IPS reshuffle: ଭୁବନେଶ୍ୱର (ରିପୋଟର୍ସ ପେନ୍) : ରାଜ୍ୟ ସରକାର ରବିବାର ଆଇପିଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୭ ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଥିବା ବେଳେ ସୁରେଶ ଦେବଦତ୍ତ ସିଂହଙ୍କୁ ନୂଆ ପୋଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ କଟକ ଆରକ୍ଷୀ ଅଧୀକ୍ଷକ (ଗ୍ରାମାଂଚଳ) ଭାବେ ବଦଳି କରିଛନ୍ତି । ଶ୍ରୀ ସିଂହଙ୍କ ସ୍ଥାନରେ ପୁରୀ ଏସ୍ପି ପିନାକ ମିଶ୍ରଙ୍କୁ ଅବସ୍ଥାପିତ ହୋଇଛନ୍ତି ।
ସରକାରୀ ବିଜ୍ଞପ୍ତି ଅନୁସାରେ, ଢ଼େଙ୍କାନାଳ ଏସ୍ପି ଏମ୍. ସନ୍ଦୀପ ସଂପତଙ୍କୁ ଭଦ୍ରକ ଏସପି ଭାବେ ବଦଳି କରାଯାଇଛି । ସେହିପରି ନୟାଗଡ଼ ଏସ୍ପି ରାହୁଲ ଜୈନଙ୍କୁ ଅନୁଗୁଳ, ଯାଜପୁର ଏସ୍ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର ବଦଳି ହୋଇଛି । ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କୁ ଖୋର୍ଦ୍ଧା, ଗଜପତି ଏସ୍ପି ସ୍ୱାତି ଏସ୍ କୁମାରଙ୍କୁ ରାୟଗଡ଼ା, ମୟୂରଭଂଜ ଏସ୍ପି ଏସ୍. ସୁଶ୍ରୀଙ୍କୁ ନୟାଗଡ଼, ମାଲକାନଗିରି ଏସ୍ପି ନୀତେଶ ୱାଧୱାନୀଙ୍କୁ ରାଉରକେଲ, ବୌଦ୍ଧ ଏସ୍ପି ରାଜ ପ୍ରସାଦଙ୍କୁ ବାଲେଶ୍ୱର, ଏଆଇଜି ପୋଲିସ ହେଡକ୍ୱାର୍ଟରରୁ ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସ୍ପି ଭାବେ ବଦଳି ହୋଇଥିବା ବେଳେ କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଗଂଜାମ ଏସ୍ପି ଭାବେ ବଦଳି କରାଯାଇଛି ।
କୋରାପୁଟ ଏସ୍ପି ଅଭିନବ ସୋନକରଙ୍କୁ ଢେଙ୍କାନାଳ, ନବରଙ୍ଗପୁର ଏସ୍ପି ରୋହିତ ବର୍ମାଙ୍କୁ କୋରାପୁଟ, ସୁବର୍ଣ୍ଣପୁର ଏସ୍ପି ୟଶପ୍ରତାପ ଶ୍ରୀମଲଙ୍କୁ ଯାଜପୁର, ରାୟଗଡ଼ା ଏସ୍ପି ହରିଶ ବିସିଙ୍କୁ କନ୍ଧମାଳ, ଭୁବନେଶ୍ୱର-କଟକ କମିସନରେଟ୍ ଏଡିସିପି ରାମ ପ୍ରସାଦ ସାହୁଙ୍କୁ ସୁବର୍ଣ୍ଣପୁର ଏସ୍ପି ଭାବେ ବଦଳି ହୋଇଛି । ଆଇୟୁସିଏଡବ୍ଲ୍ୟୁରେ ଅତିରିକ୍ତ ଏସ୍ପି ଭବାନୀ ଶଙ୍କର ଉଦ୍ଗାତାଙ୍କୁ ଜଗତସିଂହପୁର ଏସ୍ପି, ପୋଲିସ ମୁଖ୍ୟାଳୟର ଏସ୍ପି ମିହିର ପଣ୍ଡାଙ୍କୁ ନବରଙ୍ଗପୁର ଏସ୍ପି ଓ ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ପ୍ରଶାସକ (ସୁରକ୍ଷା) ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ଗଜପତି ଜିଲ୍ଲା ଏସପି ଭାବେ ବଦଳି ହୋଇଛି ।
ଦେବଗଡ଼ ଏସ୍ପି ଅନୁପମା ଜେମ୍ସ, ଜଗତସିଂହପୁର ଏସ୍ପି ରାହୁଲ ପିଆର, କଟକ ଏସ୍ପି ଲୋଗନାୟାଗି ଦିବ୍ୟାଙ୍କୁ ଏସ୍ପି ଭିଜିଲାନ୍ସ ଭାବେ ବଦଳି କରାଯାଇଛି । ଭିଜିଲାନ୍ସ ଏସ୍ପି ସରବଣା ବିବେକ ଏମ୍ଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ବଦଳି କରାଯାଇଛି ।
ସେହିପରି ବରିଷ୍ଠ ପୋଲିସ ଅଧିକାରୀ ତଥା ପୋଲିସ କମିସନର ସଂଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଟ୍ରେନିଂ ଏକାଡେମୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ରାଜ୍ୟ ସରକାର ସୁରେଶ ଦେବଦତ୍ତ ସିଂଙ୍କୁ ଅବସ୍ଥାପିତ କରିଛନ୍ତି । ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ମିଳିଥିବା ବେଳେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଏସ୍ସିଆରବି ଏସ୍ଏଫ୍ଏସ୍ଏଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।
ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆରପି କୋଚେଙ୍କୁ ଅବସ୍ଥାପିତ କରାଯାଇଛି । ଗୃହ ବିଭାଗ ଓଏସ୍ଡି ଏସ୍.ଏମ୍ ନରୱାଣେଙ୍କୁ ପ୍ରିଂଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କୁ ରେଳବାଇ ଓ ତଟ ସୁରକ୍ଷା ଏଡିଜିପି ଭାବେ ବଦଳି ହୋଇଛି । ତାଙ୍କ ସ୍ଥାନରେ ଏସ୍ସିଆରବିର ନିର୍ଦ୍ଦେଶକ ବିନୟ ତୋଷ ମିଶଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି ।