ନୂଆଦିଲ୍ଲୀ : ପନ୍ତଙ୍କୁ ଲକ୍ଷ୍ନୌ ମାଲିକ ସଞ୍ଜୀବ ଗାଳି କରୁଥିବାର ଭିଡିଓ ପୂର୍ବରୁ ବେଶ ଭାଇରାଲ ହୋଇଛି । କିନ୍ତୁ ଏବେ ପନ୍ତଙ୍କୁ କୋଳେଇଲେ ଏବଂ ମ୍ୟାଚ ବିଜୟ ପରେ ଭାବୁକ ହେଲେ ସଞ୍ଜୀବ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ବହୁଳ ମାତ୍ରାରେ ସେୟାର କରୁଥିବାବେଳେ ମଜାଳିଆ କମେଣ୍ଟ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।
ରବିବାର ଲକ୍ଷ୍ନୌ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ଏହି ଭିଡିଓ ଦେଖିବାକୁ ମିଳିଛି । ଲକ୍ଷ୍ନୌକୁ ହାଇଦ୍ରାବାଦ ୧୫୭ ରନର ବିଜୟ ଲକ୍ଷ୍ୟ ଦେଇଥିବାବେଳେ ୫ ଓ୍ବିକେଟରେ ଜିତି ନେଇଛି ଲକ୍ଷ୍ନୌ । ଏହି ମ୍ୟାଚରେ ଜଗି ରଖି ଶେଷ ପର୍ଯ୍ୟନ୍ତ ଖେଳିଥିଲେ ପନ୍ତ । ତାଙ୍କ ବ୍ୟାଟରୁ ବିଜୟୀ ସଟ୍ ଆସିଥିବାବେଳେ ସେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଅନ୍ତିମ ଓଭରରେ ୯ ରହିଥିବାବେଳେ ବାଉଣ୍ଡୁରୀ ମାରି ଏହାକୁ ପୂରଣ କରିଥିଲେ ପନ୍ତ ।
ପନ୍ତ ଯେତେବେଳେ ଦଳକୁ ବିଜୟୀ କରାଇଥିଲେ ସେହି ସମୟରେ ଭାବୁକ ହୋଇଥିଲେ ସଞ୍ଜୀବ । ଯାହାକୁ କ୍ୟାମେରାରେ କଏଦ କରାଯାଇଥିଲା । ସେ କାନ୍ଦ କାନ୍ଦ ହୋଇଥିଲେ । ଦଳର ଏହା ଚଳିତ ସିଜିନର ପ୍ରଥମ ବିଜୟ । ଏହାପରେ ଯେତେବେଳେ ଖେଳ ସରିବା ପରେ ସେ ଷ୍ଟାଡିୟମକୁ ଯାଇଥିଲେ ସେତେବେଳେ ପନ୍ତଙ୍କୁ କୋଳାଇଥିଲେ । ଯାହାର ଭିଡିଓ ବେଶ ଭାଇରଲା ହେବାରେ ଲାଗିଛି । ପୂର୍ବରୁ ପନ୍ତଙ୍କ ସହ ସଞ୍ଜୀବଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ପନ୍ତଙ୍କୁ ମ୍ୟାଚ ହାରିବା ପରେ ଗାଳି କରିଥିଲେ । ଆଉ ଏହା ପରେ ପନ୍ତ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ବିସିସିଆଇ ମଧ୍ୟ ଏହା ଉପରେ ନଜର ରଖିଥିଲା । ମାତ୍ର ଏବେ ସଞ୍ଜୀବ ଭାବପ୍ରବଣ ଭିଡିଓ ଭାଇରାଲ ହୋଇଛି ।

