Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଅଗଷ୍ଟ ୯ ତାରିଖରେ ବୁଧ କର୍କଟ ରାଶିରେ ପ୍ରବେଶ କରିବାକୁ ଥିବା ବେଳେ ଅଗଷ୍ଟ ୧୧ ରେ ବୁଧ ସେହି ରାଶିରେ ଓଲଟା ଚଳନ କରିବେ। ଅଗଷ୍ଟ ୧୭ରେ ସୂର୍ଯ୍ୟ ସିଂହ ରାଶିକୁ ଚଳନ କରିଥିବା ବେଳେ ୨୧ ତାରିଖରେ ଶୁକ୍ର କର୍କଟ ରାଶିରେ ପ୍ରବେଶ କରିବେ। ଏହିତିନି ଗ୍ରହଙ୍କ ଶୁଭ ଚଳନ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବ। ଯଦି ଜାତକରେ ସୂର୍ଯ୍ୟ-ଶୁକ୍ର-ବୁଧଙ୍କ ସ୍ଥିତି ମଜବୁତ୍ ଥିବ ତେବେ ବ୍ୟକ୍ତି ଅମାପ ଧନୀ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଅଗଷ୍ଟ ମାସରେ କେଉଁ ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି।
ମେଷ:- ସୂର୍ଯ୍ୟ-ଶୁକ୍ର-ବୁଧ ଙ୍କ ଦୁର୍ଲଭ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ବେଶ୍ ମଜବୁତ୍ କରିବ। ଦିର୍ଘ ଦିନ ଧରି କର୍ମ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଯେଉଁମାନେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ନୂଆ ଚାକିରି ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ମିଳିବ। ପୁରୁଣା ବିନିଯୋଗରୁ ଲାଭ ମିଳିବ।
ମିଥୁନ:- ସୂର୍ଯ୍ୟ-ଶୁକ୍ର-ବୁଧଙ୍କ ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଯେଉଁମାନେ, ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିଛି। ଚେଷ୍ଟା ଜାରି ରଖନ୍ତୁ। ସଫଳତା ପାଇବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ଯେଉଁମାନେ,ବ୍ୟାଙ୍କିଂ, ବୀମା କ୍ଷେତ୍ରରେ କାର୍ଯ୍ୟରତ ସେମାନେ ନିଜ ଟାର୍ଟେଗ୍ ପୂରଣ କରିବାରେ ସଫଳ ହେବେ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଲାଗି ସମୟ ଖାସ୍ ରହିବ। ସେମାନଙ୍କ ସ୍ବପ୍ନ ପୂରଣ ହେବ। ନିଜ ସନ୍ତାନଙ୍କ ଠାରୁ କୌଣସି ଏକ ପ୍ରକାର ଖୁସି ଖବର ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ।
କନ୍ୟା:- ସୂର୍ଯ୍ୟ-ଶୁକ୍ର-ବୁଧଙ୍କ ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ବ୍ୟବସାୟରେ ଅଟକି ଥିବା ଟଙ୍କା ମିଳିବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ନିଜ ପତ୍ନୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଲଟେରୀରୁ ଲାଭବାନ୍ ହେବେ।
ତୁଳା:-ସୂର୍ଯ୍ୟ-ଶୁକ୍ର-ବୁଧଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ମାଲାମାଲ୍ କରିବ। ବିଶେଷକରି, ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଖାସ୍ ରହିବ। ସମ୍ପର୍କୀୟଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ବ୍ୟବସାୟରେ ଏକ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ବିଦେଶ ଯିବାର ଆଶା ପୂରା ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ମୋଟା ଅଙ୍କର ଟଙ୍କା ରୋଜଗାର କରିବେ।
କୁମ୍ଭ:- ତିନି ବଡ଼ ଗ୍ରହଙ୍କ ଗୋଚର ଏହି ରାଶିକୁ ଧନବାନ୍ କରାଇବ। ବିଶେଷକରି,ଆର୍ଥିକ ସ୍ଥିତି ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବିଶେଷକରି, ଏହି ସମୟରେ ଯେଉଁମାନେ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟ ପାତ୍ର ହେବେ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)