ମୁମ୍ବାଇ,୨୫/୩ : ଆଇପିଏଲ୍ ୨୦୨୬ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିକ୍ରି ହେବା ଖବର ସାମ୍ନାକୁ ଆସିଛି। ଫ୍ରାଞ୍ଚାଇଜକୁ କେତେକ କମ୍ପାନୀ ମିଶି କିଣିଛନ୍ତି। ଯେଉଁଥିରେ ଆଦିତ୍ୟ ବିରଲା ଗ୍ରୁପ ବି ସାମିଲ ରହିଛି। ଫ୍ରାଞ୍ଚାଇଜର ଦାୟିତ୍ୱ ଆଦିତ୍ୟ ବିରଲା ଗ୍ରୁପର ଚେୟାରମ୍ୟାନ ମଙ୍ଗଲମ ବିରଲାଙ୍କ ପୁଅ ଆର୍ୟ୍ୟମନ ବିକ୍ରମ ବିରଲାଙ୍କୁ ଦିଆଯାଇଛି। ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଅନନ୍ୟା ବିରଲାଙ୍କୁ ନେଇ ଚର୍ଚ୍ଚା ଦ୍ରୁତଗତିରେ ହେବାରେ ଲାଗିଛି । ଫ୍ୟାନ୍ସ ଜାଣିବାକୁ ଇଛୁକ ଅଛନ୍ତି କି ଅନନ୍ୟ ବିରଲା କିଏ ?
ପ୍ରକାଶ ଯେ, ଅନନ୍ୟା ଆଦିତ୍ୟ ବିରଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ ବିରଲାଙ୍କ ଝିଅ ଅଟନ୍ତି। ବଡ଼ ବ୍ୟବସାୟୀ ରାଜବଂଶରେ ଜନ୍ମ ହୋଇଥିବା ଅନନ୍ୟା ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଯାହା ଫଳରେ ତାଙ୍କ ନେଟୱର୍ଥବି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଭେଟରାନ ବ୍ୟାଟର ବିରାଟ କୋହଲୀଙ୍କଠାରୁ ବି ଅଧିକ କୁହାଯାଉଛି । ଅନନ୍ୟା ଏକାସାଙ୍ଗରେ କେତେକ କାମ କରିବା ଲାଗି ପରିଚିତ ଅଟନ୍ତି। ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ, ସେ ବିରଲା ଗ୍ରୁପର ବହୁ ବ୍ୟବସାୟରେ ନିର୍ଦେଶକର ଭୂମିକା ନିଭାଇଥାନ୍ତି। ଯେଉଁଥିରେ ଗ୍ରାସିମ ଇଣ୍ଡଷ୍ଟ୍ରି ଏବଂ ଆଦିତ୍ୟ ବିରଲା ଫ୍ୟାଶନ ଆଣ୍ଡ୍ ରିଟେଲ୍ ଲିମିଟେଡ୍ ସାମିଲ୍ ଅଛି।
ଅନନ୍ୟା ବିରଲା ପ୍ରାୟ ୧୭ବର୍ଷ ବୟସରେ ‘ସ୍ୱତନ୍ତ୍ର ମାଇକ୍ରୋଫିନ’ର ଆରମ୍ଭ କରିଥିଲେ । ଏହାସହ ସେ ଭାରତର ସବୁଠାରୁ କମ୍ ବୟସର ଉଦ୍ୟୋଗପତିଙ୍କ ମଧ୍ୟରୁ ଜଣେ ହୋଇଯାଇଥିଲେ । ବ୍ୟବସାୟ ବ୍ୟତୀତ ଅନନ୍ୟା ବିରଲା ଏକ ଅନ୍ତର୍ଜାତୀୟ ପପ୍ ଷ୍ଟାର୍ ରୂପରେ ବି ନିଜ ପରିଚୟ ସୃଷ୍ଟି କରିଥିଲେ। ବିଶ୍ୱସ୍ତରରେ ୫୦୦ମିଲିୟନରୁ ଅଧିକ ଷ୍ଟ୍ରିମ୍ ସହ ସେ ଭାରତର ସବୁଠାରୁ ସଫଳ ଇଂରାଜୀ ପପ୍ ସଗୀତକାରଙ୍କ ମଧ୍ୟରୁ ଜଣେ । କୁହାଯାଏ କି ଅନନ୍ୟା କେବଳ ୯ବର୍ଷ ବୟସରେ ମ୍ୟୁଜିକ୍ ଶିଖିବାର ଅଭ୍ୟାସ କରି ଦେଇଥିଲେ ।

