Astrology: ସୂର୍ଯ୍ୟଦେବ ଅଗଷ୍ଟ ୧୬ ତାରିଖ ଦିନ ୧.୫୪ ରେ ନିଜସ୍ୱ ସିଂହ ରାଶିରେ ପ୍ରବେଶ କରିଛନ୍ତି । ସେପ୍ଟେମ୍ୱର ୧୭ ପର୍ଯ୍ୟନ୍ତ ସିଂହ ରାଶିରେ ସୂର୍ଯ୍ୟ ରହିବେ। କେତୁ ପୂର୍ବରୁ ସିଂହ ରାଶିରେ ଅଛନ୍ତି। ଏପରି ପରିସ୍ଥିତିରେ, ସିଂହ ରାଶିରେ ସୂର୍ଯ୍ୟଙ୍କ ସହିତ କେତୁଙ୍କ ଚଳନ ବହୁତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି। ମେଷଠାରୁ କନ୍ୟା ରାଶି ପର୍ଯ୍ୟନ୍ତ ୬ଟି ରାଶିକୁ ସୂର୍ଯ୍ୟଙ୍କ ପ୍ରଭାବରେ ମାସେ ପର୍ଯ୍ୟନ୍ତ କିପରି ଫଳାଫଳ ମିଳିବ ଆସନ୍ତୁ ଜାଣିବା…
ମେଷ ରାଶି: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କୁ ମାନସିକ ଦ୍ୱନ୍ଦ୍ୱରେ ପକାଇପାରେ। ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଅନାବଶ୍ୟକ ବାଦବିବାଦର ପରିସ୍ଥିତି ଉପୁଯିପାରେ। ପ୍ରତିଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ।
ବୃଷ ରାଶି: ସୂର୍ଯ୍ୟଙ୍କ ଚଳନ ଆପଣଙ୍କ କ୍ଷେତ୍ରରେ ଉଭୟ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ବୃଦ୍ଧି କରିବ। ଘରୋଇ କଳହ ଉପୁଜିପାରେ। ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ଅନାବଶ୍ୟକ ଦୂରଯାତ୍ରା କରିବାକୁ ପଡ଼ିପାରେ । ଅସୁରକ୍ଷିତ ହେବାର ଭୟ ରହିବ। ପ୍ରତିକାର ସ୍ୱରୂପ ସକାଳେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ନମସ୍କାର କରନ୍ତୁ ।
ମିଥୁନ ରାଶି: ଆପଣଙ୍କ ପାଇଁ ଏହି ପରିବର୍ତ୍ତନ ଲାଭଦାୟକ । ଲୋକଙ୍କ ପୂର୍ଣ୍ଣ ସମର୍ଥନ ଆପଣ ପାଇବେ । ସାହସ ବଢିବ । ପଡ଼ି ରହିଥିବା କାମଗୁଡ଼ିକ ଶେଷ ହେବ । ଉଚ୍ଚ ଅଧିକାରୀଙ୍କୁ ଭେଟିବାର ସମ୍ଭାବନା ରହିଛି । ଆପଣଙ୍କ ମାନ ସମ୍ମାନ ବଢିବ । ଶତ୍ରୁ ଏବଂ ଧନ ଉପରେ ବିଜୟ ଲାଭ କରିବେ । ଘରୁ ବାହାରିବା ପୂର୍ବରୁ ପ୍ରତିଦିନ ଗୁଡ଼ ଖାଆନ୍ତୁ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ।
କର୍କଟ ରାଶି: ସୂର୍ଯ୍ୟଙ୍କ ଚଳନ ପ୍ରଭାବରୁ ଆପଣଙ୍କ କାର୍ଯ୍ୟ ବିଳମ୍ବରେ ଶେଷ ହେବ । ମାନ ସମ୍ମାନରେ ହ୍ରାସ ଘଟିପାରେ । ବିବାଦ କାରଣରୁ ମାନସିକ ଯନ୍ତ୍ରଣା ପାଇପାରନ୍ତି । ଦୁଷ୍ଟ ଏବଂ ଖରାପ ଲୋକଙ୍କ କୁଚକ୍ରାନ୍ତରେ ଫସି ପାରନ୍ତି । ବ୍ୟବସାୟରେ କ୍ଷତି ହେବାର ଭୟ ରହିବ । ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ବାଦ ବିବାଦ ହୋଇପାରେ। ନକାରାତ୍ମକ ପ୍ରଭାବକୁ କମ କରିବା ପାଇଁ ପ୍ରତି ରବିବାର ଗୁଡ଼ ଦାନ କରନ୍ତୁ।
ସିଂହ ରାଶି: ସୂର୍ଯ୍ୟ ସିଂହ ରାଶିରେ ଚଳନ କରିବା ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବ। ମାନସିକ ଚାପ ରହିବ। ରକ୍ତଚାପ, ହୃଦରୋଗ, ପେଟ ରୋଗ, ଚକ୍ଷୁ ରୋଗ ଇତ୍ୟାଦି ହେବାର ସମ୍ଭାବନା ରହିଛି। ପ୍ରତିଦିନ ତମ୍ବା ପାତ୍ରରୁ ପାଣି ପିଅନ୍ତୁ ଯାହା ଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ପାଇବେ । ଏହା ସୂର୍ଯ୍ୟଙ୍କ ପ୍ରତିକୂଳ ପ୍ରଭାବକୁ ଦୂର କରିବ।
କନ୍ୟା ରାଶି: ଆପଣଙ୍କ ଶାରୀରିକ ଯନ୍ତ୍ରଣା ବଢିପାରେ । ମାନସିକ ଚିନ୍ତା ଅଧିକ ବଢ଼ିପାରେ। ଦୁର୍ଘଟଣାର ଭୟ ରହିପାରେ। ଗହମ ଏବଂ ଗୁଡ଼ ଦାନ କରନ୍ତୁ ଦେଖିବେ ରିଷ୍ଟ ଖଣ୍ଡନ ହୋଇଯିବ ।
Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।