Astrology: ଚନ୍ଦ୍ରଙ୍କ ଶୁଭ ଚଳନ, ଏହିସବୁ ରାଶିଙ୍କ ଭାଗ୍ୟ ବଦଳିବ

Reporterspen

Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନ ମନ, ନାରୀ, ମାତା, ଭାବନା ଓ ଭୈତିକ ଖୁସିର ପ୍ରତୀକ ଚନ୍ଦ୍ର ମେ ୧୦ ତାରିଖ ସକାଳ ୯ଟା ୫ ମିନିଟ୍ ସମୟରେ କନ୍ୟା ରାଶିକୁ ଚଳନ କରିବେ। ଚନ୍ଦ୍ରଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଯଦି ଜାତକରେ ଶନି ଚନ୍ଦ୍ରଙ୍କ ସ୍ଥିତି ମଜବୁତ୍ ଥାଏ, ତେବେ, ବ୍ୟକ୍ତି ମାନସିକ ଶାନ୍ତି ପାଇବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜୁତ୍ ରୁହେ। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ରଙ୍କ ଏହି ଚଳନ କେଉଁ ରାଶି ପାଇଁ ବେଶ୍ ଫଳଦାୟୀ ରହିବ।

ମିଥୁନ: ଚନ୍ଦ୍ରଙ୍କ ଶୁଭ ଚଳନ ଏହି ରାଶିର ଭାଗ୍ୟ ବଦଳାଇବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବା ସହିତ ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପରିବାର ମଧ୍ୟରେ ହୋଇଥିବା ମତଭେଦ ଦୂର ହେବ। ନୂଆ ଘର ଓ ଗାଡି କିଣିବାର ସ୍ବପ୍ନ ସାକାର ହେବ। ଯେଉଁମାନେ,ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରା ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କର୍କଟ: ଚନ୍ଦ୍ରଙ୍କ ଚଳନ ଏହି ରାଶିକୁ ମାଲାମାଲ୍ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଶେଷକରି, ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ବିଦେଶରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିଛି। ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ଯେଉଁମାନେ ସିଙ୍ଗଲ୍ ଅଛନ୍ତି। ସେମାନଙ୍କୁ ସେମାନଙ୍କ ର ଜୀବନସାଥୀ ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ- କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ରାଜନେତାଙ୍କ ପାଇଁ ସମୟ ଭଲ ରହିବ। ଏହି ସମୟରେ ଦଳ ପକ୍ଷରୁ ବଡ଼ ଦାୟିତ୍ବ ମିଳିବ।

ତୁଳା: ଚନ୍ଦ୍ରଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ନୂଆ ଗାଡି଼ କିଣିବାରେ ସ୍ବପ୍ନ ସାକାର ହେବ। ସମ୍ପର୍କୀୟ ମାନଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଆୟରେ ବୃଦ୍ଧି ଘଟିବ। ନିଜ ପତ୍ନୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟାଙ୍କ୍, ବୀମା କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସମୟ ପୂର୍ବରୁ ନିଜର ଟାର୍ଗେଟ୍ ପୂରା କରିବେ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen
!-- afp header code starts here -->