ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ଯେଉଁ ସରକାରୀ ଚାକିରିଆ ବର୍ତ୍ତମାନ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରି ନାହାନ୍ତି, ସେମାନେ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବା ନିର୍ଦ୍ଦେଶ ଦିଆଯାଇଛି । ଗ୍ରୁପ ଏ’ ଠାରୁ ଆରମ୍ଭ କରି ଗ୍ରୁପ୍ ଡି’ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପତ୍ତି ତାଲିକା ଦାଖଲ ନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ନାମା ଜାରି କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ସରକାରୀ ବିଭାଗ, RDC, ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । HRMS ପୋର୍ଟାଲରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅପଲୋଡ୍ କରିବାକୁ ସରକାରୀ ଚାକିରିଆଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଗ୍ରୁପ ଏ’ ଠାରୁ ଆରମ୍ଭ କରି ଗ୍ରୁପ୍ ଡି’ ପର୍ଯ୍ୟନ୍ତ ସମସ୍ତ ସରକାରୀ ଚାକିରିଆ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏଚଆରଏମଏସ ପୋର୍ଟାଲରେ ଜାନୁଆରୀ ୧ରୁ ଜାନୁଆରୀ ୩୧ ମଧ୍ୟରେ ଏହା ଦାଖଲ କରିବେ। କିନ୍ତୁ କେତେକ ସରକାରୀ ଚାକିରିଆ ଏ ପର୍ଯ୍ୟନ୍ତ ସମ୍ପତ୍ତି ତାଲିକା ଦାଖଲ କରି ନାହାନ୍ତି। ସେଥିପାଇଁ ସରକାରୀ ଏହି ତାରିଖ ସୀମାକୁ ବଢାଇଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

