IPL 2025: ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଆଇପିଏଲ ପୁନଃଆରମ୍ଭ ହେବା ପୂର୍ବରୁ ଓପନର ଜେକ୍ ଫ୍ରେଜର-ମ୍ୟାକଗର୍କଙ୍କୁ ଦିଲ୍ଲୀ ଦଳରୁ ବାଦ ଦିଆଯାଇଛି। ଦଳଟି ପ୍ଲେଅଫ୍ ଦୌଡ଼ରେ ପହଞ୍ଚିବା ଠାରୁ ମାତ୍ର କିଛି ପାଦ ଦୂରରେ ଥିବା ସମୟରେ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦିଲ୍ଲୀ ପାଇଁ ଆଗାମୀ ସମସ୍ତ ମ୍ୟାଚ୍ ଜିତିବା ବହୁତ ଗୁରୁତ୍ୱପୂର୍ଣ୍ଣ।
ବାଂଲାଦେଶୀ ଖେଳାଳି ଦଳକୁ ଫେରିଲେ
ଦିଲ୍ଲୀ କ୍ୟାପିଟାଲ୍ସ ଦଳରୁ ଜେକ୍ ଫ୍ରେଜର-ମ୍ୟାକଗର୍କ ବାଦ ପଡ଼ିବା ପରେ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନତାଙ୍କ ସ୍ଥାନ ନେଇଛନ୍ତି । ମୁସ୍ତାଫିଜୁର ରହମାନ ୨ ବର୍ଷ ପରେ ଦିଲ୍ଲୀ ଦଳକୁ ଫେରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଫିସିଆଲ୍ ଆକାଉଣ୍ଟରୁ ଏହି ସୂଚନା ସେୟାର କରାଯାଇଛି। ବାଂଲାଦେଶର ଏହି ଦ୍ରୁତ ବୋଲରଙ୍କ ସହ ଦିଲ୍ଲୀ ଦଳ ଏବେ ପ୍ଲେଅଫରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚାହିଁବ।
ଆଇପିଏଲ ପଏଣ୍ଟ ଟେବୁଲରେ ଦିଲ୍ଲୀର ସ୍ଥାନ କ’ଣ?
ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଆଇପିଏଲ ପଏଣ୍ଟ ଟେବୁଲରେ ୫ ନମ୍ବରରେ ଅଛି। ଦିଲ୍ଲୀ ଏପର୍ୟ୍ୟନ୍ତ ୧୧ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ଦଳ ୬ଟି ମ୍ୟାଚ୍ ଜିତିଛି ଏବଂ ୪ଟିରେ ପରାସ୍ତ ହୋଇଛି। ଦିଲ୍ଲୀର ଗୋଟିଏ ମ୍ୟାଚ୍ ମଧ୍ୟ ଡ୍ର ରହିଥିଲା। ଏହି ୧୧ଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ପଏଣ୍ଟ ପାଇଛି। ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ଦିଲ୍ଲୀ ଦଳ ଭଲ ପ୍ରଦର୍ଶନ କରୁଥିଲା, କିନ୍ତୁ ଗତ ପାଞ୍ଚଟି ମ୍ୟାଚ୍ ରେ ଦଳ କେବଳ ଗୋଟିଏ ମ୍ୟାଚ୍ ଜିତିଛି।
ଦିଲ୍ଲୀ କ୍ୟାପିଟାଲ୍ସ ଏବେ ବି ପ୍ଲେଅଫ୍ ଦୌଡ଼ରେ ରହିଛି। ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଡିସି ଏବେ ବି ତିନୋଟି ମ୍ୟାଚ୍ ଖେଳିବାକୁ ବାକି ଅଛି, ଯେଉଁଥିରୁ ଦୁଇଟି ମ୍ୟାଚ୍ ଜିତିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଦିଲ୍ଲୀ ଏହି ୩ଟି ମ୍ୟାଚ୍ ରୁ ୨ଟିରେ ହାରିଯାଏ, ତେବେ ଦଳ ପାଇଁ ପ୍ଲେଅଫରେ ପହଞ୍ଚିବା କଷ୍ଟକର ହୋଇଯିବ। ଦିଲ୍ଲୀ ୧୮ ମଇରେ ଗୁଜରାଟ ବିପକ୍ଷରେ ତା’ର ୧୨ତମ ମ୍ୟାଚ୍ ଖେଳିବ। ଏହା ପରେ ଡିସିର ମୁମ୍ବାଇ ଏବଂ ପଞ୍ଜାବ ବିପକ୍ଷରେ ମଧ୍ୟ ମ୍ୟାଚ୍ ଖେଳିବାର ଅଛି।