ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ , ଏପ୍ରିଲରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

Reporterspen

Budh Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ,ଏପ୍ରିଲ୍ ୧୩ ତାରିଖ ଦିନ ୨ଟା୨୬ ମିନିଟ୍ ସମୟରେ ଗ୍ରହମାନଙ୍କର ରାଜକୁମାର ବୁଧ ଶନିଙ୍କ ଉତ୍ତରଭଦ୍ରପଦା ନକ୍ଷତ୍ରରେ ଚଳନ କରିବେ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ,ବ୍ୟକ୍ତି ଜୀବନରେ ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହେବା ସହିତ ବ୍ୟବସାୟରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୁଧ।

ମିଥୁନ: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି,ଆର୍ଥିକ ସ୍ଥିତିରେ ସୁଧାର ଆସିବ। କଳା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଥିବା ଲୋକେ ଶୁଭଫଳ ପାଇବେ।  କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ  ଲାଗି ରହିଥିବା ସମସ୍ୟା ଦୂର ହେବ। ଆଣିଥିବା କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ଯେଉଁ କାର୍ଯ୍ୟରେ ହାତଦେବେ ସେଥିରେ ସଫଳତା ପାଇବେ। ନୂଆ ଘର ଓ ଗାଡି କିଣିବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ରିୟଲି ଇ ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।

ସିଂହ-ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଉଦୟ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଅଗ୍ରଗତି କରିବେ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଅବିବାହିତଙ୍କ ଲାଗି ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟ ଭଲ ରହିବ। ଯେଉଁମାନେ କୌଣସି ଏକ ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା ରଖିଛନ୍ତି। ସେମାନେ ଏହି ସମୟରେ ବିନିଯୋଗ କଲେ ଭଲ ଲାଭ ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।

କନ୍ୟା- ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବା ସହ ଦରମାରେ ବୃଦ୍ଧି ଘଟିବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଶତ୍ରୃଙ୍କ ଉପରେ ବିଜୟ ଲାଭ କରିବେ। ନୂଆ ଫ୍ଲାଟ୍ କିଣିବାର ଆଶା ପୂରା ହେବ। ପିତାମାତାଙ୍କ ସହ ସମ୍ପର୍କ ଆହୁରି ମଜବୁତ୍ ହେବ।  ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବ୍ୟବସାୟୀଙ୍କ ଲାଗି ସମୟ ଖାସ୍ ରହିବ। ପ୍ରେମୀ ବିବାହରେ ଆସୁଥିବା ବାଧା ବିଘ୍ନ ଦୂର ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ମକର-: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରୁ ପଦୋନ୍ନତି ପାଇବେ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ପରିବାର ସହ ଦୂର ଯାତ୍ରା କରିବେ।  ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟ ଭଲ ଚାଲିବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଲାଗିରହିଥିବା ସମସ୍ୟା ଦୂର ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen