟାଟିଂ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।  ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା। ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା।


Reporterspen
!-- afp header code starts here -->