Astrology: ଗୁରୁ ପୋଷ୍ୟ ଯୋଗ,ଅଗଷ୍ଟ ୨୧ରୁ ଚମକିବ ୫ରାଶିଙ୍କ ଭାଗ୍ୟ

Reporterspen

Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ମିଥୁନ ରାଶିରେ ବୃହସ୍ପତି ବିରାଜମାନ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ସକାଳ ୧୦ଟା ୧୦ ମିନିଟ୍ ସମୟରେ କେତୁ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଶୁଭ ମିଳନ ଦୁର୍ଲଭ ଯୋଗ ବା ଗୁରୁ ପୋଷ୍ୟ ଯୋଗ ସୃଷ୍ଟି କରୁଛି। ଏହି ଗୁରୁ ପୋଷ୍ୟ ଯୋଗ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି କ୍ୟାରିୟରରେ ଅଗ୍ରଗତି କରିବା ସହିତ ବାଣିଜ୍ୟ-ବ୍ୟବସାୟରେ ଉନ୍ନତି କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛନ୍ତି ବୃହସ୍ପତି।…

ମିଥୁନ-: ଗୁରୁ ପୋଷ୍ୟ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯଦି ଆପଣ କୌଣସି ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ସେଠାରୁ ପ୍ରମୋସନ୍ ମିଳିବା ସହ ଦରମା ବଢିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ପ୍ରତ୍ୟକ କାର୍ଯ୍ୟରେ ପିତାମାତାଙ୍କ ସମର୍ଥନ ମିଳିବ। ବାଣିଜ୍ୟ ବ୍ୟବସାୟରେ କାରବାର ବୃଦ୍ଧି ପାଇବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ଲାଭ ମିଳିବ। ଯେଉଁମାନେ ସିଙ୍ଗଲ୍ ଅଛନ୍ତି ସେମାନଙ୍କୁ ଜୀବନ ସାଥୀ ମିଳିବ।

କର୍କଟ-: ଗୁରୁ ପୋଷ୍ୟ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ମିଳିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସମର୍ଥ ହେବେ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରା ହେବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଲାଗି ରହିଥିବା କେସର ରାୟ ଆପଣଙ୍କ ସପକ୍ଷରେ ଯିବ। ପରିବାର ସହ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ।

କନ୍ୟା-: ଗୁରୁ ପୋଷ୍ୟ ଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଯେଉଁମାନେ ପୁଂଜି ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ପୁରୁଣା ଯୋଜନାରୁ ଲାଭବାନ୍ ହେବେ। ନିଜ ବନ୍ଧୁ ମାନଙ୍କ ସାହାର୍ଯ୍ୟ ପାଇ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସକ୍ଷମ ହେବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ମୋଟାଅଙ୍କର ଟଙ୍କା କମେଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ହେଲେ ପତ୍ନୀଙ୍କ ଶାରୀରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।

ତୁଳା-: ଗୁରୁ ପୋଷ୍ୟ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ନିଜ ପତ୍ନୀଙ୍କ ନାମରେ କିଛି ସଂଚୟ କରିବେ। ପୌତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ଆୟରେ ବୃଦ୍ଧି ହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଦୂରଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ସମୟ ଖାସ୍ ରହିବ।

ଧନୁ-: ଗୁରୁ ପୋଷ୍ୟ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। କଳା,ସାହିତ୍ୟ,ରାଜନୀତି ଓ ସାମ୍ବାଦିତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ସମୟ ଖାସ୍ ରହିବ। ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ମୋଟା ଅଙ୍କର ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ଏକ ସ୍ଥାନରୁ ଚାକିରି ନେଇ ବଡ଼ ଅଫର ମିଳିବ। ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ମଧ୍ୟରେ ହୋଇଥିବା ବାଦ ବିବାଦ ଦୂର ହେବ। ପ୍ରେମୀମାନଙ୍କ ଲାଗି ସମୟ ଖାସ୍ ରହିବ। ନୂଆ ଘର , ଗାଡି କିଣିବାର ସ୍ବପ୍ନ ସାକାର ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen