ଭୁବନେଶ୍ୱର (ରିପୋଟର୍ସ ପେନ୍) : ଆଜି ଶ୍ରୀ ବିଦ୍ୟା ଶିକ୍ଷାନୁଷ୍ଠାନରରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।
ଏହି ଅବସରରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇ ଦେଶ ପାଇଁ ଜୟଘୋଷ କରାଯାଇଥିଲା । ସଂସ୍ଥାର ମୁଖ୍ୟ ଶ୍ରୀ କାହ୍ନୁ ଚରଣ ଦାସ ଭାରତୀୟ ଇତିହାସ ବିଷୟରେ ପିଲାଙ୍କୁ କହିଥିଲେ ।
ସଂସ୍ଥା ର ନିର୍ଦ୍ଦେଶକ ଶ୍ରୀ ସୌମ୍ୟରଞ୍ଜନ ମିଶ୍ର ପିଲାମାନଙ୍କୁ ନୂତନ ଓ ଆତ୍ମନିର୍ଭରଶୀଳ ଭାରତ ଗଢ଼ିବା ପାଇଁ ପ୍ରେରଣା ଦେଇଥିଲେ । ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଦୀପକ ରାଜ୍ ସ୍ୱାଧୀନତା ସଂଗ୍ରାମରେ ସହିଦ୍ ହେଇଥିବା ମୌନ ଯୋଦ୍ଧା ଓ ସଂଗ୍ରାମୀଙ୍କ ବିଷୟରେ କହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସଂସ୍ଥାର ଉପଦେଷ୍ଟା ଶୁପ୍ରଭା ସାହୁ ଓ ବରିଷ୍ଠ ଉପଦେଷ୍ଟା ସମୀର ସାମଲ ବିଶେଷ ବାର୍ତା ଦେଇଥିଲେ ।
ଏହି ଅବସରରେ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂସ୍ଥାର ସବୁ ଛାତ ଛାତ୍ରୀ ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ ।