ଅଭିଷେକ-ତିଲକ ଫ୍ଲପ୍ ପରେ ସାମସନଙ୍କର ହେବ କମବ୍ୟାକ !

Reporterspen

ନୂଆଦିଲ୍ଲୀ,; ଟି-ଟ୍ୱେଣ୍ଟି ବିଶ୍ୱକପ ସୁପର-୮ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତର ଶୋଚନୀୟ ଭାବେ ପରାସ୍ତ ହୋଇଛି । ଟିମ୍ ଇଣ୍ଡିଆର ଟପ୍ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଆଶାନୁରୂପ ପ୍ରଦର୍ଶନ କରିନଥିଲେ । ଏବେ, ଭାରତର ସହାୟକ ପ୍ରଶିକ୍ଷକ ସଞ୍ଜୁ ସାମସନଙ୍କ ପ୍ଲେଇଂ ଇଲେଭେନକୁ ଫେରିବା ନେଇ ବଡ଼ ସଙ୍କେତ ଦେଇଛନ୍ତି । ଆଗକୁ ଭାରତୀୟ ଦଳ ପାଇଁ ଦୁଇଟି ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଦଳରେ କେତେକ ପରିବର୍ତ୍ତନ କରାଯାଇପାରେ ବୋଲି ସଂକେତ ଦେଇଛନ୍ତି ସହକାରୀ ପ୍ରଶିକ୍ଷକ ରିୟାନ ଟେନ୍ ଡଇସେଟ୍ । ବିଶେଷକରି ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯିବା ଲାଗି ବିଚାର କରାଯାଉଛି ବୋଲି ସେ କହିଛନ୍ତି । ତେବେ କାହା ବଦଳରେ ତାଙ୍କୁ ସାମିଲ କରାଯିବ ସେ ସମ୍ପର୍କରେ ସେ କିଛି କହିନାହାନ୍ତି ।

ସେ କହିଛନ୍ତି ଯେ, ଚଳିତ ବିଶ୍ବକପ୍‌ରେ ଭାରତର ଟପ୍ଅର୍ଡର ଏକ ଭଲ ମୂଳଦୁଆ ସ୍ଥାପନ କରିବାରେ ବିଫଳ ହୋଇଛି । ଅଧିକାଂଶ ଥର ପ୍ରଥମ ୱିକେଟ୍ ଯୋଡ଼ିରେ ଶୂନ କିମ୍ବା ୧-୨ ରନ ହୋଇଛି । ପ୍ରତ୍ୟେକ ଥର ବିପକ୍ଷ ଦଳ ଜଣେ କାମଚଳା ଅଫ୍-ସ୍ପିନରଙ୍କ ମାଧ୍ୟମରେ ଭାରତୀୟ ଓପନିଂ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏହି କାମ କରିଦେଇଥିଲେ । ଏହି କାରଣରୁ ସୂର୍ଯ୍ୟକୁମାର ଓ ତିଳକ ବର୍ମାଙ୍କ ଉପରେ ମୂଳରୁ ହିଁ ଚାପ ରହୁଛି । ଅଭିଷେକ ଶର୍ମା ଏବଂ ତିଲକ ବର୍ମା ନିରାଶ କରିଛନ୍ତି । ଅଭିଷେକ ଶର୍ମା (୧୫ ରନ୍) ଏବଂ ତିଲକ ବର୍ମା (୦ ରନ୍) ମଧ୍ୟ ମ୍ୟାଚ୍ରେ ବିଫଳ ହୋଇଥିଲେ । ଟିମ୍ ଇଣ୍ଡିଆ ୭୬ ରନ୍ରେ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ପ୍ଲେଇଙ୍ଗ ଇଲେଭେନରେ ସଞ୍ଜୁଙ୍କ କମବ୍ୟାକ ହେବ ବୋଲି ସଙ୍କେତ ଦେଇଛନ୍ତି ଟିମ୍ ଇଣ୍ଡିଆର ସହାୟକ ପ୍ରଶିକ୍ଷକ ରିୟାନ ଟେନ୍ ଡଇସେଟ୍ ।

ସଞ୍ଜୁଙ୍କ ପ୍ରତ୍ୟାବର୍ତ୍ତନ ସଙ୍କେତ- ଭାରତର ପରାଜୟ ପରେ ସାମ୍ବାଦିକ ସମ୍ମିଳନୀରେ ସହାୟକ ପ୍ରଶିକ୍ଷକ ରିଆନ ଟେନ ଡୋଇସଚେଟ କହିଥିଲେ, “ଆମକୁ ଚିନ୍ତା କରିବାକୁ ପଡିବ। ଗତ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ୪ଟିରେ ଜଣେ ପାର୍ଟ-ଟାଇମ୍ ଅଫ୍-ସ୍ପିନର ଓପନିଂ କରିଛନ୍ତି, ଏବଂ ପ୍ରତ୍ୟେକ ଥର ଆମେ ୱିକେଟ ହରାଇଛୁ । ଆମକୁ ପ୍ରତ୍ୟେକ ଇନିଂସ ୱିକେଟ ସହିତ ଆରମ୍ଭ କରିବା ଉଚିତ୍ ନୁହେଁ । ଏହା ଅନ୍ୟ ଖେଳାଳିମାନଙ୍କ ଉପରେ ଚାପ ସୃଷ୍ଟି କରେ । ଦଳରେ ଅଭିଜ୍ଞତାର ଘୋର ଅଭାବ ରହିଛି । ଆମକୁ ଏକ ସ୍ଥିର ଦଳ ଆବଶ୍ୟକ ।” ସଞ୍ଜୁ ସାମସନଙ୍କ ଦଳକୁ ଫେରିବା ସମ୍ପର୍କରେ ଇଙ୍ଗିତ ଦେଇ ରିଆନ କହିଛନ୍ତି, “ପ୍ରଶ୍ନ ହେଉଛି, ଆପଣ କ’ଣ କମ୍ବିନେସନ ସହିତ ରହିବେ ନା ପରିବର୍ତ୍ତନ କରିବେ ? ସଞ୍ଜୁ ଜଣେ ଚମତ୍କାର ଖେଳାଳି, ଏବଂ ତାଙ୍କ ସହିତ, ଆମର କ୍ରମର ଶୀର୍ଷରେ ଜଣେ ଡାହାଣହାତୀ ବ୍ୟାଟର ରହିବେ। ମୁଁ ନିଶ୍ଚିତ ଯେ ଏହା ଆଗାମୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଆଲୋଚନାର ଏକ ପ୍ରମୁଖ ବିଷୟ ହେବ।”


Reporterspen